ବିଭିନ୍ନ ଛକ ଠାରେ ଲାଗିଛି ପୋଷ୍ଟର,ମାଓବାଦୀ ଧରାନ୍ତୁ ପୁରସ୍କାର ପାଆନ୍ତୁ,
କଳାହାଣ୍ଡି ଶୁଭମ ବାର୍ତ୍ତା :- ଏଭଳି ରଙ୍ଗୀନ୍ ପୋଷ୍ଟର ଲାଗିଛି କଳାହାଣ୍ଡି ଜିଲ୍ଲା ବଣ ପାହାଡ ଘେରା ଲାଞ୍ଜିଗଡ ବ୍ଲକ୍ ଅନ୍ତର୍ଗତ କଦମ୍ ଗୁଡା ପଞ୍ଚାୟତ ର ବିଭିନ୍ନ ଗାଁ ର ଛକ ଗୁଡିକରେ। ସୂଚନା ଅନୁସାରେ କଦମ୍ ଗୁଡା ପଞ୍ଚାୟତ ର ବାଲା ପଦର୍, ମୁଣ୍ଡିଘାଟି, ସମା ଝୁଲା, ଡିଗେରି, ସିରିଗାଁ, ପାଲକି, ଓ କନ୍ଧମାଳ ଜିଲ୍ଲା ର ବର୍ ଗାଁ, ମାକର୍ ଚୁଆଁ, ଝିରିପାନି, ବରଗୁଡ଼ା, ଉଡ଼ିଲିପା ପ୍ରଭୁତି ଗାଁ ରେ ରଙ୍ଗୀନ୍ ପୋଷ୍ଟର ଲଗାଯାଇଛି। ମାଓବାଦୀ ଙ୍କ ସଂପର୍କ ରେ କେହି ବି ସୂଚନା ଦେଲେ ସେମାନଙ୍କୁ ମାଓବାଦୀ ଙ୍କ ମୁଣ୍ଡପିଛା ଅନୁଯାୟୀ ପ୍ରାୟ ଚାରି କୋଟି ରୁ ଉର୍ଦ୍ଧ ଟଙ୍କା ପୁରସ୍କାର ଦିଆଯିବ ବୋଲି ଉଲ୍ଲେଖ ରହିଛି। ପୋଷ୍ଟର ଅନୁଯାୟୀ ମାଓବାଦୀ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ପାଇଁ ସର୍ବାଧିକ ଏକ କୋଟି ଟଙ୍କା ପୁରସ୍କାର ଘୋଷଣା କରାଯାଇଥିବା ବେଳେ ସ୍ଵତନ୍ତ୍ର ଜୋନାଲ କମିଟି ସଦସ୍ୟ ସୁଦର୍ଶନ ଓରଫ୍ ବିକାଶ ପାଇଁ ୫୦ ଲକ୍ଷ୍ୟ, ନିଖିଲ ଓରଫ୍ ଶିବାଜି ପାଇଁ ୫୦ ଲକ୍ଷ୍ୟ, ଅଙ୍କିତା ଓରଫ୍ ଇନ୍ଦୁ ପାଇଁ ୫୦ ଲକ୍ଷ୍ୟ ପ୍ଲାଟୁନ କମାଣ୍ଡର ଶିଳା ଓରଫ୍ ନାଗମଣୀ ପାଇଁ ୨୦ ଲକ୍ଷ୍ୟ ଏହି ଭଳି ସମୁଦାୟ ୪ କୋଟି ରୁ ଉର୍ଦ୍ଧ ଟଙ୍କା ପୁରସ୍କାର ଦିଆଯିବ ଓ ସୂଚନା ଦେଇଥିବା ବ୍ୟକ୍ତି ଙ୍କ ନାମ ଗୋପନ ରଖାଯିବ ବୋଲି ଉଲ୍ଲେଖ ରହିଛି।ବିଶେଷ କରି ଏସବୁ ଅଞ୍ଚଳ ଘଞ୍ଚ ଜଙ୍ଗଲ ହୋଇଥିବାରୁ ଏହି ଅଞ୍ଚଳ ରେ ମାଓବାଦୀ ଚଳ ପ୍ରଚଳ ଲକ୍ଷ୍ୟ କରିଛି କଳାହାଣ୍ଡି ପୋଲିସ୍ ସେଥିପାଇଁ ଏଭଳି ପୋଷ୍ଟର ମରାଯାଇଛି ବୋଲି ବିଶେଷ ସୂତ୍ର ରୁ ସୂଚନା ମିଳିଛି।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ ବାର୍ତ୍ତା
What's Your Reaction?