ପରଭାଙ୍ଗି ଗ୍ରାମ ନିକଟରେ ଆଲୁମିନିୟମ ପାଉଡର ବୋଝେଇ ପିକଅପ ଭେନ୍ ଦୁର୍ଘଟଣା ଗ୍ରସ୍ତ,
ପରଭାଙ୍ଗି ଗ୍ରାମ ନିକଟରେ ଆଲୁମିନିୟମ ପାଉଡର ବୋଝେଇ ପି, କପ୍ ଭେନ୍ ଗାଡ଼ି ଦୁର୍ଘଟଣା ଗ୍ରସ୍ତ,
ଶୁଭମ ବାର୍ତ୍ତା :- ନର୍ଲା ଥାନା ଅନ୍ତର୍ଗତ ପରଭାଙ୍ଗି ଗ୍ରାମ ନିକଟରେ ସୋମବାର ରାତ୍ର ସମୟରେ ଏକ ପିକଅପ ଭେନ ଗାଡି ନମ୍ବର୍ ଓଡି ୧୮ ପି 8401 ଯୋଗେ ଆଲୁମିନିୟମ ପାଉଡର ବସ୍ତା ବୋଝେଇ ହୋଇ ଚୋରା ଚାଲାଣ ହେଉଥିବା ବେଳେ ଗାଡି ଟି ନର୍ଲା ଥାନା ଅନ୍ତର୍ଗତ ପରଭାଙ୍ଗି ଗ୍ରାମ ସ୍ଥିତ ବୁଲେଣି ଠାରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥଲା । ଏହି ଦୁର୍ଘଟଣା ରେ ଗାଡି ଓଲଟି ଏକ ବିଲରେ ପଡ଼ିଥିବା ବେଳେ କୌଣସି ଧନ ଜୀବନ କ୍ଷୟ କ୍ଷତି ହୋଇନାହିଁ। ଯାହା ଅନୁମାନ କରାଯାଉଛି ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଆଲୁମିନା କମ୍ପାନୀ ଠାରୁ ପ୍ରାୟ ୫୦ ରୁ ୬୦ ବସ୍ତା ଆଲୁମିନା ପାଉଡର ଚୋରା ଚାଲାଣ ହେଉଥିବା ସ୍ଥାନୀୟ ଅଞ୍ଚଳର ଲୋକ ପ୍ରକାଶ କରିଛନ୍ତି । ନର୍ଲା ପୋଲିସ୍ ସୂଚନା ପାଇଁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
What's Your Reaction?