ସେୟାର ମାର୍କେଟରେ ସୁଧ ପାଇଁ ଟଙ୍କା ଲଗାଇବା ପଡିଲା ମହଙ୍ଗା,

Mar 14, 2026 - 09:43
Mar 14, 2026 - 09:45
 0  139
ସେୟାର ମାର୍କେଟରେ ସୁଧ ପାଇଁ ଟଙ୍କା ଲଗାଇବା ପଡିଲା ମହଙ୍ଗା,

ସେୟାର ମାର୍କେଟରେ ସୁଧ ପାଇଁ ଟଙ୍କା ଲଗାଇବା ପଡିଲା ମହଙ୍ଗା,

ସେୟାର ମାର୍କେଟରେ ଟଙ୍କା ଲଗାଇବାପାଇଁ କହି ଠକିନେଲେ ଦୁଇ କୋଟି ଟଙ୍କା,

ଦ୍ରୋଣାଚାର୍ଯ୍ୟ ସ୍କୁଲର ପ୍ରିନ୍ସିପାଲ ଅର୍ଚନା ଅଗ୍ରୱାଲ ଙ୍କ ଜାଲରେ ପଡି ଫସିଲେ ନେମିଚାନ୍ଦ ଜୈନ,

ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା କେସିଙ୍ଗା ସହରର ସିମେଣ୍ଟ ବ୍ୟବସାୟୀ ନେମିଚାନ୍ଦ ଜୈନ ଙ୍କ ଠାରୁ ସେୟାର ମାର୍କେଟରେ ଦୁଇ କୋଟି ଟଙ୍କା ଠକେଇ ହୋଇଥିବା ରାଏପୁର ସହରର ଦେବେନ୍ଦ୍ର ନଗର ଥାନାରେ ଅଭିଯୋଗ ହୋଇଛି | ରାଏପୁର ପୋଲିସ କେସିଙ୍ଗା ବ୍ଲକ କେନ୍ଦୁପଡା ଗ୍ରାମରେ ଥିବା ଦ୍ରୋଣାଚାର୍ଯ୍ୟ ଇଂଲିଶ ମିଡ଼ିଅମ ସ୍କୁଲର ପ୍ରିନ୍ସିପାଲ ଅର୍ଚନା ଅଗ୍ରୱାଲ ଙ୍କ ସମେତ ସୁମିତ ନନ୍ଦ, ବିକାଶ ସାହୁ, ଅଜୟ ତ୍ରିପାଠୀ, ଅଜିତ ପାତ୍ର ଙ୍କ ନାମରେ ମାମଲା ରୁଜୁକରି ତଦନ୍ତ ଜାରି ରଖିଛନ୍ତି | 

ଏହି ଘଟଣାରେ ଶିକ୍ଷା ଅନୁଷ୍ଠାନର ପ୍ରିନ୍ସିପାଲ ଅର୍ଚନା ଅଗ୍ରୱାଲ ସମ୍ପୃକ୍ତ ଥିବା ଘଟଣା କଳାହାଣ୍ଡି ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି|

