ଧର୍ମଗଡ଼ ଉପଖଣ୍ଡରେ ନୂତନ ଭାବେ ଯୋଗଦାନ ଦେଲେ ମହିଳା ଆଇପିଏସ ସୂଶ୍ରୀ ଭର୍ଷିଥା ଅଡେପୂ ଅଧିକାରିଣୀ ,
ଧର୍ମଗଡ଼ ଉପଖଣ୍ଡରେ ନୂତନ ଭାବେ ଯୋଗଦାନ ଦେଲେ ମହିଳା ଆଇପିଏସ ସୂଶ୍ରୀ ଭର୍ଷିଥା ଅଡେପୂ ଅଧିକାରିଣୀ
ଭବାନୀପାଟଣା, ୦୩/୦୩(ଜଗନ୍ନାଥ ନାଏକ), ଶୁଭମ ବାର୍ତ୍ତା :କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ରେ ନୂତନ ଭାବେ ଯୋଗଦାନ ଦେଲେ ମହିଳା ଆଇପିଏସ ସୂଶ୍ରୀ ଭର୍ଷିଥା ଅଡେପୂ | ମହିଳା ଡିଏସପି ସୂଶ୍ରୀ ଭର୍ଷିଥା ଅଡେପୂ ଧର୍ମଗଡ ଉପଖଣ୍ଡ ପୋଲିସ ଅଧୂକାରିଣୀ ଭାବେ ଯୋଗଦାନ ଦେଇ କାର୍ଯ୍ୟଭାର ଗ୍ରହଣ କଲାପରେ ଥାନା ପକ୍ଷରୁ ଅଧୂକାରୀ, କର୍ମଚାରି ମାନେ ଡିଏସପିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ ଗତ ସମ୍ବଦ୍ଧନା କରିଥିଲେ | ନୂତନ ମହିଳା ଡିଏସପି ଯୋଗଦାନ କରିବା ପୂର୍ବରୁ ଡୋଳାମଣୀ ଭୋଇ ଉପଖଣ୍ଡ ଥାନାର କାର୍ଯ୍ୟର ଦାୟିତ୍ଵ ତୁଲାଉ ଥିଲେ | ସେ ପଦୋନ୍ବିତ ହୋଇ ଜିଲ୍ଲା ହେ ହେଡ଼ କ୍ବାଟର କୁ ଅତିରିକ୍ତ ଏସପି ଭାବେ ବଦଳି ହେବା ପରେ ଗତ ଫେବୃୟାରୀ ୨୩ ତାରିଖ ଦିନ ସୂଶ୍ରୀ ଭର୍ଷିଥା ଅପେଡୁ ଧର୍ମଗଡ ଉପଖଣ୍ଡ ପୋଲିସ ଅଧୂକାରିଣୀ ଭାବେ ଯୋଗଦାନ କରି ଦାୟିତ୍ବ ନେଇ ଛନ୍ତି | ଏହା ପୂର୍ବରୁ ସୂଶ୍ରୀ ଅଡେପୂ ତଲେଙ୍ଗାନା ରାଜ୍ୟର ଜନ୍ମିତ ୨୦୨୧ ବ୍ୟାଚ । ଓଡିଶା କ୍ୟାଡର ର ଆଇପିଏସ ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ଥାଇ ନିକଟରେ ହୋଇଥିବା ନୂଆପଡା ଉପନିର୍ବାଚନ ରେ ଗୁରୁ ଦାୟିତ୍ଵ ନିଭାଇ ଥିଲେ ଧର୍ମଗଡ ଉପଖଣ୍ଡ ପୋଲିସ ଅଧୂକାରିଣୀ କାର୍ଯ୍ୟଭାର ଦାୟିତ୍ଵ ନେଇ ସେ ପ୍ରତିକ୍ରିୟା ରେ ସୃଷ୍ଠୀକରଣ କରିଥିଲେ ଯେ ଧର୍ମଗଡ ଉପଖ ପଖଣ୍ଡରେ ଥିବା ଥାନା ଓ ସହରର ଟ୍ରାଫିକ ସମସ୍ୟା, ବାଳି ଚୋରାଚାଲାଣ, ଗଞ୍ଜେଇ ଚାଲାଣ, ଚୋରି ତଥା ଅସାମାଜିକ ବ୍ୟକ୍ତିମାନଙ୍କ ଉପରେ ତୀକ୍ଷ୍ଣ ନଜର ଦିଆ ଯିବ ବୋଲି ରୋକଠୋକ ପ୍ରତିକ୍ରିୟା ରଖୁଛନ୍ତି | ତେଣୁ ଧର୍ମଗଡ ଉପଖଣ୍ଡ ପୋଲିସ ଅଧୂକାରିଣୀ ସୂଶ୍ରୀ ଭର୍ଷିଥା ଅଡେପା ଯୋଗ ଦେଇଥିବାରୁ ଅଞ୍ଚଳ ବାସୀ ଅନେକ ଶୁଭେଚ୍ଛା ଓ ଶୁଭ କାମନା ଜଣାଇଛନ୍ତି |
What's Your Reaction?