ଜବାହାର ନବୋଦୟ ବିଦ୍ୟାଳୟ ଠାରେ ଆଦର୍ଶ ଯୁବ ଗ୍ରାମସଭା ଅନୁଷ୍ଟିତ।

Nov 22, 2025 - 18:43
 0  136
ଜବାହାର ନବୋଦୟ ବିଦ୍ୟାଳୟ ଠାରେ ଆଦର୍ଶ ଯୁବ ଗ୍ରାମସଭା ଅନୁଷ୍ଟିତ।

ଜବାହାର ନବୋଦୟ ବିଦ୍ୟାଳୟ ଠାରେ ଆଦର୍ଶ ଯୁବ ଗ୍ରାମସଭା ଅନୁଷ୍ଟିତ।

ନର୍ଲା , ଶୁଭମ ବାର୍ତ୍ତା :- 22/11/25(ଅଜିତ ମାଝୀ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ ଚପଟ ଖଣ୍ଡା ଠାରେ ଅବସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟ ସଭାଗୃହ ଠାରେ ବିଦ୍ୟାଳୟ ର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଯତୀନ କୁମାର ରଥ ଙ୍କ ଅଧ୍ୟକ୍ଷତାରେ ଆଜି ଶନିବାର ଅପରାହ୍ନ ତିନିଟା ସମୟରେ ତ୍ରିସ୍ତରୀୟ ପଞ୍ଚାୟତ ରାଜ ଗ୍ରାମୀଣୀ ଗ୍ରାମସଭା ବିଷୟରେ ଏକ ସଚେତନଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ଏଥିରେ ବିଦ୍ୟାଳୟର ଅନେକ ଛାତ୍ର ଛାତ୍ରୀ ତ୍ରିସ୍ତରୀୟ ପଞ୍ଚାୟତ ଯୋଜନାରେ କାର୍ଯ୍ୟକାରୀ କରାଯାଉଥିବା ଶିକ୍ଷା, ସ୍ଵାସ୍ଥ୍ୟ ବିଜୁଳି, ଗମନାଗମନ ଭଳି ଅନେକ ଜନହିତକର ଯୋଜନା ପ୍ରଣୟନ ପାଇଁ ଗ୍ରାମସଭା ମାଧ୍ୟମରେ କି ଭଳି ଭାବରେ ପ୍ରସ୍ତାବ ଗୃହୀତ କରାଯାଇ ଅନୁମୋଦନ ପାଇଁ ପ୍ରେରଣ କରାଯାଇଥାଏ ଓ ତାର ପରବର୍ତ୍ତୀ ସମୟରେ ଜି ଭାଳି ଭାବରେ ବିକାଶ ମୁଖି କାର୍ଯ୍ୟରେ ସଫଳ ରୂପାୟନ ହୋଇଥାଏ ରୂପାନ୍ତରିତ କୁ ନେଇ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଗ୍ରାମସଭା ସମନ୍ଧିତ ଅଧିକାରୀ କର୍ମଚାରୀ ଓ ବିଭିନ୍ନ ବର୍ଗର ଗ୍ରାମବାସୀ ଅଭିନୟ ଭୂମିକାରେ ନିଖୁଣ ଭାବରେ ପ୍ରତିପାଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ତନୁଜା ହରିପାଳ ଅଂଶ ଗ୍ରହଣ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ସୁମନ ସରୋଜ, ଦେବେନ୍ଦ୍ର କୁମାର ବାରିକ, ପ୍ରଶାନ୍ତ ପଣ୍ଡା ପ୍ରମୁଖ ମଞ୍ଚ।ଷିନ ଥିବା ବେଳେ ମଞ୍ଚ ପରିଚାଳନା ରେ ସତିଶ୍ କୁମାର, ସୁନିଲ କୁମାର ମେହେର, ସିମାଲଲ ଧିମାନ, ପ୍ରୀୟବାନା ମୂରଲୀ କ୍ରିଷନ ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow