ବ୍ଲକ୍ ବିଭାଜନ ଓ ସ୍ଥାନୀୟ ସମସ୍ୟା କୁ ନେଇ ଟକର୍ଲା ବଜାର ପ୍ରାଙ୍ଗଣରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଟିତ

Sep 10, 2025 - 10:12
Sep 10, 2025 - 10:14
 0  234
ବ୍ଲକ୍ ବିଭାଜନ  ଓ ସ୍ଥାନୀୟ ସମସ୍ୟା କୁ ନେଇ ଟକର୍ଲା ବଜାର ପ୍ରାଙ୍ଗଣରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଟିତ

ବ୍ଲକ୍ ବିଭାଜନ ଓ ସ୍ଥାନୀୟ ସମସ୍ୟା କୁ ନେଇ ଟକର୍ଲା ବଜାର ପ୍ରାଙ୍ଗଣରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଟିତ,

ନର୍ଲା ଶୁଭମ ବାର୍ତ୍ତା :- ରାଜ୍ୟରେ ଲୋକ ସଂଖ୍ୟା ଓ ଭୌଗଳିକ କାରଣ କୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ଗ୍ରାମାଞ୍ଚଳ କୁ ସହରାଞ୍ଚଳ କରିବାକୁ ଅନେକ ପଦକ୍ଷେପ ନେଇଥିବା ନଜରକୁ ଆସୁଛି ସେଥି ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ରେ ନୂତନ ବ୍ଲକ୍ ଓ ନୂତନ ପଞ୍ଚାୟତ ପାଇଁ ଦାବୀ ହୋଇଆସୁଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ର ଟକର୍ଲା, ମୁଡ଼ିଙ୍ଗ, ଗିଗିନା, ମୁଷ୍କୁଟି, ରୁପ୍ରା ଆଦି ପଞ୍ଚାୟତ ର ବୁଦ୍ଧିଜୀବୀ, ରାଜନେତା, ଓ ସାଧାରଣ ଜନତା ମିଶି ଟକର୍ଲା କୁ ଆଉ ଏକ ନୂତନ ବ୍ଲକ୍ ଘୋଷଣା କରିବାକୁ ରାଜ୍ୟ ସରକାର ଙ୍କ ପାଖରେ ଦାବୀ ରଖିବାକୁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଗତ କାଲି ଟକର୍ଲା ବଜାର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ପ୍ରସ୍ତୁତି ବୈଠକ ଟି ସମାଜସେବୀ ତଥା କୃଷକ ନେତା ଦୁର୍ଯୋଧନ କୁମାର ଓ ସହଯୋଗୀ ସୁନିଲ ସାହୁ ଙ୍କ ନେତୃତ୍ବରେ ଟକର୍ଲା ବଜାର ପ୍ରାଙ୍ଗଣ ରେ ଅନୁଷ୍ଠୀତ ହୋଇ ଥିଲା, ଅସ୍ଥାୟୀ ସଭାପତି ଟକର୍ଲା ସରପଞ୍ଚ ରାମଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଆରମ୍ଭ ହୋଇ ନୁତନ ବ୍ଳକ ଟକର୍ଲା ଠାରେ ନିର୍ମାଣ ହେବା ପାଇଁ ସମସ୍ତେ ମତ ପ୍ରକାଶ କରି ଥିଲେ ଏହି ପରିପ୍ରେକ୍ଷୀରେ ଆଲୋଚନା କରି ଆଗାମୀ ରବିବାର 14 ତାରିଖ ଦିନ ଏକ କମିଟି ଗଠନ କରାଯିବ ଯେଉଁ କମିଟି ଜରିଆରେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ରାଜଧାନୀ ପହଞ୍ଚି ଦାବି ପତ୍ର ପ୍ରଦାନ କରିବେ ବୋଲି ଶ୍ରୀ କୁମାର ମତ ବ୍ୟକ୍ତ କରିଛନ୍ତି। ପୁଣି ସେ କହିଛନ୍ତି ଯେ 14 ତାରିଖ ରବିବାର ଦିନ ଶହ ଶହ ସାଧାରଣ ଜନତା ଉପସ୍ଥିତ ଥାଇ କମିଟି ର ନାମକରଣ ହେବାର ସୁଚନା ଦେଇଛନ୍ତି । ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ରେ ଟକର୍ଲା ପଞ୍ଚାୟତ,ମୁଡିଙ୍ଗ,ଗିଗିନା,ମୁସ୍କୁଟି,

ରୁପ୍ରା,,ପଲମ ଓ ଅନ୍ୟାନ୍ୟ ପଡୋଶୀ ପଞ୍ଚାୟତର ର କିଛି ସଚେତନ ନାଗରିକ ସମିତି ସଭ୍ୟ ସରପଞ୍ଚ ଉପସ୍ଥିତ ଥିଲେ ଆଗାମୀ ବୈଠକରେ ଏହି କାର୍ଯ୍ୟକ୍ରମ ଆଗେଇ ନେବା ପାଇଁ ଏକ କମିଟି ର ନାମକରଣ ହେବ ତାର ନାମ ସଭାପତି ଙ୍କ ଅନୁମୋଦନ କ୍ରମେ "ଜନଶକ୍ତି ବିକାଶ" ରଖାଯାଇଛି ।

     ନର୍ଲା ରୁ ଜଗତ ରାମ ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା,

What's Your Reaction?

like

dislike

love

funny

angry

sad

wow