ନେମିଚାନ୍ଦ ଜୈନ ଙ୍କ ଅଭିଯୋଗ ଅନୁସାରେ, ପ୍ରଥମେ ଟେଲିଗ୍ରାମ ଗ୍ରୁପରେ ଏକ ଟିମ ତିଆରି କରି ନେମିଚାନ୍ଦ ଜୈନ ଙ୍କୁ ଫୋନ କରି ସେୟାର ମାର୍କେଟରେ ଟଙ୍କା ଲଗାଇଲେ କେମିତି ତାହା ଅଧିକ ଲାଭ ହେବ ବୋଲି ବୁଝା ଯାଇଥିଲା | ପ୍ରଥମେ ସେୟାର ମାର୍କେଟରେ ଏକ ଲକ୍ଷ୍ୟ ଟଙ୍କା ଲଗାଇଲେ ଏକ ଲକ୍ଷ୍ୟ ତିରିଶ ହଜାର ଟଙ୍କା ମିଳିବ ବୋଲି କହି ତାଙ୍କୁ ମାଛ ଜାଲରେ ଫସା ଯାଇଥିଲେ | ଗୋଟିଏ ଦିନରେ ଏକ ଲକ୍ଷ୍ୟ ଟଙ୍କାର ତିରିଶ ହଜାର ଟଙ୍କା ଲାଭ ତାଙ୍କ ଖାତାରେ ଜମା କରାଯାଇଥିଲା | ଗୋଟିଏ ଦିନରେ ତିରିଶ ହଜାର ଟଙ୍କା ଲାଭ ହେଉଥିବା ଦେଖି ଠକ ମାନଙ୍କ ଉପରେ ବିଶ୍ୱାସ କରି ତାଙ୍କ ଶିକାର ରେ ପଡ଼ିଥିଲେ ନେମିଚାନ୍ଦ ଜୈନ | ତିରିଶ ହଜାର ଟଙ୍କା ଲାଭ ଦେଲାପରେ ତାଙ୍କୁ ଆଉଥରେ ଫୋନକରି ସେୟାର ମାର୍କେଟରେ ଏବେ ଏକ ନୂତନ ସ୍କିମ ଆସିଛି ଦୁଇ କୋଟି ଟଙ୍କା ଲଗାଇଲେ ଦୁଇ କୋଟି ଦୁଇ କୋଟି ଚାଳିଶ ଲକ୍ଷ୍ୟ ଟଙ୍କାର ଲାଭ ମିଳିବ ବୋଲି କହି ଠକ ମାନେ ତାଙ୍କୁ ପ୍ରଲୋଭନ ଦେଖାଇଥିଲା | ନେମିଚାନ୍ଦ ଜୈନ ଅନଲାଇନ ରେ ଏତେ ଟଙ୍କା ଦେଇ ପାରିବିନାହିଁ ବୋଲି ସଫା ମନା କରି ଫୋନ କାଟି ଦେଇଥିଲେ | ଏହି ବିଷୟରେ ନେମିଚାନ୍ଦ ଜୈନ କେସିଙ୍ଗା ସହରର ଅର୍ଚନା ଅଗ୍ରୱାଲ ଙ୍କ ସହିତ କଥା ହୋଇଥିଲେ | ଅର୍ଚନା ଅଗ୍ରୱାଲ ଟଙ୍କା କିଛି ହେବନାହିଁ ମୋ ଉପରେ ବିଶ୍ୱାସ କର ବୋଲି କହି ଟଙ୍କା ଦେବାକୁ କହିଥିଲେ | ଟଙ୍କା ଦେବାପାଇଁ ତାଙ୍କୁ ରାଏପୁର ସହରକୁ ଡକା ଯାଇଥିଲା | ନେମିଚାନ୍ଦ ଜୈନ ରାଏପୁର ଯାଇ ସେଠାରେ ଅର୍ଚନା ଅଗ୍ରୱାଲ ଙ୍କୁ ଭେଟିଥିଲେ | ଅର୍ଚନା ଅଗ୍ରୱାଲ ଙ୍କୁ ଭେଟି ତାଙ୍କ କହିବା ଅନୁସାରେ ନେମିଚାନ୍ଦ ଜୈନ ସେଠାରେ ଥିବା ଦୁଇ ଜଣଙ୍କୁ ଦୁଇ କୋଟି ଟଙ୍କା କେଶ ଦେଇଥିଲେ | ତେବେ ଟଙ୍କା ଦେବାର ଗୋଟିଏ ଦିନ ପରେ ଆଉ କାହାର ଦେଖା ନଥିଲା କି ନମ୍ବର ମଧ୍ୟ୍ୟ ଲାଗି ନଥିଲା | ଏହାପରେ ନେମିଚାନ୍ଦ ଜୈନ ଠକେଇର ଶିକାର ହୋଇଥିବା ଜାଣିପାରି ରାଏପୁର ଦେବେନ୍ଦ୍ର ନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ | ରାଏପୁର ଦେବେନ୍ଦ୍ର ନଗର ଥାନା ପୋଲିସ ଏକ ମାମଲା ରୁଜୁକରୀ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ଓ ଦ୍ରୋଣାଚାର୍ଯ୍ୟ ସ୍କୁଲ କୁ ମଧ୍ୟ୍ୟ ତଦନ୍ତ କରିବାପାଇଁ ଆସିଥିଲେ | ଅର୍ଚନା ଅଗ୍ରୱାଲ ସହିତ ଅନ୍ୟ ଅଭିଯୁକ୍ତ ମାନେ ଫେରାର ଥିବା ଜାଣିପାରି ରାଏପୁର ପୋଲିସ ଫେରସ୍ତ ହୋଇଥିଲେ | ପ୍ରକାଶ ଥାଉକି, ନେମିଚାନ୍ଦ ଜୈନ ଓ ଅର୍ଚନା ଅଗ୍ରୱାଲ ଦୁଇଜଣ କେସିଙ୍ଗା ସହରର ହୋଇଥିବା ବେଳେ ଦୁଇଜଣ ମାରୱାଡି ସମାଜରୁ ଆସିଥାନ୍ତି | ଏହି ଘଟଣାର ସମାଧାନ ପାଇଁ ମାରୱାଡି ସମାଜ ମଧ୍ୟ୍ୟ ହସ୍ତକ୍ଷେପ କରି ସମାଧାନ ପାଇଁ ଚେଷ୍ଟା କରୁଥିଲେ ମଧ୍ୟ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରିନଥିବା ଜଣାପଡିଛି | ବର୍ତ୍ତମାନ ଅର୍ଚନା ଅଗ୍ରୱାଲ ମଧ୍ୟ୍ୟ ଜାମିନରେ ଆସିଥିବା ସୂଚନା ମିଳିଛି.....

What's Your Reaction?

like

dislike

love

funny

angry

sad

wow