୩ଟି ବ୍ଲକର ବିଜେଡ଼ି କର୍ମୀ ଶଙ୍ଖ ଛାଡ଼ି ପଦ୍ମରେ ସାମିଲ,
ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟ ଠାରେ କଳାହାଣ୍ଡି ଜିଲ୍ଲାର ମିଶ୍ରଣ ପର୍ବରେ ୩ଟି ବ୍ଲକର ବିଜେଡ଼ି କର୍ମୀ ଶଙ୍ଖ ଛାଡ଼ି ପଦ୍ମ ଧରିଲେ ।
ଭବାନୀପାଟଣା, ୧୯/୦୨(ଜଗନ୍ନାଥ ନାଏକ),ଶୁଭମ ବାର୍ତ୍ତା : ଓଡିଶା ପ୍ରଦେଶ ର ଯଶସ୍ବୀ ରାଜ୍ୟ ସଭାପତି ମନମୋହନ ସାମଲ, ସଂଘଠନ ମହାମନ୍ତ୍ରୀ ସାଧାରଣ ସମ୍ପାଦକ ମାନସ ମହାନ୍ତି, ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ କୁମାର ନାଏକ, ବିଧାୟକ ଧର୍ମଗଡ଼ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ରମେଶ ମାଝୀ, ରାଜ୍ୟ ଉପସଭାପତି ତଥା କଳାହାଣ୍ଡି ଜିଲ୍ଲା ପ୍ରଭାରୀ ଶିବାଜୀ ମହାନ୍ତିଙ୍କ ଉପସ୍ଥିତିରେ କଳାହାଣ୍ଡି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲାରେ
୧୩ ଗୋଟି ବ୍ଲକ ଅଛି। ସେଥି ମଧ୍ୟରୁ ତିନୋଟି ବ୍ଲକର ବିଜେଡ଼ି କର୍ମକର୍ତ୍ତା ମାନେ
ଭବାନୀପାଟଣା ବ୍ଲକ, ଲାଞ୍ଜିଗଡ଼ ବ୍ଲକ ଏବଂ ଥୁଆମୂଳ ରାମପୁର ବ୍ଲକର ବିଜେଡ଼ି ଛାଡି ବିଜେପିରେ ସାମିଲ ହେଲେ।
ଲାଞ୍ଜିଗଡ ବ୍ଲକ ଅଧକ୍ଷା କମଳା ପାତ୍ର, ସମିତି ସଭ୍ୟ, ମୁକ୍ତା ଭୋଇ, ଯଶୋବନ୍ତି ନାଏକ, ତ୍ରିନାଥ ମାଝୀ, ପୁଙ୍ଗୁରି ମାଝୀ, ସନ୍ୟାସୀ ମାଝୀ, ରୁପେନ୍ଦ୍ର ଛତ୍ରିଆ, ସମାଜସେବୀ ହରିଶଙ୍କର ପାତ୍ର, ଦିଲୀପ କୁମାର ନାଗ, ସାନ ନାଗ, ଥୁଆମୂଳ ରାମପୁର ବ୍ଲକର ସରପଞ୍ଚ ଗୀତାଞ୍ଜଳି ମାଝୀ, ରାନୀ ନାଏକ, ବିକ୍ରମ ମାଝୀ, ଇଶ୍ୱର ରେଲି, ଅଜିତ ନାଗ, ମନୋଜ କୁମାର ନାଗ, ପୀତବାସ ନାଗ,
ଭବାନୀପାଟଣା ବ୍ଲକ ରୁ ପୂର୍ବତନ ବ୍ଲକ ସଭାପତି ବିଜେଡି ସୁରେନ୍ଦ୍ର ପ୍ରଧାନ, ବିଜେଡି ଯୁବ ନେତା ଅବନୀ ଭୋଇ, ସୁଧୀର ଗହୀର, ବରୁଣ ମାଝୀ, ବିଭୀଷଣ ମାଝୀ,
ନର୍ଲା ବ୍ଲକ ରୁ ସମାଜସେବୀ ମୋତିଲାଲ ଭୋଇ, ବିଜେଡି ଓ କଂଗ୍ରେସ ଦଳ କୁ ପରିତ୍ୟାଗ କରି ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓ ଓଡିଶା ପ୍ରଦେଶ ର ଯଶସ୍ବୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱଧୀନ ସରକାରଙ୍କ ଅନେକ ଜନହିତକାରି, ଗରିବ କଲ୍ୟାଣ, ଜନକଲ୍ୟାଣ, ସର୍ବବ୍ୟାପି, ସର୍ବସ୍ପର୍ଶୀ ବିକଶିତ କାର୍ଯ୍ୟରେ ପ୍ରଭାବିତ ହୋଇ ବିଜେପିରେ ଯୋଗଦାନ କଲେ, ଏହି ସମୟରେ ଜିଲ୍ଲା ସାଧାରଣ ସମ୍ପାଦକ ଲୋକନାଥ ଦୁର୍ଗା, ସାଧାରଣ ସମ୍ପାଦକ ସତ୍ୟ ବେହେରା, ଉପସଭାପତି ରୁପେଶ ଜୈନ, ସମ୍ପାଦକ ବିଭୀଷଣ ସାହୁ, ଭବାନୀଷଙ୍କର ନିଆଲ, ବରିଷ୍ଠ ନେତା ବଣ୍ଟି ଜୈନ ପ୍ରମୁଖ ଉପସ୍ଥିତ ଥିଲେ l
What's Your Reaction?