ବ୍ଳକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣି ସମ୍ପଦ ମେଳା ୨୦୨୫ ଅନୁଷ୍ଠିତ,
ବ୍ଳକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣି ସମ୍ପଦ ମେଳା ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ନର୍ଲା ଶୁଭମ ବାର୍ତ୍ତା :- (ଅଜିତ ମାଝୀ)ତା ୨୧/୧୧/୨୦୨୫ ଆଜି ଶୁକ୍ରବାର ଦିନ ପୂର୍ବାହ୍ନ ଏଗାର ଘଣ୍ଟା ସମୟରେ ନର୍ଲା ସ୍ଥିତ ପ୍ରାଣୀ ସମ୍ପଦ ବିଭାଗ କାର୍ଯ୍ୟଳୟ ଠାରେ ବ୍ଳକ୍ ସ୍ତରିୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମୋନୋରମା ମହାନ୍ତି ବରିଷ୍ଟ ଅତିଥି ଭାବେ ଅନିରୁଦ୍ଧ ପଧାନ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ନିରୋଧ ଚନ୍ଦ୍ର କର ସମ୍ମାନୀତ ଅତିଥି ଜ୍ଞାନ ରଞ୍ଜନ ସେଠୀ ଏଵଂ ନର୍ଲା ବିଡ଼ିଓ ବିପିନ୍ ବିହାରୀ ଦୀପ ମୁଖ୍ୟ ବକ୍ତା ପ୍ରଭାତ କୁମାର ପରିଡ଼ା ସମୂହ ମଞ୍ଚାଷିନ ହେଇଥିଲେ ବ୍ଲକ୍ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଭବ୍ୟ ସ୍ଵାଗତ ସମର୍ଦ୍ଧନା କରାଯାଇଥିଲା ଦୀପ ପ୍ରଜ୍ଜ୍ୱଳନ କରାଯାଇ ମେଳା ର ଶୁଭାରମ୍ଭ ହୋଇଥିଲା ଉପସ୍ଥିତ ମଞ୍ଚ।ଷିନ ଅତିଥି ସମୂହ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଉପରେ ଉପସ୍ଥିତ ଥିବା ବ୍ଳକ୍ ର ସମସ୍ତ ସମାଜସେବୀ , ବୁଦ୍ଧିଜୀବୀ, ଗୋଷ୍ଟି ମହିଳା ପୁରୁଷ ଯୁବକ ଯୁବତୀ ସହିତ ଉଦ୍ୟୋଗୀ ମତ୍ସୀ ଓ ପ୍ରାଣୀ ସମ୍ପଦ ଉଦ୍ୟୋଗୀ ସହିତ କୃଷକ ମାନଙ୍କୁ ରାଜ୍ୟ ସରକାର ଙ୍କ ଯୋଜନା ଉପରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ଗ୍ରାମ ପଞ୍ଚାୟତ ସରପଂଚ ତନୁଜା ହରିପାଳ, ଘଣ୍ଟ ମାଳ ସରପଞ୍ଚ ଦେବେନ୍ଦ୍ର ସା, ଭାନପୁର ସରପଞ୍ଚ ଅନ୍ତରାମ ମାଝୀ ଉପସ୍ଥିତ ରହିଥିଲେ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ରେ କୃତିତ୍ୱ ଉଦ୍ୟୋଗୀ ଙ୍କୁ ପ୍ରଶାସନ ପକ୍ଷରୁ ପୁରସ୍କୃତ କରାଯାଇଥିଲା ।
What's Your Reaction?