ନର୍ଲା ରେ କଂଗ୍ରେସ୍ ର 'ସଂଗଠନ ସୃଜନ ଅଭିଯାନ' ଯୋଗ ଦେଲେ କଂଗ୍ରେସ୍ ପ୍ରଭାରୀ ଶେଖ୍ ମୁସ୍ତାକ୍ ମହମ୍ମଦ,
ନର୍ଲା ରେ କଂଗ୍ରେସ୍ ର 'ସଂଗଠନ ସୃଜନ ଅଭିଯାନ' ଯୋଗ ଦେଲେ କଂଗ୍ରେସ୍ ପ୍ରଭାରୀ ଶେଖ୍ ମୁସ୍ତାକ୍ ମହମ୍ମଦ
ଶୁଭମ ବାର୍ତ୍ତା :- କିଛି ବର୍ଷ ହେଲା ଆମ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନ ରେ କଂଗ୍ରେସ୍ ର ପରିସ୍ଥିତି ଖରାପ୍ ଆଡ଼କୁ ଗତି କରୁଛି। ସେହି ଅନୁସାରେ ତାର ଭୋଟ୍ ପ୍ରତିଶତ ମଧ୍ୟ କମି ଯାଉଛି, ଲୋକେ କଂଗ୍ରେସ୍ ରୁ ମୁଁହ ଫେରାଇ ଅନ୍ୟ ଦଳ ମୁହାଁ ହେଉଥିବା ନଜର କୁ ଆସୁଛି,ସେଥିପାଇଁ କଂଗ୍ରେସ୍ କୁ ମଜବୁତ୍ କରିବା ପାଇଁ କଂଗ୍ରେସ୍ 'ସଂଗଠନ ସୃଜନ ଅଭିଯାନ ନାମକ ଏକ ନୂଆଁ ଫର୍ମୁଲା ଆପଣେଇଛି । ଏହି ଅଭିଯାନ ରେ କଂଗ୍ରେସ୍ ତାର ତୃଣମୂଳ ସ୍ଥର କୁ ଯାଇ ନିଜ ନିଜ କଂଗ୍ରେସ୍ କର୍ମୀ ଙ୍କ ମତ କୁ ଗୁରୁତ୍ଵ ଦେଇ ସଂଗଠନ କୁ ସୁଦୃଢ କରିବା ଲକ୍ଷ୍ୟ ରଖିଛି।
ଏହି ପରିପେକ୍ଷି ରେ ଆଜି ସନ୍ଧ୍ୟା ୫ଟା ସମୟରେ କଳାହାଣ୍ଡି ଜିଲ୍ଲାର ନର୍ଲା ରୋଡ ସ୍ଥିତ ଦିଶା ହୋଟେଲ୍ ରେ ନର୍ଲା କଂଗ୍ରେସ' ପକ୍ଷରୁ 'ସଂଗଠନ ସୃଜନ ଅଭିଯାନ ' କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଦିଲ୍ଲୀ ରୁ ଆସି ଥିବା କଂଗ୍ରେସ୍ ପ୍ରଭାରୀ ଶେଖ୍ ମୁସ୍ତାକ୍ ମହମ୍ମଦ ପ୍ରଥମେ ସାମ୍ବାଦିକ ସମ୍ମିଳନୀ କରି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ, ପରେ ନିଜ ଦଳ ର ନେତା ଓ କର୍ମୀ ମାନଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମଟି ନର୍ଲା ର ଯୁବ ନେତା ଦିପୁ ପାତ୍ର, ନିରଜ୍ ଶର୍ମା, ଚୁଳମଣି ଗଉଡ଼ିଆ, ଓ ରାହୁଲ ସାହୁଙ୍କ ଙ୍କ ତତ୍ବାବଧାନରେ ଆୟୋଜିତ ହୋଇଥିବା ବେଳେ ନର୍ଲା ଅଞ୍ଚଳ ର ଶତାଧିକ କଂଗ୍ରେସ୍ ନେତା ଓ କର୍ମୀ ଅଂଶ ଗ୍ରହଣ ଥିଲେ।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?