ଝୁନା ଓ ଯଶୋ ମେମୋରିଆଲ ଚିଚର୍ଲା କୁ ହରାଇ କଣ୍ଟାବାଞ୍ଜି ଚାମ୍ପିୟନ,

Jan 21, 2026 - 06:38
Jan 21, 2026 - 06:42
 0  20
ଝୁନା ଓ ଯଶୋ ମେମୋରିଆଲ ଚିଚର୍ଲା କୁ ହରାଇ କଣ୍ଟାବାଞ୍ଜି ଚାମ୍ପିୟନ,

ଝୁନା ଓ ଯଶୋ ମେମୋରିଆଲ ଚିଚର୍ଲା କୁ ହରାଇ କଣ୍ଟାବାଞ୍ଜି ଚାମ୍ପିୟନ 

ନର୍ଲା ଶୁଭମ ବାର୍ତ୍ତା - ଫାଇନାଲ ଖେଳର ଶେଷ ମୁହୂର୍ତ୍ତ ରେ ଏକ ଚିତା କର୍ଷକ ଗୋଲ ଦେଇ କଣ୍ଟାବାଞ୍ଜି ଚାମ୍ପିୟନ ହେବାର ଗୌରବ ଲାଭ କରିଛି l ଖେଳ ର ପ୍ରାରମ୍ଭରୁ ହିଁ ଉଭୟ ଦଳ ସେମାନଙ୍କ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଥିଲେ ଯାହାର ଭରପୁର ଫାଇଦା ନେଇଥିଲେ ପଡିଆରେ ଉପସ୍ଥିତ ଥିବା କ୍ରୀଡ଼ାପ୍ରେମୀ ଦର୍ଶକ l ଆଜିର ଖେଳ ଦେଖିବାକୁ ସମଗ୍ର ଷ୍ଟାଡିଅମ ଲୋକାରଣ୍ୟ ହୋଇ ଯାଇଥିଲା l ପୂର୍ବତନ କ୍ରୀଡ଼ାବିତ, ବର୍ତମାନ ର କ୍ରୀଡ଼ାବିତ, ଏବଂ ଭବିଷ୍ୟତ ର କ୍ରୀଡ଼ାବିତ ମାନଙ୍କ ଉପସ୍ଥିତିରେ ପୁରା ଖେଳ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଅତ୍ୟନ୍ତ ପ୍ରତି ଦ୍ଵନ୍ଦତା ମୂଳକ ଥିଲା l ଖେଳ ଶେଷ ହେବ ର କିଛି ସେକେଣ୍ଡ ପୂର୍ବରୁହି ଚିଚ ର ଲା ଦଳ ପରାଜୟ ସ୍ୱୀକାର କରିଥିଲା l ଆଜିର ଖେଳ ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ମହାନ୍ତି ଅଧ୍ୟକ୍ଷ ପଂଚାୟତ ସମିତି ନର୍ଲା ବିଜୟୀ ଦଳ କଣ୍ଟାବାଞ୍ଜି ଦଳକୁ ଚାମ୍ପିୟନ ଟ୍ରଫି ଓ ପରାଜୟ ବରଣ କରିଥିବା ଚିଚର୍ଲା ଦଳକୁ ଟ୍ରପି ପ୍ରଦାନ କରିଥିଲେ l ନିଜର ଦୁଇ ଜଣ ସାଙ୍ଗ ଙ୍କ ସ୍ମୁତି ଉଦେଶ୍ୟ ରେ ଆୟୋଜିତ ଏହି ପ୍ରତଯୋଗୀତାରେ ଅତୀତର ସ୍ମୁତି ଚାରଣ ସହ ନିଜେ ଭାବୁକ ହୋଇ ପଡ଼ିଥିଲେ ଶ୍ରୀଯୁକ୍ତ ମହାନ୍ତି l ଆଜିର କାର୍ଯ୍ୟକ୍ରମ ରେ ପଡିଆରେ ଅନେକ ଦର୍ଶକ ସମାଗମ ହୋଇଥିବା ବେଳେ ପୂର୍ବତନ କ୍ରୀଡ଼ାବିତ ବଦ୍ରି ପ୍ରସାଦ ମିଶ୍ର ଓ ପୂର୍ବତନ କ୍ରୀଡ଼ାବିତ ମୂଳ ଚନ୍ଦ ଅଗ୍ରୱାଲ ଅନ୍ୟ ଖେଳ ପରିଚାଳକ ମାନଙ୍କୁ ସମର୍ଦ୍ଧିତ କରିଥିଲେ l

What's Your Reaction?

like

dislike

love

funny

angry

sad

wow