ନର୍ଲା ର ବରିଷ୍ଟ ନାଗରିକ ପ୍ରହଲ୍ଲାଦ ଗଉଡ ଙ୍କ ବିୟୋଗ ପରିବାର ରେ ଶୋକ ର ଛାୟା,
ନର୍ଲା ର ବରିଷ୍ଟ ନାଗରିକ ପ୍ରହଲ୍ଲାଦ ଗଉଡ ଙ୍କ ବିୟୋଗ ପରିବାର ରେ ଶୋକ ର ଛାୟା,
ଶୁଭମ ବାର୍ତ୍ତା :- ପୃଥିବୀ ପୃଷ୍ଠରେ ରାତି ଆଉ ଦିନ ଯେମିତି ଚିରନ୍ତନ ସତ୍ୟ ଠିକ୍ ସେହି ଭଳି ଯେକୌଣସି ଜୀବ ଜନ୍ମ ହେବା ମାତ୍ରକେ ତାର ମୃତ୍ୟୁ ହେବା ମଧ୍ୟ ସତ୍ୟ । ତାଦନୁରୁପ ଗତକାଲି ସନ୍ଧ୍ୟା ସମୟରେ କଳାହାଣ୍ଡି ଜିଲ୍ଲା ନର୍ଲା ସହର ରେ ଥିବା ବଙ୍ଗଳା ପଡ଼ା ର ବରିଷ୍ଟ ନାଗରିକ ଶ୍ରୀଯୁକ୍ତ ପ୍ରହଲ୍ଲାଦ ଗଉଡ ଙ୍କ ଅକସ୍ମାତ୍ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଶ୍ରୀଯୁକ୍ତ ଗଉଡ ନିଜ ଦୋକାନ୍ ସମ୍ମୁଖ ର ପିଣ୍ଡା ରେ ବସି କିଛି ଲୋକଙ୍କ ସାଥିରେ ବାର୍ତ୍ତାଳାପ କରୁଥିବା ସମୟରେ ଅଚାନକ୍ ଭୂଇଁ ରେ ତଳିପଡ଼ିଲେ। ତୁରନ୍ତ ତାଙ୍କୁ ଅଟୋ ରେ ନର୍ଲା ମେଡିକାଲ୍ ନିଆଯାଇ ଥିଲା,ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶ୍ରୀଯୁକ୍ତ ଗଉଡ ଙ୍କ ବୟସ ୭୦ ବର୍ଷ ହୋଇଥିଲା, ସେ ପୂର୍ତ୍ତ ବିଭାଗ ରେ ପିଅନ ଭାବେ ଚାକିରି କରି କିଛି ବର୍ଷ ତଳେ ଅବସର ଗ୍ରହଣ କରିଥିଲେ। ତାଙ୍କ ମୃତ୍ୟୁ ପରିବାର ରେ ଶୋକ ର ଛାୟା ଖେଳି ଯାଇଛି, ଆଜି ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି ସୂଚନା ମିଳିଛି।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?