ନର୍ଲା ସ୍ଵାଭିମାନ ବଞ୍ଚାଅ ଓ ବିକାଶ ଅଭିଯାନର ଶତାଧିକ ଯୁବକ ମେଲି,
ନର୍ଲା ସ୍ଵାଭିମାନ ବଞ୍ଚାଅ ଓ ବିକାଶ ଅଭିଯାନର ଶତାଧିକ ଯୁବକ ମେଲି
ନର୍ଲା ଶୁଭମ ବାର୍ତ୍ତା :- ରବିବାର ଦିନ ସକାଳ ଏଗାର ଘଣ୍ଟା ସମୟରେ ନର୍ଲା ସ୍ଥିତ କଲୋନୀ ପଡା ଏକ ଫାର୍ମ ହାଉସ ରେ ନର୍ଲା ଅଞ୍ଚଳ ଶତାଧିକ ଯୁବକ ଏକତ୍ରିତ ହୋଇ ନର୍ଲା ଅଂଚଳର ସାମଗ୍ରିକ ବିକାଶ ମୂଳକ କର୍ଯ୍ୟରେ ଯୁବ ନେତୃତ୍ଵ କାର୍ଯ୍ୟ ବହନ କରିଆସୁଥିବା ଯୁବନେତା ଦିପୁ ପାତ୍ର ଙ୍କ ନେତୃତ୍ଵରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଇଥିଲା, ଉକ୍ତ ବୈଠକରେ ମଞ୍ଚାସିନ ଅତିଥି ଭାବରେ ସଦର ବିଧାୟକ ସାଗର ଚରଣ ଦାସ,ଙ୍କ ପ୍ରତିନିଧି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅଥିତି ଭାବରେ ସମାଜସେବୀ କୃଷକ ନେତା ଦୁର୍ଯ୍ୟୋଧନ କୁମାର ଙ୍କ ସମେତ ନର୍ଲା ଅଂଚଳ ର ବହୁ ଯୁବ ପ୍ରତିଭା ଓ ସମାଜ ସେବି ଉପସ୍ଥିତଥିଲେ, ନର୍ଲା କୁ କିପରି ଭାବରେ ବିକାଶ କରାଯିବ ସେ ଦିଗରେ ନିଜ ନିଜ ମତ ପ୍ରକାଶ କରିଥିଲେ ଏବଂ ସ୍ଵାସ୍ଥ୍ୟ ସମସ୍ୟା ପାନୀୟ ଜଳ ଯୋଗାଣ ଯାତାୟାତ ରାସ୍ତା ଘାଟ ଓ ବିକାଶ ରେ ଯେଉଁ ସ୍ୱାର୍ଥପର ନେତା ମାନେ ବାଧକ ହେଉଛନ୍ତି ତାଙ୍କୁ ପ୍ରତିବାଦ କରିବା ପାଇଁ ସାମୁହିକ ଭାବରେ ଏହି ବୈଠକ ରେ ମତପ୍ରକାଶ ପାଇଛି ଏହି କାର୍ଯ୍ୟକ୍ରମ ରେ ନର୍ଲା ବ୍ଳକ ଶତାଧିକ ଯୁବକ ଅଂଶଗ୍ରହଣ କରିଥିଲେ ।
ନର୍ଲା ରୁ ତପନ କୁମାର ସାହୁ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?