ନର୍ଲା ବିଜେପି ପକ୍ଷରୁ ରାହୁଲ୍ ଗାନ୍ଧୀ ଙ୍କ କୁଶପୁତ୍ତଳିକା ଦାହ

Sep 2, 2025 - 09:04
 0  98
ନର୍ଲା ବିଜେପି ପକ୍ଷରୁ ରାହୁଲ୍ ଗାନ୍ଧୀ ଙ୍କ କୁଶପୁତ୍ତଳିକା ଦାହ

ନର୍ଲା ବିଜେପି ପକ୍ଷରୁ ରାହୁଲ୍ ଗାନ୍ଧୀ ଙ୍କ କୁଶପୁତ୍ତଳିକା ଦାହ,

 ଶୁଭମ ବାର୍ତ୍ତା :- ବିହାର୍ ର ଏକ ରାଲି ରେ ବିରୋଧୀ ଦଳ ନେତା ରାହୁଲ୍ ଗାନ୍ଧୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସ୍ବର୍ଗତ ମାଁ ଙ୍କ ଉଦ୍ଦେଶ୍ୟ ରେ ଅଶାଳୀନ ମନ୍ତବ୍ୟ ଦେବାକୁ ନେଇ କଳାହାଣ୍ଡି ଜିଲ୍ଲା ନର୍ଲା ବିଜେପି ପକ୍ଷରୁ ରାହୁଲ୍ ଗାନ୍ଧୀ ଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। କଳାହାଣ୍ଡି ଜିଲ୍ଲା ର ପୂର୍ବତନ ବିଜେପି ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର ଙ୍କ ନେତୃତ୍ୱ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଜେପି ବିଧାୟକ ପ୍ରାର୍ଥୀ ଅନିରୁଦ୍ଧ ପଧାନ୍, ମନ୍ମୟ ଚାନ୍ଦ୍ , ବିକାଶ୍ କୁମାର୍ ଦତ୍ତା, ରେଖା ପ୍ରସାଦ୍ ଶକ୍ତି ରଞ୍ଜନ୍ ଶତପଥୀ, ସରୋଜ୍ ବୁଦ୍ଧିଆ ଙ୍କ ସହିତ ଶତାଧିକ ବିଜେପି ନେତା ଓ କର୍ମୀ ଯୋଗ ଦେଇ ପ୍ରଥମେ ଏକ ବାଇକ୍ ଶୋଭାଯାତ୍ରା ରେ କଂଗ୍ରେସ୍ ବିରୁଦ୍ଧରେ ବିଭିନ୍ନ ନାରାବାଜି ଦେଇ ନର୍ଲା ସହର ପରିକ୍ରମା କରିଥିଲେ, ପରେ ନର୍ଲା ଚରିଛକ ଠାରେ ରାହୁଲ୍ ଗାନ୍ଧୀ ଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ତା ସହିତ ରାଜ୍ୟ ସରକାର ନର୍ଲା କୁ ଏନ୍ ଏ ସି ମାନ୍ୟତା ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ୍ ଜଣାଇ ଥିଲେ।

  ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow