ବଦଳି ନିର୍ଦ୍ଦେଶ କୁ ଶିକ୍ଷୟତ୍ରୀ ଙ୍କ ନାଲିଆଖି ରାଜନୈତିକ ପଶାପାଲିରେ ଶିକ୍ଷା ଅଧିକାରୀ,
ବଦଳି ନିର୍ଦ୍ଦେଶ କୁ ଶିକ୍ଷୟତ୍ରୀ ଙ୍କ ନାଲିଆଖି ରାଜନୈତିକ ପଶାପାଲିରେ ଶିକ୍ଷା ଅଧିକାରୀ,
ନର୍ଲା ଶୁଭମ ବାର୍ତ୍ତା(ଅଜିତ ମାଝୀ ):- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବେହେରପାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମୋଟ ୫୧ ଜଣ ଛାତ୍ରଛାତ୍ରୀ ଙ୍କୁ ଅଧ୍ୟୟନ ପାଇଁ ଚାରିଜଣ ଶିକ୍ଷୟତ୍ରୀ ଓ ଜଣେ ମାତ୍ର ଶିକ୍ଷକ କାର୍ଯ୍ୟରତ ଅଛନ୍ତି କିନ୍ତୁ ଗତ ୮ ଜାନୁଆରୀ ୨୦୨୬ ରେ କନିଷ୍ଠ ଶିକ୍ଷୟତ୍ରୀ ରଶ୍ମିତା ସାହୁ ଙ୍କୁ ପତ୍ର ସଂଖ୍ୟା ୧୨୯ ଅନୁଯାଇ ବ୍ଲକ ଶିକ୍ଷା ଅଧିକାରୀ ନର୍ଲା ଙ୍କ ନିର୍ଦେଶ ମତେ ବେହେରାପାଟି ରୁ ଚାରି କିଲୋମିଟର ଦୂର ଡୁମାଲ ପଡ଼ା ପ୍ରାଥମିକ ବିଦ୍ୟାଳୟ କୁ ଶ୍ରୀମତି ସାହୁ ଙ୍କୁ ବଦଳି କରାଯାଇଥିଲା କିନ୍ତୁ ବଦଳି ନିର୍ଦ୍ଦେଶ କୁ ଶିକ୍ଷୟତ୍ରୀ ଜଣକ ମାନିବାକୁ ନାରାଜ ସେହି ସ୍କୁଲରୁ ରିଲିଫ କରାଯାଇଥିବା ସ୍ୱତ୍ତ୍ୟ କଳବଲ କୌଶଳ କରି କିଛି ରାଜନେତା ଙ୍କ ସରଣାପନ୍ନ ହୋଇ ବ୍ଲକ ଶିକ୍ଷାଧିକାରୀ ଙ୍କୁ ଅନଧିକାର ଚାପ ପ୍ରୟୋଗ କରି ବଦଳି ନିର୍ଦ୍ଦେଶକୁ ବେଖାତିର ମାସେ ରୁ ଉର୍ଦ୍ଧ ସମୟ ଧରି ସେହି ସ୍କୁଲ ରେ ଯୋଗଦେଲେ ନାହିଁ ଫଳରେ ବଦଳି ହୋଇଥିବା ସ୍କୁଲ ରେ ଛାତ୍ରଛାତ୍ରୀ ଙ୍କ ପାଠପଢ଼ା ରେ ଗଭୀର ବ୍ୟାଘାତ ଘଟିଥିଲା ଏବଂ ଡୁମାଳ ପଡ଼ା ସ୍କୁଲ ର ଶିକ୍ଷା ପରିଚାଳନା କମିଟି ଓ ଗ୍ରାମବାସୀ ମାନେ ବାଧ୍ୟ ହୋଇ ସ୍କୁଲରେ ତାଲା ପକାଇ ଶିକ୍ଷକ ଦେବା ପାଇଁ ପ୍ରତିବାଦ କରିଥିଲେ କିନ୍ତୁ ତଥାପି ଶିକ୍ଷୟତ୍ରୀ ଜଣକ ସରକାରୀ ନିର୍ଦ୍ଦେଶ କୁ ଖୁଲମ୍ ଖୁଲା ଅବମାନନା କରି ସ୍କୁଲରେ ଯୋଗଦାନ କଲେ ନାହିଁ ଓଲଟା ରାଜନୈତିକ ଚାପା ପ୍ରୟୋଗ କରି ଶିକ୍ଷା ଅଧିକାରୀ ମାନଙ୍କୁ ନାଲି ଆଖି ଦେଖାଇବାରେ ପଛଘୁଞ୍ଚା ଦେଲେ ନାହିଁ ଏଭଳି ଶିକ୍ଷୟତ୍ରୀ ଙ୍କ ଉନ୍ନତ କାଣ୍ଡରେ ବ୍ଲକ ଶିକ୍ଷା ଅଧିକାରୀ ନର୍ଲା ବାଧ୍ୟ ହୋଇ ଉକ୍ତ ନିର୍ଦ୍ଦେଶ କୁ ବାତିଲ କରି ସେହି ସ୍କୁଲ ର ଆଉଜଣେ ନିରୀହ ଶିକ୍ଷକ ଶ୍ରୀ ସହଦେବ କରୁଆଁ ଙ୍କୁ ପତ୍ର ସଂଖ୍ୟା ୨୯୧ ତାରିଖ ୧୬.୦୨.୨୦୨୬ ରେ କିଛି ଦିନ ପାଇଁ ଡୁମାଲ ପଡ଼ା ସ୍କୁଲ କୁ ବଦଳି କରାଯାଇଥିବା ଗ୍ରାମବାସି ଓ ଅଭିଭାବକ ମାନେ ପ୍ରକାଶ କରିଛନ୍ତି କିନ୍ତୁ ଏଠି ଏକ ବଡ଼ ପ୍ରଶ୍ନ ଜଣେ କନିଷ୍ଠ ଶିକ୍ଷୟତ୍ରୀ ସରକାରଙ୍କ ନିର୍ଦ୍ଦେଶ କୁ ନ ମାନିବା ଅଧିକାରୀ ମାନଙ୍କୁ ଭୟବିତ କରି ନିଜ ବଦଳି ନିର୍ଦ୍ଦେଶ କୁ ବାତିଲ କରାଇବା ଶିକ୍ଷା ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ଏଣୁ ଦିଗରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀ ଏକ ତଦନ୍ତକାରୀ ଦଳ ଗଠନ କରି ସରକାରୀ ବଦଳି ନିର୍ଦ୍ଦେଶ କୁ କାହିଁକି ଓ କଣ ପାଇଁ? ଅବମାନନା କରାଯାଇଛି ତାହା ତଦନ୍ତ କରାଯାଇ ସମ୍ପୃକ୍ତ ଶିକ୍ଷୟିତ୍ରୀ ଙ୍କ ବିରୋଧ ଶୃଙ୍ଖଲା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଅଭିଭାବକ ଓ ଗ୍ରାମବାସୀ ମହଲ ରେ ଦାବି ହେଉଛି l
What's Your Reaction?