ମୁଡସିଂ ଗ୍ରାମରେ ମରଣତ୍ମlକ ଆକ୍ରମଣ l ତିନି ବାପ ପୁଅଙ୍କୁ କୋର୍ଟ ଚାଲାଣ,
ମୁଡସିଂ ଗ୍ରାମରେ ମରଣତ୍ମlକ ଆକ୍ରମଣ, ତିନି ବାପ ପୁଅଙ୍କୁ କୋର୍ଟ ଚାଲାଣ,
ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଭୀମକେଲା ଗ୍ରାମ ପଂଚାୟତ ମୁଡସିଂ ଗ୍ରାମ ଠାରେ ମରଣତ୍ମlକ ଆକ୍ରମଣ ଘଟଣାରେ ତିନି ବାପ ପୁଅଙ୍କୁ କୋର୍ଟ ଚାଲାଣ,କରିଥିବା କେସିଙ୍ଗା ପୋଲିସ ରୁ ସୂଚନା ମିଳିଛି, ସୂଚନା ମୁତାବକ ଗତ ,୨୩/୧୦/୨୦୨୫ ରିଖ ଗୁରୁବାର ଅପରାହ୍ନ ୨.୩୦ ସମୟରେ ଗୁଡ଼ାଙ୍ଗବେଡା (ପୁଜୁଲଡୁ)ର ସୁଧୀର ଗହିର ଙ୍କୁ ମୁର୍ସିଙ୍ଗ ଗ୍ରାମକୁ ଏକ ଶୁଦ୍ଧକ୍ରିୟା କାର୍ଯ୍ୟ ରେ ଯୋଗ ଦେବାପାଇଁ ଆସିଥିଲେ l ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମୁଡସିଂ ଗ୍ରାମର ଦେବେନ୍ଦ୍ର ଗହିର, ନିଲେଶ ଗହିର ଓ ପପୁ ଗହିର ତିନି ବାପ ପୁଅ ମିଶି ମୋଟର ସାଇକେଲ ଚେନ୍ ଚକ୍ରୀ ରେ ସୁଧୀର ଗହିରଙ୍କୁ ନିର୍ଦ୍ଦୟ ଭାବରେ ଶରୀରର ମୁଣ୍ଡରେ, ଓ ଗାଳ ରେ ବାର ବାର ମାରି ଦେବାରୁ ଜୀବନ ବିକଳରେ ଏକ ପାଇଖାନା ଭିତରେ ଲୁଚି ରହି ଥିଲା l ପରେ ଅଚେତ୍ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥା ରେ ପଡ଼ି ରହି ଥିବା ବେଳେ ଗ୍ରାମର ଲୋକେ ଉଦ୍ଧାର କରି କେସିଙ୍ଗା ପୋଲିସ କୁ ଖବର ଦେଇଥିଲେ l ଖବର ପାଇ କେସିଙ୍ଗା ପୋଲିସ ଘଟଣା ସ୍ଥଳରେ ପହଂଚି ସୁଧୀର ଗହିର କୁ ଉଦ୍ଧାର କରି କେସିଙ୍ଗା ଡାକ୍ତରଖାନା ରେ ଚିକିତ୍ସା କରାଇଥିଲେ l ବର୍ତ୍ତମାନ ସୁଧୀର ଗହିରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଶୁଣି ବାକୁ ମିଳୁଛି l କେସିଙ୍ଗା ପୋଲିସ ରେ ଏକ ମୋକଦ୍ଦମା ରୁଜ୍ଜୁ କରି ତିନି ବାପପୁଅ ଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି l ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଗ୍ରାମର ଭଦ୍ର ବ୍ୟକ୍ତି ଓ ୱାର୍ଡ ମେମ୍ବର ମାନେ ଉପସ୍ଥିତ ଥାଇ ମଧ୍ୟ ସ୍ତବ୍ଧ ହୋଇ ଯାଇ ଥିଲେ l ସୁଧୀର ଗହୀରଙ୍କ ଅବସ୍ଥା ଗୁରୁତର ହେବାରୁ ୨୪/୧୦/୨୦୨୫ ରିଖରେ ଭବାନୀପାଟଣା ସରକାରୀ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି l
କଳାହାଣ୍ଡି ରୁ ନରତ୍ତମ ପାୟା ସିଙ୍ଗଙ୍କୁ ରିପୋର୍ଟ ଶୁଭମ ବାର୍ତ୍ତା,
What's Your Reaction?