ମା ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ପଲସାପଡାକୁ ହରାଇ କଣ୍ଟାମାଲ ଚମ୍ପିୟାନ,

Nov 18, 2025 - 06:10
 0  21
ମା ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ   ପଲସାପଡାକୁ ହରାଇ କଣ୍ଟାମାଲ ଚମ୍ପିୟାନ,

ମା ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

ପଲସାପଡାକୁ ହରାଇ କଣ୍ଟାମାଲ ଚମ୍ପିୟାନ,

ଗୋଲାମୁଣ୍ଡା,୧୭।୧୧(ଶୁଭମ ବାର୍ତ୍ତା): ଗୋଲାମୁଣ୍ଡା ବ୍ଲକ ଚପୁରିଆ ପଞ୍ଚାୟତ ବିଶିବରନି ଖେଳ ପଡିଆ ଠାରେ ମା’ ମାଉଳୀ ଯୁବ ଅନୁଷ୍ଠାନ ଆନୁକୂଲ୍ୟରେ ୭ ଦିନ ଧରି ଚାଲିଥିବା ଫୁଟବଳ ଟୁର୍ଣ୍ଣାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ଖେଳ ପଲସାପଡା ଓ କଣ୍ଟାମାଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଫାଇନାଲ ଖେଳରେ କଣ୍ଟାମାଲ ୧-୦ ଗୋଲ ସ୍କୋର କରି କଣ୍ଟାମାଲ ଦଳ ୧ ଗୋଲରେ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟର ଚାମ୍ପିୟାନ ହୋଇଥିଲା । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚପୁରିଆ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଶ୍ରୀ ନରହରି ବାଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ତପନ ଗହୀର,ଜଗୁଜୀବନ ସେଠିଆ,ଅନିଲ ମଲ୍ଲିକ,ଦେବରାଜ ଭାଟି, ହରେରାମ ମଲ୍ଲିକ, ବାଳକୃଷ୍ଣ ବାଗ, ହେମନ୍ତ ବାଗ, ସୁରେନ୍ଦ୍ର ବାଗ ଦିନେଶ ବାଗ, ଦେବେନ୍ଦ୍ର ପୁଟେଲ, ଯୋଗଦେଇ ବିଜେତା ଓ ଉପ ବିଜେତା ଦଳକୁ ପୁରସ୍କୃତ କରିଥିଲେ । ଖେଳକୁ ମନ୍ମଥ ନାଥ ସିଂ ପରିଚାଳନା କରିଥିବା ବେଳେ ରୋମାଞ୍ଚଳ ଭୋଇ ଓ ଭିକାରି ଭୋଇ ଲାଇନ୍ସ ମେନ ଦାୟିତ୍ୱ ତୁଲାଇ ଥିଲେ । ମନୋଜ କୁମାର ଚନ୍ଦନ,ନୀଳକଣ୍ଠ ଜାନି ଓ ପ୍ରକାଶ ଦାସ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଫୁଟବଲ୍ ଟୁର୍ଣ୍ଣାମେଣ୍ଟର କମିଟିର ସଭାପତି ଲବଣୀ ଚନ୍ଦନ, ସମ୍ପାଦକ ଟୁନା ଦାସ କୋଷାଧ୍ୟକ୍ଷ ବେଦବର ମାଝୀ ମୁଖ୍ୟ ଭୂମିକା ନିଭାଇଥିବା ବେଳେ କ୍ରିନୁଷ୍ଠାନ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।

 ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow