ନର୍ଲା ସହର ରେ ସଡକ ଦୁର୍ଘଟଣା ଜଣେ ମୃତ

Sep 9, 2025 - 15:27
Sep 9, 2025 - 21:59
 0  454
ନର୍ଲା ସହର ରେ ସଡକ ଦୁର୍ଘଟଣା ଜଣେ ମୃତ

ନର୍ଲା ସହର ରେ ସଡକ ଦୁର୍ଘଟଣା ଜଣେ ମୃତ,

ଶୁଭମ ବାର୍ତ୍ତା :- ଆଜି ଦିନ ଦୁଇଟା ସମୟରେ ଭବାନୀପାଟଣା ରୁ ଭୁବନେଶ୍ୱର କୁ ସଂଯୋଗ କରୁଥିବା ୨୬ ନମ୍ବର୍ ରାଜ୍ୟ ରାଜପଥ  ନର୍ଲା ସହର ର ଗ୍ୟାସ୍ ଅଫିସ୍ ସମ୍ମୁଖରେ ଏକ ସଡ଼କ ଦୁର୍ଘଟଣା ଘଟିଛି, ଭବାନୀପାଟଣା ରୁ ମ ରାମପୁର ଅଭିମୁଖେ ଯାଉଥିବା ଏକ ବାଇକ୍ ଆରୋହୀ କୁ ବିପରୀତ ଦିଗରୁ ଆସୁଥିବା ତେଲ ଟ୍ୟାଙ୍କର ଚାପି ଦେବା ଫଳରେ ବାଇକ୍ ଚାଳକ ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ବାଇକ୍ ଚାଳକ ନର୍ଲା ପଞ୍ଚାୟତ ସମର୍ କଟା ଗାଁ ର ଖଗେଶ୍ବର୍ ଗହିର୍ ବୋଲି ଜଣା ପଡିଛି। ଘଟଣା ସ୍ଥଳରେ ନର୍ଲା ପୋଲିସ୍ ପହଞ୍ଚି ମୃତ ବ୍ୟକ୍ତି ର ଶବକୁ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି। ଟ୍ରକ୍ ଚାଳକ ଦୁର୍ଘଟଣା ଘଟାଇ ଫେରାର୍ ମାରୁଥିବା ବେଳେ ନର୍ଲା ପୋଲିସ୍ ତାକୁ କାବୁ କରି ଅଧିକ ତଦନ୍ତ ଜାରି ରଖିଛି।

   ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow