ମନରେଗାରେ ଦୁର୍ନୀତିର ଗନ୍ଧ ! କାମ କରୁନଥିବା ଶ୍ରମିକଙ୍କ ନାମରେ ମିଥ୍ୟା ବିଲ। ଭିଜିଲାନ୍ସ ତଦନ୍ତ ଦାବି।

Sep 12, 2025 - 13:01
Sep 12, 2025 - 13:07
 0  136
ମନରେଗାରେ ଦୁର୍ନୀତିର ଗନ୍ଧ ! କାମ କରୁନଥିବା ଶ୍ରମିକଙ୍କ ନାମରେ ମିଥ୍ୟା ବିଲ। ଭିଜିଲାନ୍ସ ତଦନ୍ତ ଦାବି।

ମନରେଗାରେ ଦୁର୍ନୀତିର ଗନ୍ଧ !

କମର୍ଦ୍ଧା ପଞ୍ଚାୟତ ମନରେଗାରେ ହୋଇଥିବା ଷ୍ଟ୍ରାଗରଟ୍ରେଞ୍ଚ କାମରେ ଲକ୍ଷା ଧିକ ଟଙ୍କା ହଡଫ ଉଦ୍ୟମ

କାମ କରୁନଥିବା ଶ୍ରମିକଙ୍କ ନାମରେ ମିଥ୍ୟା ବିଲ।

ଭିଜିଲାନ୍ସ ତଦନ୍ତ ଦାବି।

ଲାଞ୍ଜିଗଡ଼,୧୨/୯(ଶୁଭମ ବାର୍ତ୍ତା) କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଲକ ଗ୍ରାମାଞ୍ଚଳରେ ଥିବା ଦିନ ମଜୁରିଆ, ଖଟିଖିଆ ଶ୍ରମିକ ଶ୍ରେଣୀର ଲୋକଙ୍କୁ ରୋଜଗାର ଯୋଗେଇବାର ଲକ୍ଷ୍ୟନେଇ ମନରେଗାରେ ସରକାର ବିଭିନ୍ନ ପଞ୍ଚାୟତକୁ କୋଟି କୋଟି ଟଙ୍କା ଯୋଗାଉଛନ୍ତି। କିନ୍ତୁ ବ୍ଲକରେ କିଛି କର୍ମଚାରୀ, ଠିକାଦାର, ଏଡିଇଓ,ଗାଁ ସାଥୀଙ୍କ ଅସାଧୁ ମେଣ୍ଟ ଯୋଗୁଁ ମନରେଗାରେ କାର୍ଯ୍ୟ ସଫଳ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ | ତେଣୁ ଦିନ ମଜୁରିଆ ଶ୍ରମିକ ରୋଜଗାର ହରେଇ ଦାଦନମୁହାଁ ହେଉଛନ୍ତି।ବ୍ଳକ ଅଞ୍ଚଳରେ ମନରେଗାରେ ବ୍ୟାପକ ଦୁର୍ନୀତି ହେଉଥିବା ବେଳେ ଏଭଳି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଳକ କମର୍ଦ୍ଧା ପଞ୍ଚାୟତ ଅନ୍ତର୍ଗତ ଉଲିଗୁଞ୍ଜେର ଗାଁରୁ।ଏହି ଗାଁରେ ସମନ୍ୱିତ ଆଦିବାସୀ ସାଂସ୍ଥା (ଆଇଟିଡ଼ିଏ) ଦ୍ୱାରା ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଆଜିକୁ ୯ ଦିନ ହେଲା ଉଲିଗୁଞ୍ଜେର ଗାଁ ନିକଟସ୍ଥ ପାହାଡର ପାଦଦେଶରେ ଓ ଆଖପାଖ ଅଞ୍ଚଳରେ ଷ୍ଟ୍ରାଗରଟ୍ରେଂଞ୍ଚ(ଖଣ୍ଡିତ ଗର୍ତ୍ତ) କାମ ଚାଲିଛି।