VB-G-RAM-G ଭିବି- ଜିରାମ-ଜୀ ଆଇନ ର ମୋହନଗିରି ମଣ୍ଡଳ ରେ ବିଜେପି ମଣ୍ଡଳ ସ୍ତରୀୟ କର୍ମଶାଳା,

Feb 13, 2026 - 17:53
 0  9
VB-G-RAM-G  ଭିବି- ଜିରାମ-ଜୀ ଆଇନ ର ମୋହନଗିରି ମଣ୍ଡଳ ରେ ବିଜେପି ମଣ୍ଡଳ ସ୍ତରୀୟ କର୍ମଶାଳା,

VB-G-RAM-G ଭିବି- ଜିରାମ-ଜୀ ଆଇନ ର ମୋହନଗିରି ମଣ୍ଡଳ ରେ ବିଜେପି ମଣ୍ଡଳ ସ୍ତରୀୟ କର୍ମଶାଳା 

ଭବାନୀପାଟଣା, ୧୩/୦୨(ଜଗନ୍ନାଥ ନାଏକ), ଶୁଭମ ବାର୍ତ୍ତା :ଭିବି -ଜିରାମ-ଜୀ, (VB-G-RAM-G )ଭାରତୀୟ ଜନତା ପାର୍ଟି ମୋହନଗିରି ମଣ୍ଡଳ ତରଫରୁ ସିଙ୍ଗପୁର ଗ୍ରାମପଞ୍ଚାୟତ ଠାରେ ଭିବି -ଜିରାମ -ଜୀ ଯୋଜନା ର ମଣ୍ଡଳ ସ୍ତରୀୟ ଜନଜାଗରଣ କର୍ମଶାଳା ଅନୁଷ୍ଠିତ ହେଲା l ମଣ୍ଡଳ ସଭାପତି ଖ୍ରୀଷ୍ଟ ଦତ୍ତ ରାଉତଙ୍କ ଅଧକ୍ଷ୍ୟତା ରେ ଆୟୋଜିତ କର୍ମଶାଳା ରେ, ଜିଲ୍ଲା ସାଧାରଣ ସମ୍ପାଦକ ଲୋକନାଥ ଦୁର୍ଗା ମୁଖ୍ୟ ଅତିଥିଭାବେ ଯୋଗଦାନ କରି VB-G-RAM-G ଯୋଜନା ବିଷୟରେ ଅଭିଭାଷଣ ରଖିଥିଲେ, କାର୍ଯ୍ୟକ୍ରମ ରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ସମ୍ପାଦକ ଘନଶ୍ୟାମ ଗହୀର, ପ୍ରଭାରୀ ଗଣେଶ କୁମାର, କର୍ଲାମୁଣ୍ଡା ସଭାପତି ଡୋଳାମଣି ଭୋଇ, ବରିଷ୍ଠ ନେତା ଗୋକୁଳ ବିଶ୍ୱାଳ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ସସ୍ମିତା ପାତ୍ର, ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ କୁନି ପ୍ରଧାନ, ମଣ୍ଡଳ ଟୋଲୀ ସଂଯୋଜକ ରାଜେନ୍ଦ୍ର କୁମାର, ସରପଞ୍ଚ ସ୍ନିଗ୍ଧା ରାଣୀ ରଣା, ଫକୀର ରଣା, ବୀରେନ୍ଦ୍ର ମାଝୀ, କ୍ଷେତ୍ର ମୋହନ ପ୍ରଧାନ, ବନମାଳୀ ସିଂ, ଆରତୀ ବିଶ୍ୱାଳ, ତ୍ରିଲୋକୟ ଧଙ୍ଗଡାମାଝୀ, ଲୋକେଶ କୁମାର ରଣା, ଟିକ୍ଚନ ଭୋଇ, ଚିତ୍ତ ରଞ୍ଜନ ଭୋଇ, ବିଷୟବସ୍ତୁ ଉପରେ ଅଭିଭାଷଣ ରଖିଥିଲେ l କାର୍ଯ୍ୟକ୍ରମ ରେ ମଣ୍ଡଳ ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ମଞ୍ଚ ପରିଚାଳନା କରିଥିଲେl  

ଏହି ଅବସରରେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅନିରୁଦ୍ଧ ପ୍ରଧାନ ମନରେଗା ରେ ହୋଈ ଆସୁଥିବା ଦୁର୍ନୀତି କୁ ରୋକିବାରେ କେନ୍ଦ୍ର ସରକାର ଙ୍କ ପ୍ରୟାସ କୁ ପ୍ରଶଂସା କରିବା ସହିତ ବିଭୀ -ଜିରାମ -ଜୀ ଯୋଜନା କୁ ପ୍ରତେକ ପଞ୍ଚାୟତ ରେ ଜନଜାଗରଣ କରି ପ୍ରଚାର ସକାଶେ ଆହ୍ୱାନ ଦେଇଥିଲେ l

କୃଷକ ଓ ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ଏହି ଆଇନ ରେ ପରିବର୍ତନ ହୋଇଛି ବୋଲି ବକ୍ତା ମାନେ ଅବଗତ କରାଇଥିଲେ,

ଆଗାମୀ ଦିନରେ ଜନଜାଗରଣ ସୃଷ୍ଟି ପାଇଁ ଏହାକୁ ବ୍ୟପକ ଭାବେ ପ୍ରଚାର କରିବା ସହ ଗାଁ ଗାଁ ବୁଲି ଶ୍ରମିକ, କୃଷକ, ଜନସାଧାରଣ ଙ୍କ ପାଖରେ ପହଂଚାଇବା ପାଇଁ ସମସ୍ତ ନେତୃତ୍ୱ ଅଭିଭାଷଣ ରେ ପ୍ରକାଶ କରିଥିଲେ l

What's Your Reaction?

like

dislike

love

funny

angry

sad

wow