କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ଶକ୍ତି ପୀଠ ରେ ଚାଲିଛି ବଳି ପ୍ରଥା,ବଳି ପ୍ରଥା କୁ ନେଇ ନିଜ ନିଜ ମତ ରଖିଥିଲେ ନର୍ଲା ଅଞ୍ଚଳ ବାସୀ

Sep 30, 2025 - 09:47
Sep 30, 2025 - 09:55
 0  113
କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ଶକ୍ତି ପୀଠ ରେ ଚାଲିଛି ବଳି ପ୍ରଥା,ବଳି ପ୍ରଥା କୁ ନେଇ ନିଜ ନିଜ ମତ ରଖିଥିଲେ ନର୍ଲା ଅଞ୍ଚଳ ବାସୀ

 କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ଶକ୍ତି ପୀଠ ରେ ଚାଲିଛି ବଳି ପ୍ରଥା ବଳି ପ୍ରଥା କୁ ନେଇ ନିଜ ନିଜ ମତ ରଖିଥିଲେ ନର୍ଲା ଅଞ୍ଚଳ ବାସୀ,

ଶୁଭମ ବାର୍ତ୍ତା :- ହିନ୍ଦୁ ଧର୍ମ ର ସର୍ବ ପୁରାତନ ଗ୍ରନ୍ଥ ବେଦ ଅନୁସାରେ ବଳି ଶବ୍ଦ ର ଅର୍ଥ ହିଂସା ନ ଥିଲା, ବଳି ର ଅର୍ଥ ଥିଲା ଅର୍ପଣ। ସେଥିପାଇଁ ଦେବା ଦେବୀ ଙ୍କୁ ଧନ୍ୟବାଦ୍ ଜଣାଇବା ପାଇଁ ଫୁଲ, ଫଳ, କ୍ଷୀର, ଅନ୍ନ ଆଦି ଅର୍ପଣ କରିବା ବିଧି ପ୍ରଚଳିତ ଥିଲା, ଜୀବ ହତ୍ୟା କୁ ମହାପାପ କୁହାଯାଉଥିଲା। କିନ୍ତୁ କାଳ କ୍ରମେ ଏହି ବଳି ପ୍ରଥା ରକ୍ତ ବଳି ରେ ପରିଣତ ହେଲା। ରକ୍ତ ବଳି ଦେଲେ ଦେବା ଦେବୀ ଶୀଘ୍ର ସନ୍ତୁଷ୍ଟ ହେବେ ବୋଲି ଶକ୍ତି ପୂଜା ଓ ତାନ୍ତ୍ରିକ ପରମ୍ପରା ଦ୍ଵାରା ଲୋକେ ଦେବା ଦେବୀ ଙ୍କୁ ରକ୍ତ ବଳି ଦେବା ଆରମ୍ଭ କଲେ। ପୂର୍ବ କାଳ ରେ ରାଜା ରାଜୁଡ଼ା ସମୟରେ ଯୁଦ୍ଧ ପୂର୍ବରୁ ଅବା ଯୁଦ୍ଧ ପରେ ରକ୍ତ ବଳି ଦେବା ପରମ୍ପରା ସୃଷ୍ଟି ହେଲା, ଗାଁ ରେ ଅଜଣା ରୋଗ ହେଲେ କିମ୍ବା ଅକାଳ ପଡ଼ିଲେ ଗ୍ରାମ ଦେବା ଦେବୀ ଙ୍କୁ ରକ୍ତ ବଳି ଦେବା ପରମ୍ପରା ଏବେ ବି ଚାଲି ଆସିଛି କଳାହାଣ୍ଡି ରେ। ଏହି ବଳି ପ୍ରଥା ଆମ ଦେଶ ର ବିଭିନ୍ନ ରାଜ୍ୟ ପ୍ରଚଳିତ ଥିବା ବେଳେ ବିଶେଷ କରି ଆମ ରାଜ୍ୟ ଓଡ଼ିଶା ର କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାରେ ଅଧିକ ପରିମାଣ ରେ ବଳି ପ୍ରଥା ପରମ୍ପରା ଦେଖିବାକୁ ମିଳେ। ଏହି ବଳି ପ୍ରଥା କୁ ନେଇ ନର୍ଲା ଅଞ୍ଚଳ ର ଅନେକ ବୁଦ୍ଧିଜୀବି ନିଜ ନିଜ ମତ ରଖିଛନ୍ତି, କିଛି ବୁଦ୍ଧିଜୀବି ଏହି ପ୍ରଥା ବହୁ ପୁରାତନ, ଆମ ପୂର୍ବ ପୁରୁଷ ଏହି ପ୍ରଥା କୁ ପାଳନ କରି ଆସୁଛନ୍ତି, ଏହା ଦ୍ବାରା ଅମର ସମସ୍ତ ମନସ୍କାମନା ପୂରଣ ହେଉଛି ସେଥିପାଇଁ ଆମେ ଏହି ପ୍ରଥା କୁ ପାଳନ କରୁଛୁ ବୋଲି ମତ ରଖିଥିବା ବେଳେ କିଛି ଲୋକ ଏହି ପ୍ରଥା ଏକ ଅନ୍ଧ ବିଶ୍ବାସ, କୌଣସି ଦେବା ଦେବୀ ନିଜର ସୃଷ୍ଟି କରିଥିବା ଜୀବ ର ରକ୍ତ କେବେ ବି ଭକ୍ଷଣ କରନ୍ତି ନାହିଁ ବୋଲି ମତ ରଖିଛନ୍ତି। ଆଜି ମଧ୍ୟ ମାଁ ମାଣିକେଶ୍ଵରୀ ଙ୍କ ଛତର ଯାତ୍ରା ରେ ଚାରି କିଲୋମିଟର୍ ରାଜ ରାସ୍ତା ପଶୁ ପକ୍ଷୀ ଙ୍କ ବଳି ଦେଇଥିବା ରକ୍ତ ରେ ରକ୍ତରଞ୍ଜିତ ହୋଇଥିବା ଦେଖିବାକୁ ମିଳିଥିଲା।

    ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow