୨୦୨୫ ମସିହା ଅଙ୍ଗନୱାଡି ଗ୍ରେଡେସନ଼ ତାଲିକା ରେ ବ୍ୟାପକ ଦୁର୍ନୀତି ଅଭିଯୋଗ ନିରବ ଦ୍ରଷ୍ଟା ଜିଲ୍ଲାପ୍ରଶାସନ,
୨୦୨୫ ମସିହା ଅଙ୍ଗନୱାଡି ଗ୍ରେଡେସନ଼ ତାଲିକା ରେ ବ୍ୟାପକ ଦୁର୍ନୀତି ଅଭିଯୋଗ ନିରବ ଦ୍ରଷ୍ଟା ଜିଲ୍ଲାପ୍ରଶାସନ,
ଶୁଭମ ବାର୍ତ୍ତା (ନରୋତ୍ତମ ପାୟାସିଂ):- କଳାହାଣ୍ଡି ଜିଲ୍ଲା ରେ ବର୍ତମାନ ବାରିଷ୍ଠତା ଭିତ୍ତିରେ ମାଟ୍ରିକ ପାସ ରୁ ତଦୁର୍ଦ୍ଧ ଶିକ୍ଷାଗତ ଯୋଗ୍ୟତା ଥିବା ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ପଦୋନ୍ନତି ଦେଇ ମହିଳା ପରିଦର୍ଷିକା ରେ ନିଯୁକ୍ତି କରିବା ପାଇଁ ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ ଥିବା ବେଳେ ବର୍ତମାନ କଳାହାଣ୍ଡି ଜିଲ୍ଲାରେ ଏହି ପଦୋନ୍ନତି ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ର ମାଳ ମାଳ ଅଭିଯୋଗ ଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଓ ଜିଲ୍ଲାପ୍ରଶାସନ ଅଭିଯୋଗ ମାନଙ୍କୁ ଅଣଦେଖା କରୁଥିବା ଦୃଶ୍ୟ ସାମ୍ନାକୁ ଆସୁଛି ଅଙ୍ଗନ୍ ୱାଡି ସୁପର ଭାଇଜର ପଦୋନ୍ନତି ତାଲିକା ରେ ଥିବା କିଛି କର୍ମୀ ତାଙ୍କର ଡେଟ୍ ଅଫ୍ ଯଏନିଂ ଓ ଜନ୍ମ ତାରିଖ କୁ ଟାଲି କରାଗଲେ ଚାକିରି କରୁଥିବା ସମୟ ରେ ଅଠର ବର୍ଷରୁ କମ୍ ହେଉଥିବା ଆର.ଟି.ଆଇ ତଥ୍ୟରୁ ସ୍ପଷ୍ଟ ସୂଚନା ମିଳିଛି ଏଠି ଅଧିକାରୀ ମାନଙ୍କ ଚୟନ ଓ ମେରିଡ ତାଲିକା ପ୍ରସ୍ତୁତ କରୁଥିବା ଅଧିକାରୀ ଙ୍କ କାର୍ଯ୍ୟଶୈଳି ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି ଜଣେ କର୍ମୀ ଯଦି ଅଠର ବର୍ଷରୁ କମ୍ ବୟସ ଅଛନ୍ତି ତାହେଲେ ସେ ନିଯୁକ୍ତି କେମିତି ପାଇଲେ ଏବଂ ଅନେକ ଅଙ୍ଗନୱାଡ଼ି କର୍ମୀ ଗୋଟିଏ ସମୟ ରେ ରେଗୁଲାର କଲେଜ ହାଇସ୍କୁଲ ମାନଙ୍କରେ ପାଠ ପଢୁଥିବା ସମୟ ରେ ଚାକିରି କେମିତି କରୁଥିଲେ ଏବଂ ଯଦିଓ ଚାକିରି କରୁଥିଲେ ରୀତିମତ ହାଇସ୍କୁଲ ଓ କଲେଜ ମାନଙ୍କରେ କଉ ଆଧାର ରେ ଅଧ୍ୟୟନ କରିଥିଲେ ଏଭଳି ଅନେକ ଅଭିଯୋଗ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଣୀ ମୁଜିବୁନ ନିଶା ଏବଂ ଜିଲ୍ଲାପାଳ ପାୱାର ସଚ଼ିନ ପ୍ରକାଶ କଳାହାଣ୍ଡି ଙ୍କ କାର୍ଯ୍ୟାଳୟ ରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ନୀରବ ସାଜୁଥିବାରୁ ଅନେକ ବ୍ଲକ ଆଇ.ସି.ଡ଼ି.ଏସ. ଅଫିସ ରେ ବୟସ ଜାଲିଆତି କରି ଅଙ୍ଗନ ୱାଡ଼ି କର୍ମୀ ମାନେ ସରକାର ଙ୍କ ଆଖିରେ ଧୂଳି ଦେଇ କୋଡ଼ିଏ ବର୍ଷ , ତିରିଶ ବର୍ଷ ଚାକିରି କରି ରାଜକୋଷ ରୁ ଟଙ୍କା ହଡ଼ପ କରୁଥିବା ଅଭିଯୋଗ ହୋଇଛି ଏଣୁ ଏଦିଗରେ ରାଜ୍ୟ ସରକାର ଏକ ନିରପେକ୍ଷ ତଦନ୍ତ ଦଳ ଗଠନ କରାଯାଇ ଏହାର ନିରପେକ୍ଷ ତଦନ୍ତ କରାଗଲେ ବିଭାଗ ର ମହା ଦୁର୍ନୀତି କଳା ଚିଠାର ଗୁମର ଖୋଲିବ ବୋଲି ସୂଚନା ଅଧିକାର କର୍ମୀ ଅଭିଯୋଗ ଆଣିଛନ୍ତି ଏବଂ ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚ ତଦନ୍ତ କରାଗଲେ ଏହାର ଅସଲ ରହସ୍ୟ ପଦାକୁ ଆସିବ ବୋଲି ବୁଦ୍ଧିଜିବି ମହଲ ରେ ଚ଼ର୍ଚ୍ଚ ହେଉଛି
What's Your Reaction?