ନୂତନ ସିଡିପିଓ ଙ୍କ ଯୋଗଦାନ ।
ନୂତନ ସିଡିପିଓ ଙ୍କ ଯୋଗଦାନ ।
ଗୋଲାମୁଣ୍ଡା, ୬।୧(ଶୁଭମ ବାର୍ତ୍ତା):କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସମନ୍ୱିତ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ରେ ନୂତନ ସିଡିପିଓ ଭାବେ ସୁଶ୍ରୀ ପଦ୍ମା ମଞ୍ଜରୀ ପଧାନ ଯୋଗଦାନ କରିଛନ୍ତି । ପ୍ରାକ୍ତନ ସିଡିପିଓ କେ ଉଷା ଲକ୍ଷ୍ମୀ ଙ୍କ ଅବସର ପରେ ଏହି ପଦବୀ ଖାଲି ପଡିଥିଲା। ମହିଳା ପରିଦର୍ଶିକା ସୁଶ୍ରୀ ପଦ୍ମାବତୀ ସାହୁ ଅସ୍ଥାୟୀ ଭାବେ କାର୍ଯ୍ୟ ତୁଲାଇଥିଲେ । ସୁଶ୍ରୀ ପଧାନ ଙ୍କ ଯୋଗଦାନ ସମୟରେ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଅଫିସ କାର୍ଯ୍ୟ ଏବଂ ହିତାଧିକାରୀ ଙ୍କ ପ୍ରତ୍ୟେକ ସେବା ସମସ୍ତ ଷ୍ଟାପ ଙ୍କ ମିଳିତ ସହଯୋଗରେ ସୁଚାରୁ ରୂପେ ତୁଲାଇବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?