ସ୍ଵାଧୀନତା ର ୭୮ ବର୍ଷ ପରେ ମଧ୍ୟ ଗାଁ କୁ ଯିବା ପାଇଁ ରାସ୍ତା ନାହିଁ ,
ସ୍ଵାଧୀନତା ର ୭୮ ବର୍ଷ ପରେ ମଧ୍ୟ ଗାଁ କୁ ଯିବା ପାଇଁ ରାସ୍ତା ନାହିଁ
ଶୁଭମ ବାର୍ତ୍ତା :- ସ୍ୱାଧୀନତାର ୭୮ ବର୍ଷ ପରେ ମଧ୍ୟ ଗାଁକୁ ରାସ୍ତା ନାହିଁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ କମର୍ଧା ପଞ୍ଚାୟତ ର ରଙ୍ଗପାରୁ ଗାଁ ରେ।ଗାଁ ରୁ ବାହାରି ଅନ୍ୟ ସ୍ଥାନ କୁ ଯିବାକୁ ହେଲେ ଗାଁ ନିକଟରେ ଥିବା ଏକ ଛୋଟ ନଈ କୁ ପାରି ହେବାକୁ ପଡ଼ିଥାଏ, ଖରା ଦିନ ତ କଷ୍ଟେ ମଷ୍ଟେବିତି ଯାଏ ହେଲେ ବର୍ଷା ଦିନ ଆସିଲେ ଜଳ ବନ୍ଦୀ ଜୀବନ ବିତାଇ ଥାଆନ୍ତି ଗ୍ରାମ ବାସୀ।ଘର ପାଇଁ ରାସନ୍ ହେଉ ଅବା ସ୍କୁଲ୍, ଅଙ୍ଗନ୍ ୱାଡ଼ି ସହିତ ମେଡିକାଲ୍ ଯିବା ଠପ୍ ହୋଇ ପଡେ। ଫଳରେ ଅନେକ୍ ଅସୁବିଧା ର ସମ୍ମୁଖୀନ ହୋଇଥାନ୍ତି ଗ୍ରାମବାସୀ। ଗାଁ ରେ ପାଖାପାଖି ୧୫ ରୁ ଉର୍ଦ୍ଧ ପରିବାର ବାସ କରନ୍ତି ହେଲେ ଆଜି ବି ସରକାର ଙ୍କ ବିଭିନ୍ନ ମୌଳିକ ସୁବିଧା ରୁ ବଞ୍ଚିତ ଅଛନ୍ତି।କିଛି ଦିନ ତଳେ ଉକ୍ତ ଗାଁ ର ପାଣି ସମସ୍ୟା କୁ ନେଇ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ ହୋଇ ଥିଲା। ଖବର ଦେଖି ଲାଞ୍ଜିଗଡ଼ ବ୍ଲକ୍ ପ୍ରଶାସନ ପକ୍ଷରୁ ଗାଁ ରେ ଏକ ନଳ କୂପ ର ବ୍ୟବସ୍ଥା କରାଯାଇଛି, ଗାଁ ଲୋକେ ନଈ ର ଦୂଷିତ ପାଣି ବଦଳରେ ନଳ କୂଅ ର ପାଣି ପିଉଛନ୍ତି।ବର୍ତ୍ତମାନ ଗାଁ ର ମୁଖ୍ୟ ସମସ୍ୟା ହେଉଛି ନଈ ଉପରେ ଗୋଟିଏ ପୋଲ ଓ ଗମନା ଗମନ ପାଇଁ ରାସ୍ତା। ସରକାର୍ ରଙ୍ଗପାରୁ ଗାଁ ଲୋକ ଙ୍କ ଗୁହାରି କେବେ ଶୁଣୁଛନ୍ତି ତାହା ଦେଖିବାକୁ ବାକି ରହିଲା।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?