ମାଁ ଙ୍କ ଭସାଣି ସହିତ ସମାପନ ହେଲା ନର୍ଲା ସହର ରେ ହେଉଥିବା ସାର୍ବଜନୀନ ଦୂର୍ଗା ପୂଜା,
ମାଁ ଙ୍କ ଭସାଣି ସହିତ ସମାପନ ହେଲା ନର୍ଲା ସହର ରେ ହେଉଥିବା ସାର୍ବଜନୀନ ଦୂର୍ଗା ପୂଜା
ଶୁଭମ ବାର୍ତ୍ତା :- ମାଁ ଙ୍କ ଆଗମନ ପୂର୍ବରୁ ମାଁ ଆସୁଛନ୍ତି ବୋଲି କାଶତଣ୍ଡି ଫୁଲ ଧରା ପୃଷ୍ଟ ରେ ଖିଲି ଖିଲି ହୋଇ ଆମକୁ ସୁଚେଇ ଥାଏ, ତା ପରେ ଆମେ ସମସ୍ତେ ମାଁ ଆସୁଛନ୍ତି ଜାଣି ଆନନ୍ଦ ରେ ବିଭୋର ହୋଇ ମାଁ ଙ୍କ ପୂଜା ଅର୍ଚ୍ଚନା କରିଥାଉ। କିଛି ଦିନ ମାଁ ଙ୍କ ପୂଜା ପରେ ଭସାଣି ଉତ୍ସବ ମାଧ୍ୟମରେ ମନ ଦୁଃଖ ରେ ମାଁ ଙ୍କୁ ବିଦାୟ ଦେଇ ଥାଉ ଠିକ୍ ଏହି ସମୟରେ କାଶତଣ୍ଡି ଫୁଲ ମଧ୍ୟ ଦୁଃଖ ରେ ମଉଳି ଜାଇ ପ୍ରକୃତି ର ନିୟମ କୁ ପାଳନ କରି ଥିବା ଦୃଶ୍ୟ ମଣିଷ କୁ ଏହି ଶିକ୍ଷ୍ୟା ଦିଏ ,ଜୀବନ ର ଅନ୍ୟ ନାମ ହେଉଛି ପରିବର୍ତ୍ତନ, ପୃଥିବୀ ପୃଷ୍ଠରେ ଯାହା ଆସିବ ଦିନେ ନା ଦିନେ ତାହା ଚାଲିଯିବା, ପୁଣି ଆସିବ,ପୁଣି ଚାଲିଯିବ, ଠିକ୍ ସେହି ଭଳି ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ କଳାହାଣ୍ଡି ଜିଲ୍ଲା ନର୍ଲା ସହର ରେ ହେଉ ଥିବା ମାଁ ଜଗତ ଜନନୀ ଦୁର୍ଗା ଙ୍କ ନବ ଦିନାତ୍ମକ ପୂଜା ସମାପନ ହୋଇ ଯାଇଛି। ନବ ଦିନାତ୍ମକ ଏହି ପୂଜା କଳସ ଯାତ୍ରା ରୁ ଆରମ୍ଭ ହୋଇ ମାଁ ଙ୍କ ଭସାଣି ଯାତ୍ରା ରେ ଶେଷ ହୋଇଛି ପ୍ରତିଦିନ ସନ୍ଧ୍ୟା ସାତ ଟା ସମୟରେ ମାଁ ଙ୍କ ଆଳତୀ କାର୍ଯ୍ୟକ୍ରମ ରେ ହଜାର୍ ହଜାର୍ ଲୋକ ଙ୍କ ସମାଗମ ହେଉଥିଲା। ଆଲୋକ ମାଳା ରେ ଝଲସୁ ଥିଲା ନର୍ଲା ସହର । ମଝିରେ ମଝିରେ ଲଘୁଚାପ୍ ବର୍ଷା ସାଂସ୍କୃତିକ କାର୍ଯ୍ୟକ୍ରମ ମାନଙ୍କୁ ବ୍ୟାଘାତ୍ ଦେଇଥିଲେ ମଧ୍ୟ ଦର୍ଶକ ଙ୍କ ଭିଡ ପରିଲକ୍ଷିତ ହୋଇ ଥିଲା। ମାଁ ଙ୍କ ପୂଜା ପରେ ଭସାଣି ସମୟରେ ନର୍ଲା ରେ ମଦୁଆ ଙ୍କ ପ୍ରାଦୁର୍ଭାବ ଅଧିକ ଥିବାରୁ ପୂଜା କମିଟି ର କିଛି ସଦସ୍ୟ ଓ ତାଙ୍କ ସହଯୋଗୀ ଙ୍କ ଦ୍ଵାରା କୌଣସି କାରଣ କୁ ନେଇଁ ଝଗଡ଼ା ହୋଇ ଥାନା ର ଦ୍ବାରସ୍ଥ ହୋଇ ମହିସା ଅସୁର କୁ ସମର୍ଥନ କଲୁ ପରି ମନେହେଲା। ଏହି ପୂଜା ରୁ ଆମେ ଆଉ କଣ ଶିଖି ପାରିଲୁ ତାହା ସାଧାରଣ ଲୋକ ବିଚାର୍ କରିବେ।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?