ଦିନ ଦ୍ବିପ୍ରହରେ ଘରେ ପଶି ଲକ୍ଷ୍ୟାଧିକ ଟଙ୍କା ଓ ଶୁନା ଗହଣା ଚୋରି, ନର୍ଲା ଥାନାରେ ଅଭିଯୋଗ,
ଦିନ ଦ୍ବିପ୍ରହରେ ଘରେ ପଶି ଲକ୍ଷ୍ୟାଧିକ ଟଙ୍କା ଓ ଶୁନା ଗହଣା ଚୋରି, ନର୍ଲା ଥାନାରେ ଅଭିଯୋଗ,
ନର୍ଲା ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ସର୍ଗିଗୁଡା ଗ୍ରାମ ପଂଚାୟତ ତୁଲା ଗାଁ ରେ ଆଜି ବୁଧବାର ଦିନ ୧୨ ଟା ସମୟରେ କୈଳାସ ବୁଦ୍ଧିଆ ଙ୍କ ଘରେ ପଶି ତିନିଜଣ ମୁଖା ପିନ୍ଧା ଦୁର୍ବୁତ୍ତ ଆଲମୀରା ରୁ ଚାରିଲକ୍ଷ ଟଙ୍କା ଓ ତିନି ତୋଳା ରୁ ଅଧିକ ସୁନା ଗହଣା ଚୋରି କରି ନେଇଥିବା ନର୍ଲା ଥାନା ରେ ଅଭିଯୋଗ କରିଛନ୍ତି!କିଛି ଦିନ ହେଲା ନର୍ଲା ଅଞ୍ଚଳ ରେ ଚୋରି, ଡକାୟତି, ଦିନ କୁ ଦିନ ବୃଦ୍ଧି ପାଉଥିବା ବେଳେ ନର୍ଲା ପୋଲିସ ର ପାରିବା ପଣିଆ ଉପରେପ୍ରଶ୍ନବାଚି ସୃଷ୍ଟି ହେଉଛି, କାଁ ଭାଁ କିଛି ଚୋର ଙ୍କୁ ଧରିବାରେ ସଫଳ ହେଉଥିଲେ ମଧ୍ୟ ଅଧିକାଂଶ ଚୋରି ଉପରୁ ପରଦା ଉଠାଇବାରେ ନର୍ଲା ପୋଲିସ ବିଫଳ ହେଉଥିବା ନର୍ଲା ଅଂଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି !ସେଥିପାଇଁ ନର୍ଲା ପୋଲିସ କୁ ପେଟ୍ରୋଲିଙ୍ଗ ବ୍ୟବସ୍ତା କୁ କଡାକଡି କରିବାକୁ ସାଧାରଣରେ ଦାବି,
What's Your Reaction?