ଗୋଲାମୁଣ୍ଡାଠାରେ କଂଗ୍ରେସ ଦଳର ସାଙ୍ଗଠାନିକ ବୈଠକ ଅନୁଷ୍ଠିତ,
ଗୋଲାମୁଣ୍ଡାଠାରେ କଂଗ୍ରେସ ଦଳର ସାଙ୍ଗଠାନିକ ବୈଠକ ଅନୁଷ୍ଠିତ
ଗୋଲାମୁଣ୍ଡା,ତା.୨୧।୮(ଶୁଭମ ବାର୍ତ୍ତା): ଆଜି ଗୋଲାମୁଣ୍ଡା ନିକଟସ୍ଥ ତୁମୁରା ଧାନ ମଣ୍ଡିଠାରେ କଂଗ୍ରେସ ଦଳର ସାଙ୍ଗଠାନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବ୍ଲକ କଂଗ୍ରେସ ସଭାପତି ନଉକେଶ୍ୱର ପୁଟେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ସଂଯୋଜକ ଜଳନ୍ଧର ନାଏକ, ପୂର୍ବତନ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ,ଲୋକସଭା ପ୍ରାଥିନୀ ଦ୍ରୋପତୀ ମାଝୀ, ପିସିସି ସମ୍ପାଦକ ତୁଲେଶ୍ୱର ନାଏକ, ପିସିସି ଏସସି ସେଲ ସମ୍ପାଦକ ସାଉଳ ମଙ୍ଗରାଜ, ବରିଷ୍ଠ କଂଗ୍ରେସ ନେତା ନରହରି ବାଗ,ସହଦେବ ମାଝୀ, ଜୟରାମ ସୁନା ମଞ୍ଚାଶିନ ରହି ଆଗାମୀ ଦିନରେ କଂଗ୍ରେସ ଦଳକୁ କିପରି ମଜବୁତ୍ କରାଯିବ ସେ ବିଷୟରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନୂତନ ବ୍ଲକ କଂଗ୍ରେସ କମିଟି ସଭାପତି ଚୟନ କରାଯାଇଥିଲେ ସଭାପତି ଚୟନ ହୋଇ ନପାରିବାରୁ ଉପସ୍ଥିତ କର୍ମୀ ମାନଙ୍କ ମଧ୍ୟରେ ୯ ଜଣଙ୍କ ନାମ ଜିଲ୍ଲା କମିଟିକୁ ପଠାଇଥିବା ଜଣାପଡିଛି ।ଉକ୍ତ କାର୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ସୋମେଶ୍ୱର ମୁନି, ଜଗୁ ପ୍ରସାଦ ରାଉତ, ଲବଜି ପୁଟେଲ,ଶରତ ଭୋଇ, କୁରୁକ୍ଷେତ୍ର ବନ୍ଦିଛୋଡ,ଅନିଲ ମଲ୍ଳିକ, ଲମ୍ବୁ ଜାଲଙ୍କ ସମେତ ୨୮ ଗୋଟି ଗ୍ରାମ ପଂଚାୟତରୁ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?