ବ୍ଲକ ସ୍ତରୀୟ ଶକ୍ତି ସଂରକ୍ଷଣ ପ୍ରଦର୍ଶନୀ କାର୍ଯ୍ୟକ୍ରମ ।

Jul 24, 2025 - 18:10
 0  2
ବ୍ଲକ ସ୍ତରୀୟ ଶକ୍ତି ସଂରକ୍ଷଣ ପ୍ରଦର୍ଶନୀ କାର୍ଯ୍ୟକ୍ରମ ।

ବ୍ଲକ ସ୍ତରୀୟ ଶକ୍ତି ସଂରକ୍ଷଣ ପ୍ରଦର୍ଶନୀ କାର୍ଯ୍ୟକ୍ରମ ।

ଗୋଲାମୁଣ୍ଡା -୨୪/୦୭(ଶୁଭମ ବାର୍ତ୍ତା)ପୃଥିବୀରେ ଅନୁଭୂତ ବିଭିନ୍ନ ସମସ୍ୟା ମଧ୍ୟରୁ ଶକ୍ତି ସମସ୍ୟା ଏକ ଗୁରୁତ୍ବପୂର୍ଣ୍ଣ ସମସ୍ୟା ରୂପେ ପରିଗଣିତ l ବିଭିନ୍ନ ଶକ୍ତି ଦ୍ୱାରା ସମସ୍ତ ସୁବିଧା ହେଲେ ମଧ୍ୟ ଏହାର ପାରିପାର୍ଶ୍ବିକ ସମସ୍ୟା ଗୁଡିକ ସୃଷ୍ଟି କରିଥାଏ l କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ର ସମସ୍ତ ଉଚ୍ଚ ବିଦ୍ୟାଳୟକୁ ନେଇ ଗୋଲାମୁଣ୍ଡା ନୋଡାଲ ହାଇ ସ୍କୁଲ ଠାରେ ବ୍ଲକ ସ୍ତରୀୟ ଶକ୍ତି ସଂରକ୍ଷଣ ଓ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ଥାୟୀ ଜୀବନଶୈଳୀ ଉପରେ ଆଧାରିତ ନମୂନା ପ୍ରଦର୍ଶନୀ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୀଳାମ୍ବର ବିଶିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଗୋଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିପୁରା ମହାନନ୍ଦ, ସମ୍ମାନନୀୟ ଅତିଥି ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜେଶ ନାଏକ, ଗଙ୍ଗାଧର ରାଉତ,ଶ୍ୟାମସୁନ୍ଦର ଅଗ୍ରୱାଲ, ପ୍ରମୁଖ ମଞ୍ଚାସିନ ଥିଲେ l ସଭା କାର୍ଯ୍ୟକୁ ମାନଝରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆନନ୍ଦାନନ୍ଦ ମେହେର ମଞ୍ଚ ପରିଚାଳନା କରିଥିଲେ l ଉପସ୍ଥିତ ଅତିଥି ବୃନ୍ଦ ପରିବେଶ ସନ୍ତୁଳନ ରକ୍ଷା ନିମନ୍ତେ ଶକ୍ତି ସଂରକ୍ଷଣ ଏକାନ୍ତ ଆବଶ୍ୟକ ବୋଲି ଛାତ୍ର ଛାତ୍ରୀ ଙ୍କୁ ବୁଝାଇ ଥିଲେ l ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ନିଜର ଲୁକ୍କାୟିତ ପ୍ରତିଭାକୁ ପ୍ରଦର୍ଶନ କରି ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଜନ ସଚେତନ ବାର୍ତ୍ତା ଦେଇଥିଲେ l ଏହି ପ୍ରକଳ୍ପ ପ୍ରଦର୍ଶନୀ ରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ୪୩ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।ବିଚାରକ ଭାବେ ସର୍ବମାଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର ଓ କବିପ୍ରସାଦ ପଟ୍ଟନାୟକ ଉପସ୍ଥିତ ରହି ନିଷ୍ପତି ନେଇଥିଲେ l ପରିଶେଷରେ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ସ୍ଥାନୀୟ ବିଦ୍ୟାଳୟର ସୌମ୍ୟରଂଜନ ମିଶ୍ର, ବିକ୍ରମ ମାଝୀ, ସସ୍ମିତା ମଙ୍ଗରାଜ, ଅଲିଶା ବରାଳ, ଅରୁଣ କୁମାର ପାଣିଗ୍ରାହୀ, ରଞ୍ଜନ କୁମାର ଜେନା ପ୍ରମୁଖ ସହଯୋଗ କରିଥିଲେ

 

ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow