ଉଦେଶ୍ରୁଙ୍ଗ ଲିମୀ ବନ୍ଧ -ଭତାପଡ଼ା ଆର ଡି ରାସ୍ତା ପାଲଟିଛି ମରଣଯନ୍ତା,
ଉଦେଶ୍ରୁଙ୍ଗ ଲିମୀ ବନ୍ଧ -ଭତାପଡ଼ା ଆର ଡି ରାସ୍ତା ପାଲଟିଛି ମରଣଯନ୍ତା
ଗୋଲାମୁଣ୍ଡା,୫/୧୦(ଶୁଭମ ବାର୍ତ୍ତା) ସରକାର ଗମନାଗମନର ସୁବିଧା ଏବଂ ଗ୍ରାମାଞ୍ଚଳ ରୁ ସହରାଞ୍ଚଳ କୁ ସଂଯୋଗ କରିବା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଠିକାଦାର ଙ୍କ ମୋଟା ଅଙ୍କର ମୁନାଫା କମାଇବା ନୀତି ଏବଂ କିଛି ଦୁର୍ନୀତି ଗ୍ରସ୍ତ ବିଭାଗୀୟ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ରେ ନିମ୍ନ ମାନର କାମ ହେତୁ ଅଳ୍ପ ଦିନ ରେ ରାସ୍ତା ଦବି ଗାତ ସୃଷ୍ଟି ହୋଇ ଦୟନୀୟ ହୋଇ ପଡ଼ୁଛି । କାର୍ଯ୍ୟ ର ସ୍ଥାୟୀତ୍ବ ରହୁନାହିଁ ଏପରି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧୀନ ଉଦେଶୃଙ୍ଗ ଠାରୁ ଭତାପଡ଼ା ଦେଇ ମହାଲିଙ୍ଗ କୁ ସଂଯୋଗ କରୁଥିବା ଆର ଡି ରାସ୍ତା । ଏହି ରାସ୍ତା ରେ ଉଦେଶ୍ରୁଙ୍ଗ ଲୀମିବନ୍ଧ ଠାରୁ ଭତାପଡ଼ା ପର୍ଯ୍ୟନ୍ତ ବଡ଼, ବଡ଼ ଗର୍ତ୍ତ ସୃଷ୍ଠି କରି ଆଣ୍ଠୁଏ ପାଣି ଜମି ମରଣ ଯନ୍ତା ପାଲଟିଛି। ମହାଳିଙ୍ଗ ଏକ ବ୍ୟବସାୟ ପେଣ୍ଠସ୍ଥଳୀ ଏବଂ ଏକ ଘରୋଇ ବିଜ୍ଞାନ କଲେଜ ଥିବା ବେଳେ ଏହି ରାସ୍ତା ପଡୋଶୀ ନୂଆପଡ଼ା ଜିଲ୍ଲା ଏବଂ ବଲାଙ୍ଗୀର ଜିଲ୍ଲା କୁ ସଂଯୋଗ କରୁଥିବା ହେତୁ ଦୈନିକ ଶତାଧିକ ଛାତ୍ର,ଛାତ୍ରୀ କଲେଜ କୁ ପାଠ ପଢିବା ପାଇଁ ଏବଂ ହଜାର , ହଜାର ଗାଡ଼ି ମୋଟର ଯୋଗେ ଲୋକେ ଯାତାୟାତ କରିଥାନ୍ତି । ଏହି ରାସ୍ତାରେ ଅନେକ ଥର ଯାତାୟାତ ସମୟ ରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମର ନିରନ ନାଏକ, ବଳମତ ନାଏକ,ସୁଧାଂଶୁ ନାଏକ, ମନୋହର ସୁନାନି,ଗୋପ ସୁନାନି, ବୈଷ୍ଣବ ସେଠୀଆ, ପ୍ରମୁଖ ପ୍ରକାଶ କରିଥିଲେ । ଏ ନେଇ ବିଭାଗୀୟ ଯନ୍ତ୍ରୀ ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ ପାଇଁ ଚେଷ୍ଠା କରାଯାଇଥିଲା ହେଲେ ଫୋନ ଲାଗି ନଥିଲା । ଏଣୁ ଏହାର ଶୀଘ୍ର ତଦନ୍ତ କରି ମରାମତି କରିବା ନିମନ୍ତେ ସାଧାରଣରେ ଦାବି ହେଉଛି ।
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?