ରକ୍ତ ରଞ୍ଜିତ ହେଲା ମାଁ ’ ବୁଢି ବସ୍ତ୍ରେଣୀଙ୍କ ଶ୍ରେଷ୍ଠ ଶକ୍ତି ପୀଠ,
ରକ୍ତ ରଞ୍ଜିତ ହେଲା ମାଁ ’ ବୁଢି ବସ୍ତ୍ରେଣୀଙ୍କ ଶ୍ରେଷ୍ଠ ଶକ୍ତି ପୀଠ
ଶୁଭମବାର୍ତ୍ତା:(ତପିନ୍ଦ୍ର ସାହୁ ) କର୍ଲାମୁଣ୍ଡା - ପାର୍ବଣ ଋତୁରେ ବିଭିନ୍ନ ଗାଁ ମାନଙ୍କରେ ଥିବା ଶକ୍ତି ପୀଠ ମାନଙ୍କରେ ଦେବା ଦେବୀଙ୍କ ପୂଜାର୍ଚ୍ଚନା କରାଯିବା ସହ ପ୍ରଥା ଓ ପରମ୍ପରା ଅନୁସାରେ ଦେବା ଦେବୀଙ୍କୁ ସନ୍ତୁଷ୍ଟ କରିବା କୁ ଯାଇ କେତେକ ଶକ୍ତି ପୀଠରେ ପଶୁ ଏବଂ ପକ୍ଷୀଙ୍କ ବଳି ଦିଆଯାଇଥାଏ ।
ଫଳରେ ରକ୍ତ ରଞ୍ଜିତ ହୋଇଉଠେ ଶକ୍ତି ପୀଠ ଗୁଡିକ । ତେବେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ କଣ୍ଡରେଇ ଗାଁର ମାଁ ’ ବୁଢ଼ୀ ବସ୍ତ୍ରଣୀଙ୍କ ପୀଠରେ ମଧ୍ୟ ଗୁରୁବାର ଦିନ ଶତାଧିକ ପଶୁପକ୍ଷୀଙ୍କ ବଳି ପଡ଼ି ପୀଠ ରକ୍ତ ରଞ୍ଜିତ ହୋଇପଡିଛି । ଏଠାରେ ଆବାହମାନ କାଳରୁ ନିୟମିତ ଭାବେ ମାଁ ’ ବୁଢି ବଶ୍ରେଣୀଙ୍କୁ ପୂଜାର୍ଚ୍ଚନା କରାଯାଉଥିବା ବେଳେ ତତ୍କାଳିନ ମ. ରାମପୁର ଜମିଦାର ଦୂର୍ଗା ମାଧବ ସିଂଦେଓ ମନ୍ଦିର ନିର୍ମାଣ କରିବା ସହ ରକ୍ଷଣା ବେକ୍ଷଣ ପାଇଁ ୧୨ ଏକର ଜମି ପ୍ରଦାନ କରିଥିଲେ । ଏଥିରେ ଆଦିବାସୀମାନଙ୍କ ପ୍ରମୂଖ ଭୂମିକା ରହିଥିବାରୁ ଆଖପାଖର ୪୪ ଖଣ୍ଡ ଗାଁର ଲୋକେ ସାମିଲ ହୋଇ ମାଁ’ଙ୍କ ପୂଜାର୍ଚ୍ଚନା କରିଥାନ୍ତି । ତେବେ ଏଠାରେ ପୂଜା ପାଉଥିବା ମାଁ ’ ବୁଢି ବସ୍ତ୍ରେଣୀ ଦେବୀଙ୍କୁ ଅଷ୍ଟମୀ ତିଥିରୁ କାର୍ଣ୍ଣିଙ୍ଖୁଟି, କୁଶୁର୍ଲା (ଅଙ୍ଗଦପଡା) ଠାରୁ ଦେବୀଙ୍କ ଖଣ୍ଡା ଓ ଛତର ଉପବାସ ପୂଜା ପାଇଁ।
ଘଂଟ, ଶଙ୍ଖ, ବାଜା ସହ ମନ୍ଦିରକୁ ଆସିବା ପରେ ନବମୀ ତିଥିରେ ଛତରକୁ ପୂଜା କରାଯାଇ ଦଶମୀ ତିଥିରେ ପ୍ରଥା ଅନୁଯାୟୀ ପଶୁପକ୍ଷୀଙ୍କୁ ବଳି ଦିଆଯାଇଥାଏ । ଏହି ଦିନ ମାଁ' ବସ୍ତ୍ରେଣୀ , ଦ୍ଵାରସନୀ, ବାବୁରା, ବନମାଉଲୀ ନାମକ ଚାରି ଦେବୀ ୪ରି ଜଣ ଦିସାରୀଙ୍କ ଶରୀରରେ କାଳିସି ବେଶରେ ଲାଗିଥାନ୍ତି । ଏଥିରେ ନିଃସନ୍ତାନ ମାନେ ପୁତ୍ର ପ୍ରାପ୍ତି ନିମନ୍ତେ ଦେବୀଙ୍କ ଠାରେ ଗୁହାରୀ କରିବା ପରେ ଦେବୀ ସେହି ଭକ୍ତମାନଙ୍କ ଗୁହାରୀ ଶୁଣିବା ସହ କଂଟା ଦୋଳିରେ ଖେଳିଥାନ୍ତି । ଛତର ପୂଜା ପରେ ଦେବୀ ବିଭିନ୍ନ ଗାଁକୁ ଭ୍ରମଣ କରିବା ପାଇଁ ବାହାରିଥାନ୍ତି । ଏବଂ ଦଶମୀ ତିଥିରେ ପୂଜା କାର୍ଯ୍ୟ କରୁଥିବା ବିଭିନ୍ନ ସମ୍ପ୍ରଦାୟର ଲୋକେ ଏକତ୍ରୀତ ହୋଇ ଦ୍ଵାରସନୀ ଓ ବସ୍ତ୍ରେଣୀ ମନ୍ଦିରକୁଆସି ପୂଜା କରିବା ପରେ ମାନସୀକଧାରୀମାନେ ଆଣିଥିବା ପୋଢ଼, ବୋଦା, କୁକୁଡା, ପାରା ଆଦିକୁ ବଳି ଦିଆଯାଇଥାଏ । ଲୋକକଥା ଅନୁସାରେ ଏହି ଗାଁର ମୁଡେଲ, ଗେଞ୍ଜେଲ ନାମକ ୨ ଭାଇ ବସ୍ତ୍ରଗଡରୁ ବାଣିଜ୍ୟ ସାରି ଫେରୁଥିବା ବାଟରେ ମାଁ ' ବଶ୍ରେଣୀ ଶଗଡ଼ରେ ବସି ଏଠାକୁ ଆସିଥିବା କୁହାଯାଏ । ଏଠାରେ ପୂଜା ପାଉଥିବା ଦେବୀଙ୍କୁ ପ୍ରତ୍ୟକ୍ଷ ଦେବୀ ଭାବେ ଭକ୍ତମାନଙ୍କ ବିଶ୍ଵାସ ରହିଥିବାରୁ ପ୍ରତିବର୍ଷ ଭକ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ପୋଲିସ୍ ପ୍ରଶାସନ ପକ୍ଷରୁ ଜଣେ ଗ୍ରାମରକ୍ଷୀ ଙ୍କୁ ଏହି ଯାତ୍ରାର ସୁରକ୍ଷା ଦାୟିତ୍ଵ ଦିଆଯାଇଥିବା ବେଳେ ଯାହା କି ସମୁଦ୍ର କୁ ଶଙ୍ଖ ପରୀ ସଦୃଶ । ଏଣୁ ଆଗାମି ବର୍ଷ ଯାତ୍ରାର ସଂପୂର୍ଣ ସୁରକ୍ଷା ପାଇଁ ପୋଲିସ ଫୋର୍ସ ମୁତୟନ କରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି ।
What's Your Reaction?