ଠିକାଦାର ଏବଂ ଯନ୍ତ୍ରୀ ଙ୍କ ମନମାନି କାର୍ଯ୍ୟ କୁ ନେଇ ଅଞ୍ଚଳବାସୀ ଅସନ୍ତୁଷ୍ଟ:ସୂଚନା ଫଳକ ବୋର୍ଡ ନାହିଁ, ଅଟକଳ ପରିମାଣ କାର୍ଯ୍ୟ ଆରମ୍ଭ ଏଵଂ ଶେଷ ତାରିଖ ଲୁଚାଇବା କାରଣ କଣ ?

Mar 3, 2026 - 21:21
 0  3
ଠିକାଦାର ଏବଂ ଯନ୍ତ୍ରୀ ଙ୍କ ମନମାନି କାର୍ଯ୍ୟ କୁ ନେଇ ଅଞ୍ଚଳବାସୀ ଅସନ୍ତୁଷ୍ଟ:ସୂଚନା ଫଳକ ବୋର୍ଡ ନାହିଁ, ଅଟକଳ ପରିମାଣ କାର୍ଯ୍ୟ ଆରମ୍ଭ ଏଵଂ ଶେଷ ତାରିଖ ଲୁଚାଇବା କାରଣ କଣ ?

ଠିକାଦାର ଏବଂ ଯନ୍ତ୍ରୀ ଙ୍କ ମନମାନି କାର୍ଯ୍ୟ କୁ ନେଇ ଅଞ୍ଚଳବାସୀ ଅସନ୍ତୁଷ୍ଟ:ସୂଚନା ଫଳକ ବୋର୍ଡ ନାହିଁ, ଅଟକଳ ପରିମାଣ କାର୍ଯ୍ୟ ଆରମ୍ଭ ଏଵଂ ଶେଷ ତାରିଖ ଲୁଚାଇବା କାରଣ କଣ ?

ଭବାନୀପାଟଣା, ୦୩/୦୩(ଜଗନ୍ନାଥ ନାଏକ), ଶୁଭମ ବାର୍ତ୍ତା : ସରକାର ଟିକସ ଆଦାୟ କରିବାରେ ଗରିବ ଠାରୁ ଧନୀ ପର୍ଯ୍ୟନ୍ତ ଛାଡୁନାହିଁ ସତ , ଏବଂ ସେହି ଟଙ୍କା କୁ ଅନେକ ପ୍ରକାର ପାଣ୍ଠି ରେ ଜନତା ଙ୍କ ଏବଂ ଦେଶର ବିକାଶ ପାଇଁ ଦେଉଛନ୍ତି, କିନ୍ତୁ ସେହି ପାଣ୍ଠି ବାଟମାରଣା ହେବାର ଅଭିଯୋଗ ସାମ୍ନା କୁ ଆସିଛି।କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଗ୍ରାମ୍ୟ ଉନ୍ନୟନ ବିଭାଗ ଙ୍କ ଅନିୟମିତତା କାର୍ଯ୍ୟ କୁ ନେଇ ଅଞ୍ଚଳବାସୀ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ଜୟପାଟଣା ଠାରୁ ବଡ଼କର୍ଲାକୋଟ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ରେ କୌଣସି ବିଭାଗୀୟ ଯନ୍ତ୍ରୀ ଅନୁପସ୍ଥିତ ହେତୁ ଠିକାଦାର ମନମାନି କାର୍ଯ୍ୟ କରି ଆସୁଛି ଯାହାଫଳରେ ଜନସାଧାରଣ ଙ୍କୁ ଅଯଥା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। କାର୍ଯ୍ୟ କରୁଥିବା ବେଳେ ପୋଲ ବସାଇବା ପାଇଁ ରାସ୍ତା ଭାଙ୍ଗି କୌଣସି ସୁରକ୍ଷିତ ସୂଚନା ବୋର୍ଡ କିମ୍ବା ବେରିକେଟ ମଧ୍ୟ ଦିଆଯାଉନାହିଁ। ଏବଂ ରାସ୍ତା ପାର୍ଶ୍ଵରେ ଥିବା କେତେକ ବଡ଼ ବଡ଼ ଗଛ ମଧ୍ୟ ମନଇଚ୍ଛା JCB ମେସିନ ରେ ଭାଙ୍ଗି ଗଛ ନଷ୍ଟ କରି ଦେବାର ଦୃଶ୍ୟ ସାମ୍ନା କୁ ଆସିଛି,ଏଥି ପ୍ରତି ଜୟପାଟଣା ବନ ବିଭାଗ ଅଧିକାରୀ ଙ୍କୁ ଦୃଷ୍ଟି ରଖିବା ପାଇଁ ଚର୍ଚ୍ଚା ହେଉଛି।ରାସ୍ତା ପାଣ୍ଠି କେତେ ଟଙ୍କା ଆସିଛି ସେହି ସୂଚନା ଫଳକ ବୋର୍ଡ ମଧ୍ୟ ଦିଆଯାଇ ନାହିଁ , ରାସ୍ତା ପାର୍ଶ୍ବରେ ମୁରୁମ୍ ମାଟି ଦେବା ବଦଳରେ ହାଲୁକା ମାଟି ପକେଇ ପାଣି କୁରିଂ କରୁନାହାନ୍ତି ଯାହା ଫଳରେ ବାୟୁ ପ୍ରଦୂଷଣ ହେଇ ଲୋକଙ୍କ ଆଖି କାନ ଏବଂ ନିଃଶ୍ୱାସ ପ୍ରଶ୍ୱାସ ରେ ପ୍ରବେଶ କରି ଅସୁବିଧା ହଉଛି । ଏବଂ ଜନସାଧାରଣ ଦୁର୍ଘଟଣା ଓ ରୋଗାକ୍ରାନ୍ତ ହେବାର ସମ୍ଭାବନା ଅଧିକ ରହିଛି । ଏପରି କାର୍ଯ୍ୟ କାହାର ଛତ୍ରଛାୟାରେ ଚାଲିଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀ ତଥା ପ୍ରଶାସନ ଙ୍କ ମଧୁଚନ୍ଦ୍ରିକା ଥାଇପାରେ କି ? ଖବର ପ୍ରକାଶ ପରେ ସରକାର ଏବଂ ପ୍ରଶାସନ କେତେ ତତ୍ପରତା ଦେଖାଇ ସଠିକ୍ ନିୟମ ରେ କାର୍ଯ୍ୟ କରୁଛନ୍ତି , ନା ନିଜ ନିଜ ଭିତରେ ହାତ ବାରିଶି କରି ଅଣଦେଖା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

What's Your Reaction?

like

dislike

love

funny

angry

sad

wow