ଲଘୁଚାପ ବର୍ଷାରେ ଭାଙ୍ଗିଲା ପୋଲ । ଯାତାୟାତ ଠପ ,

Oct 5, 2025 - 07:56
 0  19
ଲଘୁଚାପ ବର୍ଷାରେ ଭାଙ୍ଗିଲା ପୋଲ । ଯାତାୟାତ ଠପ ,

ଲଘୁଚାପ ବର୍ଷାରେ ଭାଙ୍ଗିଲା ପୋଲ । ଯାତାୟାତ ଠପ ,

ଶୁଭମ ବାର୍ତ୍ତା :- ଗୋଲାମୁଣ୍ଡା ତା ୪/୧୦ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଙ୍ଗାସାପାଳି ଗ୍ରାମ ବସଷ୍ଟପ ଛକ ଠାରୁ ସଂକ୍ରୀପାଲି ପ୍ରଧାନ ମନ୍ତ୍ରୀ ସଡକ ଯୋଜନାରେ ନିର୍ମାଣ ହୋଇଥିବା ପୋଳ ଲଘୁଚାପ ଜନିତ ଲଗାଣ ବର୍ଷାରେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଏନେଇ ଜନସାଧାରଣଙ୍କ ଯାତାୟାତ ଠପ୍ ହୋଇଯାଇଛି। ଉକ୍ତ ରାସ୍ତା ଉପରେ ସଂକ୍ରିପାଳି, ବୋଦେଲପାଳି, ପିତାଗୁଡ଼ା, ଲୋକେ ନିର୍ଭର କରନ୍ତି । ଏପଟେ ଏହି ରାସ୍ତା ଲତାବାଞ୍ଜି ଦେଇ ବଡଚେରଗାଁକୁ ମଧ୍ୟ ସଂଯୋଗ ହୋଇଛି। ପୋଲଟି ଭାଙ୍ଗିବା ଫଳରେ ଗ୍ରାମ ଗୁଡିକ ବିଛିନ୍ନ ହୋଇଯାଇଛି । ଯାହାଫଳରେ ଅଞ୍ଚଳର ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ଉପରେ ଧର୍ମଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଗ ତଦନ୍ତ କରି ମରାମତି କରିବାକୁ ସାଧାରଣରେ ଦାବୀ ହେଉଛି ।

  ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow