ଠିକାଦାରଙ୍କ ମନମୁଖିରେ ଚାଲିଛି କାଟିକୁଟା କେନାଲ କାମ ନିମ୍ନମାନ କାମକୁ ନେଇ ଚାଷୀ ଅସନ୍ତୋଷ ।

Apr 1, 2026 - 09:56
 0  16
ଠିକାଦାରଙ୍କ ମନମୁଖିରେ ଚାଲିଛି କାଟିକୁଟା କେନାଲ କାମ ନିମ୍ନମାନ କାମକୁ ନେଇ ଚାଷୀ ଅସନ୍ତୋଷ ।

ଠିକାଦାରଙ୍କ ମନମୁଖିରେ ଚାଲିଛି କାଟିକୁଟା କେନାଲ କାମ,

ନିମ୍ନମାନ କାମକୁ ନେଇ ଚାଷୀ ଅସନ୍ତୋଷ ।

ଗୋଳାମୁଣ୍ଡା .୦୧/୦୪(ଶୁଭମ ବାର୍ତ୍ତା ଉପେନ୍ଦ୍ର ବଗର୍ତ୍ତି)କଳାହାଣ୍ଡି ଜିଲ୍ଲାର ଗୋଳାମୁଣ୍ଡା ବ୍ଳକ ଅନ୍ତର୍ଗତ ଫୋଇରିପାଣି ଠାରେ ଥିବା କାଟି କୁଟା ଯୋଜନାର କେନାଳ କାମ ନିମ୍ନମାନ ହେଉଥିବା ଚାଷୀଙ୍କ ଅଭିଯୋଗ ହେଉଛି। ସୂଚନାରୁ ପ୍ରକାଶ ମରାମତି ପାଇଁ ସ୍ଥାନୀୟ ଗୋଳାମୁଣ୍ଡା, ଫୋଇରିପାଣି, ସିନାମାଲ ଅଂଚଳରେ ଚାଷ କରୁଥିବା ଶତାଧିକ ଚାଷୀ କ୍ଷୁଦ୍ର ଜଳ ବିଭାଜନ ବିଭାଗକୁ ମରାମତି ପାଇଁ ଲିଖିତ ଅଭିଯୋଗ କରିଥିଲେ । ଏ ନେଇ ସରକାର ତରଫରୁ କେନାଳକୁ ମରାମତି ପାଇଁ ଟଙ୍କା ମଞ୍ଜୁର ହୋଇ କାମ ଚାଲିଛି ।କେନାଳ କାମଟି ମରାମତି କରାଯାଉ ଥିବା ସମୟରେ ଯନ୍ତ୍ରୀ ଅନୁପସ୍ଥିତ ଥିବା ନେଇ ନିମ୍ନ ମାନର ହେଉଅଛି । ଯାହାକୁ ନେଇ ଚାଷୀ ମହଲରେ ଉଦବେଗ ପ୍ରକାଶ ପାଇଛି। ଏ ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଯୋଗାଯୋଗ କରୁଥିଲେ ସୁଧା ଯନ୍ତ୍ରୀ ଫୋନ ଉଠାଉ ନାହାନ୍ତି।ଏମିତିକି ସରକାରଙ୍କ ନିୟମ ଅନୁଯାୟୀ କାର୍ଯ୍ୟ ସ୍ଥଳୀରେ ସୂଚନା ଫଳକ ଲେଖିବା କଥା କିନ୍ତୁ ତାହାବି ବର୍ତ୍ତମାନ ପର୍ଯ୍ୟନ୍ତ ଉଲେଖ କରାଯାଇନାହିଁ । ଏଣୁ ଦାୟିତ୍ୱରେ ଥିବା ଯନ୍ତ୍ରୀ ଶୈଳେଶ କୁମାର ଧନବାରଙ୍କୁ ମତାମତ ନେବା ପାଇଁ ଯେତେ ଯୋଗା ଯୋଗ କଲେ ମଧ୍ୟ ଫୋନ ଉଠାଉ ନ ଥିବା ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି।କାମ ଅତି ଦୁର୍ବଳ ହୋଇଥିବା ସମୟରେ ସିମେଣ୍ଟ କାମକୁ ପାଣି ମଧ୍ୟ ଠିକ ରୂପେ ଦିଆଯାଉ ନ ଥିବାରୁ କେତେକ ସ୍ଥାନରେ ଫାଟି ବାକୁ ଲାଗିଛି। ଏପରି ଠିକାଦାରଙ୍କ ମନମୁଖୀ କାମ ହୁଏ ତେବେ କାମର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଜିଲ୍ଲା ପ୍ରଶାସନ ଏଦିଗରେ ତଦନ୍ତ କରି ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ଅଞ୍ଚଳର ଚାଷୀ ଡମ୍ବରୁ ମୁଣ୍ଡ, ଦୟାସାଗର ଚଲାନ୍, ଅଜିତ ଚଲାନ୍, ଶରତ କୁମାର ରାଉତ, ଗୌରଚନ୍ଦ୍ର ରାଉତ, ଜଳନ୍ଦର ନାଏକ,ମୁକେଶ କୁମାର ରାଉତ, ସତ୍ୟ ନାରାୟଣ ବିଶି, ଭୂପେନ୍ଦ୍ର ରାଉତ, ମଧୁସୂଦନ ଚଲାନ୍ ପ୍ରମୁଖ ଦାବୀ କରିଛନ୍ତି ।

What's Your Reaction?

like

dislike

love

funny

angry

sad

wow