ଖବର ପ୍ରସାରଣ ପରେ ବିଜୁଳି ବିଭାଗର ନିଦ ଭାଙ୍ଗିଲା,

Aug 21, 2025 - 06:06
 0  31
ଖବର ପ୍ରସାରଣ ପରେ  ବିଜୁଳି ବିଭାଗର ନିଦ ଭାଙ୍ଗିଲା,

ଖବର ପ୍ରସାରଣ ପରେ ବିଜୁଳି ବିଭାଗର ନିଦ ଭାଙ୍ଗିଲା,

ଗୋଲାମୁଣ୍ଡା ,୨୦/୮(ଶୁଭମ ବାର୍ତ୍ତା )ଗୋଲାମୁଣ୍ଡା ବ୍ଲକ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପଛପଟରେ ନାଏକ ପଡ଼ା ଦେଇ ଫୋର୍ ୱେ କୁ ସଂଯୋଗ କରୁଥିବା ରାସ୍ତାର ଡାହାଣ ପାର୍ଶ୍ଵରେ ଦୀର୍ଘ ଦିନ ରୁ ବିଦ୍ୟୁତ୍ ଖୁଣ୍ଟ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଥିଲା । ଏନେଇ ନାଏକ ପଡ଼ା ପକ୍ଷ ରୁ ଆଲୋକ ବିଭାଗ କୁ ବହୁ ବାର ଅବଗତ କରାଯାଇଥିଲେ ମଧ୍ୟ କର୍ଣ୍ଣପାତ କରିନଥିବା ପଡାବସି ଖବର ଦାତା ମାନଙ୍କ ଆଗରେ ପ୍ରକାଶ କରିଥିଲେ । ଏନେଇ ଓଡ଼ିଶା ର ବିଭିନ୍ନ ଦୈନିକ ଖବରକାଗଜ ରେ ବାହାରିବା ପରେ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ମାନ ଙ୍କ ନିଦ୍ରା ଭାଙ୍ଗି ତତ୍ପରତା ଦେଖାଇଛି । ଖବର ପ୍ରସାରଣ ହେବା ମାତ୍ରେ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ବିଦ୍ୟୁତ୍ ଖୁଣ୍ଟ କୁ ଉପାଡ଼ି ପାଖରେ ଥିବା ଖୁଣ୍ଟରେ ବିଦ୍ୟୁତ ତାର ସଂଯୋଗ କରାଯାଇ ଥିବା ଦେଖିବାକୁ ମିଳିଛି । ଏନେଇ ନାଏକ ପଡ଼ା ତରଫ ରୁ ଖବର ଦାତା ମାନଙ୍କୁ ବେଶ୍ ପ୍ରଶଂସା କରିଛନ୍ତି ।

ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow