ଷୋହଳ ପ୍ରହର ନାମଯଜ୍ଞ ପୂର୍ଣ୍ଣାହୁତି

Apr 12, 2026 - 21:50
Apr 13, 2026 - 07:45
 0  4
ଷୋହଳ ପ୍ରହର ନାମଯଜ୍ଞ ପୂର୍ଣ୍ଣାହୁତି

ଷୋହଳ ପ୍ରହର ନାମଯଜ୍ଞ ପୂର୍ଣ୍ଣାହୁତି  ,

 ଶୁଭମବାର୍ତ୍ତା :(ତପିନ୍ଦ୍ର ସାହୁ) କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକ ସାପଲହରା ପଞ୍ଚାୟତ ଅଧିନସ୍ଥ କଣ୍ଡରେଇ ଗ୍ରାମ ଠାରେ ଶ୍ରୀ ରାମ ନବମୀ ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ଓ ଷୋହଳ ପ୍ରହରୀ ଅନୁଷ୍ଠିତ । ଗତ ତା ୦୯.୦୪.୨୦୨୬ ଗୁରୁବାର ଦିନ ଅଦିବାସ ଘଣ୍ଟ ଶଙ୍ଖ କୀର୍ତନ କଳସଯାତ୍ରା ହୋଇ ଗ୍ରାମ ପରିକ୍ରମା କରାଯାଇଥିଲା । ୧୦. ୦୪. ୨୬ ଶୁକ୍ରବାର ଦିନ ସକାଳେ ନାମ ଆରମ୍ଭ ହୋଇ ଥିଲା । ଷୋହଳ ପ୍ରହରୀ ନାମଯଜ୍ଞ ମହାସମାରୋହ ରେ ଅନୁଷ୍ଠିତ ହୋଇ ତା ୧୨.୦୪.୨୦୨୬ ରିଖ ରବିବାର ଦିନ ପୂର୍ଣ୍ଣାହୁତି ହୋଇଛି। ଉକ୍ତ ନାମଯଜ୍ଞ ରେ ୧୬ ଗୋଟି ସଂକୀର୍ତ୍ତନ ଦଳ ମହାମନ୍ତ୍ର ନାମ ପ୍ରଚାର କରିଥିଲେ। ଶ୍ରଦ୍ଧାଳୁଙ୍କ ପ୍ରବଳ ଜନ ସାମଗମ ଦେଖିବାକୁ ମିଳିଥିଲା ।ସମସ୍ତ ଭକ୍ତ ମାନଙ୍କ ପାଇଁ ୨୪ ଘଣ୍ଟିଆ ଅର୍ଣ୍ଣ ପ୍ରସାଦ ସେବନ ର ବ୍ୟବସ୍ତା କରାଯାଇଥିଲା । ମୁଖ୍ୟ ପୁରୋହିତ ପ୍ରଭାତ କୁମାର ଦାସ ଓ ନୃସିଂହ କୁମାର ଦାସ ରହିଥିବା ବେଳେ ସୁଶୀଲ କୁମାର ମିଶ୍ର, ରମେଶ ଚନ୍ଦ୍ର ମିଶ୍ର ପୂଜକ, ଜପକ ଭାବରେ ରହିଥିଲେ । ନାମଯଜ୍ଞ କର୍ତ୍ତା ଭାବରେ କରୁଣା ପୁଟେଲ ରେବତୀ ପୁଟେଲ , ରହିଥିଲେ । ସପ୍ତରୁଷି ଭାବରେ ଭକ୍ତ ସାହୁ, ସୂର୍ଯ୍ୟମଣି ମାଝୀ, ପଦ୍ମନ ଭୋଇ, କଳାକାହ୍ନୁ ପୁଟେଲ, ନକୁଳ ପୁଟେଲ, ଦେବାର୍ଚ୍ଚନ ମାଝୀ, ଫଲଗୁନି ପୁଟେଲ ରହିଥିଲେ । କଣ୍ଡରେଇ ଗ୍ରାମବାସୀ ଦ୍ୱାରା ଆୟୋଜିତ ହୋଇଥିଲା।

What's Your Reaction?

like

dislike

love

funny

angry

sad

wow