କିନ୍ତୁ ଏହି କାମରେ ସୂଚନା ଫଳକ ଥିଲେ ମଧ୍ୟ ୱାର୍କକୋଡ଼ ନମ୍ବର ନାହିଁ କି କାମ ଆରମ୍ଭ ହୋଇଥିବା ତାରିଖ ଦର୍ଶା ଯାଇନାହିଁ।କାମ ଆରମ୍ଭରୁ ୧୭ ଜଣ ଶ୍ରମିକ ବୈଲୁଚନ କରୁଆ, ଚକ୍ର ନାଗ, ବସନ୍ତ ଯାନୀ, ବାବୁଲା ପୁଟେଲ,ଯୁଜିଷ୍ଟିର ପ୍ରଧାନ, ବିକ୍ରମ ମାଝୀ, ରାଜୀବ ମାଝୀ, ପ୍ରଶାନ୍ତ ଗଉଡ଼, ହୁକୁମ ପୁଟେଲ, ଦିଗାମ୍ବର କରୁଆ, ସତ୍ୟଭାମା ଯାନୀ, ଯୁଗେଶ୍ୱର କରୁଆ, ସାନେ ମାଝୀ, ଶ୍ରୀରାମ ମାଝୀ, ନେପାଳ ପୁଟେଲ, ଭୁବନେ ପୁଟେଲ, ନିଲ ମାଝୀ କାମରେ ନିୟୋଜିତ ଅଛନ୍ତି।କାର୍ଯ୍ୟରେ କାର୍ଯ୍ୟରତ ଶ୍ରମିକଙ୍କ ଦୈନିକ ମଜୁରୀ ଉପସ୍ଥାନ କରିବା ପାଇଁ ସମସ୍ତ ଗାଁସାଥିଙ୍କୁ ଏନଏମଏମଏସ ନାମକ ଏକ ଆପ୍ସ ଦିଆଯାଇଛି।ଏହାର ସଠିକ ଉପଯୋଗ କରିବା ପାଇଁ ସରକାରଙ୍କ ପକ୍ଷରୁ ବାରମ୍ବାର ତାଗିତ ମଧ୍ୟ କରାଯାଉଛି।କିନ୍ତୁ ଏହା ସତ୍ତ୍ୱେ ମଧ୍ୟ କାମ ଦାଇତ୍ୱରେ ଥିବା ଗାଁ ସାଥି ସୁରେନ୍ଦ୍ର କରୁଆ ୧୭ ଜଣ ଶ୍ରମିକ ବଦଳରେ ଏନଏମଏମଏସ ଆପ୍ସ ମାଧ୍ୟମରେ ପ୍ରତ୍ୟେକ ଦିନ ୧୧୨ ଜଣ ନିଜ ସମ୍ପର୍କୀୟ, ଭିନ୍ନକ୍ଷମ ଓ ଦାଦନ ଖଟିବାକୁ ଯାଇଥିବା ଅଣ ଶ୍ରମିକଙ୍କ ନାମରେ ଦୈନିକ ମଜୁରୀ ଉପସ୍ଥାନ ପକାଇ ଲକ୍ଷାଧିକ ଟଙ୍କା ଚଞ୍ଚକତା କରିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି।ଜଣେ ଶ୍ରମିକଙ୍କ ଦୈନିକ ମଜୁରୀ ୩୫୨ ଟଙ୍କା ଫଳକରେ ଦର୍ଶା ଯାଇଥିବା ବେଳେ ୧୭ ଜଣଙ୍କ ଦୈନିକ ମଜୁରୀ ୫୯୮୪ ଟଙ୍କା ହେଉଛି।କିନ୍ତୁ ୧୧୨ ଜଣ ଦର୍ଶାଇ ସେମାନଙ୍କ ଦୈନିକ ମଜୁରୀ ୩୯.୪୨୪ ଟଙ୍କା ହେଉଛି। ଏହା ବ୍ୟତୀତ ଶ୍ରମିକ ଫୋଟୋ ବଦଳରେ ପୂର୍ବରୁ ବ୍ଲକ ମନରେଗା କାମରେ ବ୍ୟବହାର ହୋଇଥିବା ମୋବାଇଲରେ ଅପଲୋଡ଼ ହୋଇଥିବା ଫୋଟୋକୁ ପୁଣି ଥରେ ଅପଲୋଡ଼ କରି ଏହି କାମରେ ବ୍ୟବହାର କରାଯାଇ ସେମାନଙ୍କର ଫୋଟୋ କୁ ନେଇଁ ଶହେରୁ ଉର୍ଦ୍ଧ ଜବକାର୍ଡ଼ ଧାରୀଙ୍କ ନାମରେ ମଧ୍ୟ ଉପସ୍ଥାନ ଅପଲୋଡ଼ କରାଯାଉଅଛି। ଶତାଧିକ ଜଣଙ୍କର ନାମରେ ଡିମାଣ୍ଡ ମାରି ଦୈନିକ ମଜୁରୀ ଉପସ୍ଥାନ ପକାଯାଉଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ଏଥିରେ ଗାଁ ସାଥି, ଠିକାଦାର ସାଜିଥିବା ଦଲାଲ ଓ ଅନ୍ୟ ବିଭାଗୀୟ ପଦାଧିକାରୀଙ୍କ ମଧ୍ୟ ହାତ ରହିଥିବା ସନ୍ଦେହ କରାଯାଉଛି।ଯାହା ଫଳରେ କୌଣସି ବିଭାଗୀୟ ଅଧିକାରୀ ମାନେ ନିଜେ କାର୍ଯ୍ୟ ସ୍ଥଳକୁ ଯାଇ ଯାଞ୍ଚ କରୁନାହାନ୍ତି।ଗାଁ ସାଥି ଓ ପଦାଧିକାରୀ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ'ଥିବା ଯୋଗୁଁ କାମର ମିଥ୍ୟା ବିଲ ଭାଉଚର ଦର୍ଶାଇ ଲକ୍ଷାଧିକ ଟଙ୍କା ହଡପ କରିବା ଉଦ୍ୟମ ହେଉଥିବା ବେଳେ ଉକ୍ତ କାର୍ଯ୍ୟକୁ ଭିଜିଲାନ୍ସ ଯଦି ତଦନ୍ତ କରେ ତାହାହେଲେ ଗାଁ ସାଥି ଓ ସମ୍ପୃକ୍ତ ଅଫିସର ମାନଙ୍କର କଳାକାରନାମା ପଦାକୁ ଆସିପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।ଏନେଇ ଗାଁ ସାଥୀ ସୁରେନ୍ଦ୍ର କରୁଆଙ୍କୁ ପଚାରିବାରୁ ମୋ ଉପରେ ଅନ୍ୟମାନେ ଅଛନ୍ତି ସେମାନଙ୍କୁ ପଚାର ମତେ କାହିଁକି ପଚାରୁଛ କୋଲି କହିଥିଲେ।ଏନେଇ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ରଙ୍କୁ ପଚାରିବାରୁ ଆଇଟିଡିଏ କାମ ଆମ ଅଧୀନରେ ନାହିଁ।କିନ୍ତୁ ଏଭଳି ଦୁର୍ନୀତି ହୋଇଛି ତାହା ହେଲେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ପ୍ରକାଶ କରିଥିଲେ।ଏନେଇ ଥୁଆମୂଳ ରାମପୁର ଓ ଲାଞ୍ଜିଗଡ଼ ଦାଇତ୍ୱରେ ଥିବା ପ୍ରକଳ୍ପ ସଂଯୋଜକ ପ୍ରସନ୍ନ କୁମାର ଦାସଙ୍କୁ ପଚାରିବାରୁ ମୁଁ ଯାଇ ତଦନ୍ତ କରି ପେମେଣ୍ଟ ହୋଲଡ କରିବି ବୋଲି ପ୍ରକାଶ କରିଥିଲେ।

What's Your Reaction?

like

dislike

love

funny

angry

sad

wow