ବିଶ୍ୱସ୍ତରୀୟ ବୀଚ ଭଳି ବଳ ଚମ୍ପିୟାନ ସିପରେ ନର୍ଲା ବ୍ଲକ ଚାରିଜଣ ଟେକ୍ନିକାଲ ଅଫିସିଆଲ ମନୋନୀତ,

Mar 8, 2026 - 17:29
Mar 8, 2026 - 17:33
 0  83
ବିଶ୍ୱସ୍ତରୀୟ ବୀଚ ଭଳି ବଳ ଚମ୍ପିୟାନ ସିପରେ  ନର୍ଲା ବ୍ଲକ ଚାରିଜଣ ଟେକ୍ନିକାଲ ଅଫିସିଆଲ ମନୋନୀତ,

ବିଶ୍ୱସ୍ତରୀୟ ବୀଚ ଭଳି ବଳ ଚମ୍ପିୟାନ ସିପରେ ନର୍ଲା ବ୍ଲକ ଚାରିଜଣ ଟେକ୍ନିକାଲ ଅଫିସିଆଲ ମନୋନୀତ,

ନର୍ଲା ଶୁଭମ ବାର୍ତ୍ତା (ଅଜିତ ମାଝୀ )ଭୁବନେଶ୍ବର ଦୂତୀଚାନ୍ଦ ଷ୍ଟାଡିୟମରେ ଆୟୋଜିତ ହେଉଥ‌ିବା କିଟ୍ ବିଶ୍ବବିଦ୍ୟାଳୟ ଏଫ୍‌ଆଇଭିବି ବିଶ୍ୱସ୍ତରୀୟ ବିଚ୍ ଭଳି ବଳ ମହିଳା ଓ ପୁରୁଷ ଚାମ୍ପିୟନଶିପରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକର ଚାରି ଜଣ ଟେକ୍ନିକାଲ ଅଫିସିଆଲ ଭାବରେ ମନୋନୀତ ହୋଇଛନ୍ତି । ମାର୍ଚ୍ଚ ୦୪ରୁ ୦୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥ‌ିବା ମହିଳା ଓ ପୁରୁଷ ବିଚ୍ ଭଲିବଲ ଚାମ୍ପିୟନଶିପରେ ୫୨ଟି ଦେଶର ଖେଳାଳିମାନେ ଅଂଶଗ୍ରହଣ କରିଛନ୍ତି। ଏଥିରେ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତାଙ୍କ ସମେତ ୩୦୬ ଜଣ ଖେଳାଳି ଓ ଅଫିସିଆଲ ଯୋଗ ଦେଇଛନ୍ତି । ସେଥି ମଧ୍ୟରୁ କଳାହାଣ୍ଡି ଜିଲାର ତୁଲାପଡା କ୍ରୀଡା ଶିକ୍ଷକ ସରୋଜ କୁମାର ପ୍ରଧାନ , ରାତୁଲ ସରକାରୀ ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ଚନ୍ଦ୍ର ମୋହନ ବିଶ୍ଵାଳ,କାଣ୍ଡେଲ ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ବିପିନ ପ୍ରଧାନ,ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଶାଣିବନ୍ଦ କ୍ରୀଡା ଶିକ୍ଷକ ଅଜିତ କୁମାର ନାଏକ, ଟେକ୍ନିକାଲ ଅଫିସିଆଲ ଯୋଗ ଦେଇଥିବାରୁ ନର୍ଲା ଅଂଚଳ ରେ ଖୁସିର ଲହରୀ ଖେଳିଯାଇଛି । ଚାରିଜଣ ପ୍ରତିଭାଙ୍କୁ ନର୍ଲା ଏସ୍କନ କ୍ଳବ ତରଫରୁ ସୁମନ୍ତ ପୁଝାରୀ, ତ୍ରିଲୋଚନ ଗଉଡ, ସରୋଜ କୁମାର ଚାନ୍ଦ,ଶ୍ରବଣ ପୂଝାରୀ,ସୁଧିର ଧଙ୍ଗଡା ମାଝି, ପ୍ରିୟବ୍ରତ ଚାନ୍ଦ, ନାରାୟଣ ମାଝୀ ତଥା କ୍ରୀଡା ପ୍ରେମୀ ମାନେ ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ଟେକ୍ନିକାଲ ଅଫିସିଆଲ ଚାରି ଜଣକୁ ଶୁଭେଚ୍ଛା ଓ ସାଧୁବାଦ ଜଣାଇଛନ୍ତି।

What's Your Reaction?

like

dislike

love

funny

angry

sad

wow