ରୁପ୍ରାରୋଡ ଭାଙ୍ଗ ବ୍ୟବସାୟୀ ସୁମିତ ଅଗ୍ରଓ୍ବାଲ ଙ୍କ ବିରୁଦ୍ଧ ରେ ଥାନାର ଦ୍ବାରସ୍ଥ ହେଲେ ଆଦିବାସୀ ସଙ୍ଘ

Oct 2, 2025 - 13:20
Oct 2, 2025 - 13:21
 0  9
ରୁପ୍ରାରୋଡ ଭାଙ୍ଗ ବ୍ୟବସାୟୀ ସୁମିତ ଅଗ୍ରଓ୍ବାଲ ଙ୍କ ବିରୁଦ୍ଧ ରେ ଥାନାର ଦ୍ବାରସ୍ଥ ହେଲେ ଆଦିବାସୀ ସଙ୍ଘ

ରୁପ୍ରାରୋଡ ଭାଙ୍ଗ ବ୍ୟବସାୟୀ ସୁମିତ ଅଗ୍ରଓ୍ବାଲ ଙ୍କ ବିରୁଦ୍ଧ ରେ ଥାନାର ଦ୍ବାରସ୍ଥ ହେଲେ ଆଦିବାସୀ ସଙ୍ଗ,

ଶୁଭମ ବାର୍ତ୍ତା :-ରୁପ୍ରାରୋଡ ର ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରଣା ଙ୍କ ନାମରେ ମିଥ୍ୟା ଅପପ୍ରଚାର କରି ଅଞ୍ଚଳବାସୀ ଙ୍କ ରକ୍ତ କୁ ଗରମ କରୁଛନ୍ତି ରୁପ୍ରାରୋଡ ଭାଙ୍ଗ ଫ୍ୟାକ୍ଟ୍ରିର ମାଲିକ ସୁମିତ୍ ଅଗ୍ରଓ୍ବାଲ । ମାସେ ତଳେ ପୂର୍ବତନ ସରପଞ୍ଚ ଶ୍ରୀ ରଣା ନିଜ ଫେସବୁକ ପେଜ ରେ କେବଳ ଭାଙ୍ଗ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ ଜାରୀ ବୋଲି ଲେଖି ଦେଇଥିଲେ । କିନ୍ତୁ ସେ କେଉଁ ଭାଙ୍ଗ ଫ୍ୟାକ୍ଟ୍ରି ବୋଲି କୈଣସି ସୂଚନା ଦେଇନ ଥିଲେ । ଏପରିକି ଭାଙ୍ଗ ଫ୍ୟାକ୍ଟ୍ରିରେ କଣ ଘଟୁଛି ଓ ଘଟିଲା ତାହା ନିଜ ସୋସିଆଲ ମିଡିଆ ରେ ଲେଖିଥିଲେ । ଯାହାକୁ ନେଇ ରୁପ୍ରାରୋଡ ସାଇ ଇଣ୍ଡଷ୍ଟ୍ରିର ଭାଙ୍ଗ ଫେକ୍ଟ୍ରୀ ମାଲିକ ସୁମିତ ଅଗ୍ରଓ୍ବାଲ୍ ରକ୍ତ ଚାଉଳ ଚୋବାଇ ନିଜ ଦେହକୁ କଥା ନେଇ ଆରମ୍ଭ କରିଥିଲେ କଳି । ଶ୍ରୀ ରଣାଙ୍କ ସରପଞ୍ଚ ସମର ସମସ୍ତ ତଥ୍ୟ ସୂଚନାଧିକାର ଆଇନରେ ମାଗି ନିଜେ ନିଜେ ହିସାବ ଯୋଡି ସରପଞ୍ଚ ୩ କୋଟି ଟଙ୍କା ଖାଇ ଦେଇଛନ୍ତି ବୋଲି ଅପ ପ୍ରଚାର ଆରମ୍ଭ କଲେ । ଯାହାକୁ ନେଇ ସରପଞ୍ଚ ଶ୍ରୀ ରଣା ଥାନା ର ଦ୍ବାରସ୍ଥ ହେଲେ । ଏହାପରେ ଭାଙ୍ଗ ଫେକ୍ଟ୍ରି ମାଲିକ ସୁମିତ ଅଗ୍ରଓ୍ବାଲ୍ ନିଜ ପଟୁ ଏକକଥା କୁ ମିଛ ଅଭିଯୋଗ କରି ଥାନା ରେ ମାମଲା ରୁଜୁ କଲେ ଓ ତାହାର ପ୍ରଚାର ପ୍ରସାର ଚଳେଇଲେ । ଯାହାକୁ ନେଇ ଏବେ ସାରା ରୁପ୍ରାରୋଡ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି । ଶ୍ରୀ ରଣା ଙ୍କ ଭାବ ମୂର୍ତ୍ତିକୁ କେ୍ଇ କେବେ ଅଙ୍ଗୁଳି ନିର୍ଦ୍ଦେଶ କରି ନଥିବା ବେଳେ ଭାଙ୍ଗ ଫେକ୍ଟ୍ରି ମାଲିକ ସୁମିତ ଅଗ୍ରଓ୍ବାଲ୍ ବିନା ତଦନ୍ତରେ ତାଙ୍କ ନାମ ରେ ମିଛ ଆରୋପ କରି ପ୍ରଚାର କରିବାକୁ ସହି ନପାରି ଆଜି ଆଦିବାସୀ ଗାଁ ବିଲାଟର ବାସିନ୍ଦା ନର୍ଲା ଥାନାର ଦ୍ବାରସ୍ଥ ହୋଇ ସୁମିତ ଅଗ୍ରଓ୍ବାଲ୍ ୩ କୋଟିର ହିସାବ ଦେଉ ବୋଲି ଦାବୀ କରିଥିଲେ । ପୋଲିସ ତୁରନ୍ତ ଘଟଣାର ତଦନ୍ତ କରି ସୁମିତ ଅଗ୍ରୱାଲ ଙ୍କୁ ଗିରଫ କରିବା ପାଇଁ ଦାବୀ କରିଥିଲେ । ଜୀବନ ନେଉଥିବା ଭାଙ୍ଗ ବ୍ୟବସାୟୀ କରି ଲୋକଙ୍କୁ ମରଣ ମୁହଁକୁ ଠେଲି ନିଜକୁ ଆତ୍ମ ଘୋଷିତ ସମାଜସେବୀ ବୋଲାଉଥିବା ସୁମିତ ଅଗ୍ରୱାଲ ପାଇଁ ଆଜି ଅଞ୍ଚଳବାସୀ ଉତ୍ୟକ୍ତ ହୋଇ ସାରିଛନ୍ତି । ନିଜର କଳା ସାମ୍ରାଜ୍ୟ କୁ ଲୁଚାଇବା ପାଇଁ ଅଞ୍ଚଳ ରେ ସମସ୍ତ ଙ୍କ ମୁହଁ ବନ୍ଦ କରିବା ପାଇଁ ଚେଷ୍ଟା କରୁଛନ୍ତି ଭାଙ୍ଗ ଫେକ୍ଟ୍ରି ମାଲିକ ସୁମିତ ଅଗ୍ରଓ୍ବାଲ୍ ବୋଲି ଅଭିଯୋଗକାରୀ ମାନେ ପ୍ରକାଶ କରିଛନ୍ତି, କଳା ଧନ ବଳରେ ଅଞ୍ଚଳ କୁ ବିଷାକ୍ତ କରି ବ୍ୟକ୍ତିଗତ ଝଗଡାକୁ ଗୋଷ୍ଠୀ ସଘର୍ଷ ରେ ପରିଣତ କରିବାକୁ ଚେଷ୍ଟା କରୁଥିବା ସୁମିତ ଅଗ୍ରୱାଲ କୁ ଛଡା ଯିବ ନାହିଁ ବୋଲି ଉତ୍ୟକ୍ତ ଗ୍ରାମବାସୀ ନର୍ଲା ଥାନା ରେ ଖୋଲା ଖୋଲି ଚାଲେଞ୍ଜ କରିଛନ୍ତି । ପୋଲିସ ତୁରନ୍ତ ଏହି ଭାଙ୍ଗ ବ୍ୟବସାୟୀ ସୁମିତ କୁ ନିଜର ଆୟତ୍ତ ରେ ରଖୁ ନଚେତ ଆଗାମୀ ଦିନରେ ପରିଣାମ ଭୟଙ୍କ ର ହେବ ବୋଲି ବିଲାଟ ଗ୍ରାମ ଏବଂ ଆଦିବାସୀ ସଭାପତି ରାଜୁ ମାଝୀ, ନର୍ଲା ବ୍ଲକ୍ ଆଦିଷ୍କନ୍ଧ ସମାଜ ସଭାପତି ଝସକେତନ୍ ମାଝି, ଡିଷ୍ଟ୍ରିକ୍ ଆଦିବାସୀ ସମାଜ ସମ୍ପାଦକ ଦେବରାଜ ମାଝୀ, ଏବଂ ସହ ସହ ଆଦିବାସି ନର୍ଲା ଥାନା ରେ ପ୍ରକାଶ କରିଛନ୍ତି ।

ଷ୍ଟେଟ ସ୍ପେସିଆଲ ବିରୋଚିପ ନରୋତ୍ତମ ପାୟାସଂଙ୍ଗ ରିପୋର୍ଟ ଶୁଭମ ବାର୍ତ୍ତା,

What's Your Reaction?

like

dislike

love

funny

angry

sad

wow