ଗୋରୁ ମାଂସ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ: ଡ୍ରାଇଭର ଗୁରୁତର,
ଗୋରୁ ମାଂସ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ: ଡ୍ରାଇଭର ଗୁରୁତର
ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ର କିଡିଙ୍ଗ ନିକଟ ର ଏକ ପୋଲ ଠାରେ ଗୋରୁ ମାଂସ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ ଟି ଝାଡ଼ଖଣ୍ଡ ଠାରୁ ଗୋରୁ ମାଂସ ବୋଝେଇ କରି ବିଶାଖାପାଟଣା ଅଭିମୁଖେ ଯାଉଥିବା ବେଳେ ଭାରସ୍ୟାମ ହରାଇ ଓଲଟି ପଡିଯାଇ ଥିଲା। ଦୁର୍ଘଟଣା ରେ ଡ୍ରାଇଭର ଗୁରୁତର ଆହତ ହୋଇ ଥିବା ଜଣା ପଡିଛି। ଉକ୍ତ ଘଟଣା ଟି ରାତି ୧୨ ଟା ସମୟରେ ଘଟି ଥିବା ବେଳେ କିଡିଙ୍ଗ ଗାଁ ର ଯୁବ ଗୋଷ୍ଟି ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରି ପୋଲିସ୍ କୁ ଖବର ଦେଇ ଥିଲେ।ଖବର ପାଇ ସିକେରକୁପା ଫାଣ୍ଡି ଅଧିକାରୀ ମିନକେତନ ଶବର,କନେଷ୍ଟବଳ ବିଶ୍ଵନାଥ ମହଲା ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣାପଡିଛି।
What's Your Reaction?