କେସିଙ୍ଗା ଜର୍ଣାଲିଷ୍ଟ ଆସୋସିଏସନ୍ ସ୍ଵାଗତ ସମ୍ୱର୍ଦ୍ଧନା ସମାରୋହ,

Jul 12, 2026 - 20:47
Jul 12, 2026 - 20:59
 0  3
କେସିଙ୍ଗା ଜର୍ଣାଲିଷ୍ଟ ଆସୋସିଏସନ୍  ସ୍ଵାଗତ ସମ୍ୱର୍ଦ୍ଧନା  ସମାରୋହ,

କେସିଙ୍ଗା ଜର୍ଣାଲିଷ୍ଟ ଆସୋସିଏସନ୍ ସ୍ଵାଗତ ସମ୍ୱର୍ଦ୍ଧନା ସମାରୋହ,

 ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ଜର୍ନାଲିଷ୍ଟ୍ ଆସୋସିଏସନ୍ ର ନୂତନ କର୍ମକର୍ତ୍ତା ମାନଂକୁ ନେଇ ସ୍ଵାଗତ ସମ୍ୱର୍ଦ୍ଧନା ସମାରୋହ ସଭାପତି ନୁରପରାଜ ସାହୁ ଙ୍କ ସଭାପତିତ୍ବରେ ଆର ଏମ ସି  ସଭାଗୃହ ଠାରେ ରବିବାର ଦିନ ଅନୁଷ୍ଠିତ ହୋଇ ଯାଇଛି। ଏହି ସମାରୋହରେ ପ୍ରଥମେ ଶ୍ରୀଜଗନ୍ନାଥ ଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରା ଯାଇ ଥିଲା।ଏଥିରେ ମୁଖ୍ୟ ଅତିଥିଭାବେ ନର୍ଲା ନିର୍ବାଚନ ମଣ୍ଡଳୀ ର ବିଧାୟିକା ମନୋରମା ମହାନ୍ତି ଯୋଗଦେଇ ସାମ୍ବାଦିକ ଙ୍କ ଲେଖନୀ ଓ ଜୀବନୀ ଉପରେ ଆଲୋକ ପାତ କରିବା ସହ ସାମ୍ବାଦିକ କୌଣସି ଲୋକଙ୍କ ଚାପରେ ବଶବର୍ତ୍ତୀ ନ ହୋଇ ସତ୍ୟ ଘଟଣା କୁ ଲୋକ ଲୋଚନ କୁ ଆଣିବାକୁ ଆହ୍ଵାନ ଦେଇଥିଲ।ବିଶିଷ୍ଟ ଅତିଥି ଭାବେ ସିଟିଯେନ୍ ଫରମ୍ ର ସଭାପତି ଡ.ହେମ ସାଗର ସାହା,ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ଅବସର ପ୍ରାପ୍ତ ଅଧ୍ୟାପକ ବି.ଚନ୍ଦ୍ରଶେଖର ଅଚାରି ସମ୍ମାନିତ ଅତିଥି ଭାବେ କେସିଙ୍ଗା ଏନ୍ ଏ ସି ର ଅଧ୍ୟକ୍ଷ ନୃପରାଜ ଯାଦବ ଆଇନ ଜିବୀ ତଥା ପରାମର୍ଶ ଦାତା ନବୀନ କିଶୋର ସାହୁ ପ୍ରମୁଖ ମଞ୍ଚାଷିନ ହୋଇ ନିଜସ୍ବ ମତ ପ୍ରକାଶ କରିଥିଲେ।ଉକ୍ତ ଅନୁଷ୍ଠାନ ର ନୂତନ ଉପଦେଷ୍ଟା କମିଟିର ସଦସ୍ୟ ନଲିନି ପଟ୍ଟନାୟକ ଉପ ସଭାପତି ବିନୋଦ ଜୈନ, ସାଧାରଣ ସମ୍ପାଦକ ରୋହିତ ସାହୁ, ଯୁଗ୍ମ ସମ୍ପାଦକ ଫିରୋଜ ଦାସ, ଅର୍ଗା ନାଇଜର ସମ୍ପାଦକ ସୁଜୟ ଲଙ୍ଗଲତି, କୋଷାଧ୍ୟକ୍ଷ୍ ପ୍ରଫୁଲ୍ଲ ସାହୁ ପ୍ରମୁଖ ସଦସ୍ୟ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।ମଞ୍ଚ ପରିଚାଳନା କରିଥିଲେ କୋଷାଧ୍ୟକ୍ଷ ପ୍ରଫୁଲ୍ଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ସାଧାରଣ ସମ୍ପାଦକ ରୋହିତ ସାହୁ ଏହି ସମାରୋହରେ ସାମ୍ବାଦିକ ଦୟା ସୁନାନି ମଧୁ ସିନ୍ଦୂର ଦୈଦ୍ୟରାଜ ସଦାନନ୍ଦ୍ ପଟେଲ ଡ.ମକଲିଙ୍ଗ ଗହିର ୪ ଜଣଙ୍କୁ ମାନ ପତ୍ର ଓ ଉପ ଢ଼ୋକନ ଦେଇ ମୁଖ୍ୟ ଅତିଥି ସମ୍ବର୍ଦ୍ଧନା କରିଥିଲେ।

What's Your Reaction?

like

dislike

love

funny

angry

sad

wow