ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଓ ମୂଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଚାଉଳ ବଣ୍ଟନ ପ୍ରକ୍ରିୟା ସୁପ୍ତ ଅବସ୍ତାରେ ।
ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଓ ମୂଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଚାଉଳ ବଣ୍ଟନ ପ୍ରକ୍ରିୟା ସୁପ୍ତ ଅବସ୍ତାରେ ।
କଳାହାଣ୍ଡି ଜିଲ୍ଲା ପ୍ରତ୍ୟେକ ପଞ୍ଚାୟତ ଗୋଦାମରେ ଚାଉଳ ଅଭାବ ! ଯୋଗାଣ ସହାୟକ ଚାଉଳ ବାଣ୍ଟିବେ କେମିତି ?
ଚାଉଳ ବଣ୍ଟନରେ ହିତାଧିକାରୀ ଙ୍କ ଅସନ୍ତୋଷ ଓ ଅଭିଯୋଗ !
ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ?
ଜିଲ୍ଲାପାଳ ହସ୍ତକ୍ଷେପ କରିବା ପାଇଁ ସାଧାରଣରେ ଅଭିଯୋଗ !
ନର୍ଲା,(ଅଜିତ ମାଝୀ) ଦେଶରେ ବସବାସ କରୁଥିବା ସଧାରଣ ଗରୀବ ,ଖଟିଖିଆ, ଚାଷୀ, ମୂଲିଆ, ଶ୍ରମିକ ତଥା ଭିନ୍ନକ୍ଷମ ମାନଙ୍କ ପାଇଁ କେନ୍ଦ୍ର ସରକାର ଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ NFSA /SFSS ଯୋଜନାରେ ଅନ୍ତର୍ଭୁକ୍ତ ହିତାଧୀକାରୀ କାର୍ଡ ଧାରୀ ଙ୍କୁ ୩୫ କେଜି ମାଗଣା ଚାଉଳ ଓ ରଜ୍ୟ ସରକାର ଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ସାମିଲ ହୋଇଥିବା କାର୍ଡ ଧାରୀ ଙ୍କୁ ୫ କେଜି ଲେଖାଏଁ ଦୁଇ ମାସର ମାଗଣା ଚାଉଳ ହିତାଧୀକାରୀ ଙ୍କୁ ଚାଉଳ ବଣ୍ଟନ କରିବା ବ୍ୟବସ୍ଥା ରହିଛି। ଚଳିତ ବର୍ଷ 2026 ଅନୁଯାୟୀ ରାଜ୍ୟ ସରକାର ଚିଠି ନମ୍ବର୍ -12406 ତା- -20-07-2026 ଜୁଲାଇ ଓ ଅଗଷ୍ଟ ମାସରେ ହିତାଧୀକାରୀ ଙ୍କୁ ଚାଉଳ ବଣ୍ଟନ ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ର ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ନିର୍ଦେଶନାମା ଦିଆଯାଇଥିଲା। ଜୁଲାଇ 21 ତାରିଖ ଦିନ ଠାରୁ 27 ଜୁଲାଇ ପର୍ଯ୍ୟନ୍ତ ଚାଉଳ ବଣ୍ଟନ ପ୍ରକ୍ରିୟା ଶେଷ କରିବା ପାଇଁ ନିର୍ଦ୍ଦେଶନାମା ହୋଇଥିଲା କିନ୍ତୁ କଳାହାଣ୍ଡି ଜିଲ୍ଲା 13 ଗୋଟି ବ୍ଳକ୍ ରେ ଥିବା ବିଭିନ୍ନ ଗ୍ରାମ ପଞ୍ଚାୟତ ମାନଙ୍କରେ ବର୍ତମାନ ସୁଦ୍ଧା ଚାଉଳ ବଣ୍ଟନ ପ୍ରକ୍ରିୟା ସୁପ୍ତ ଅବସ୍ତାରେ ରହିଛି । କୌଣସି କାରଣ ବଶତଃ ଲିଫ୍ ଟିଙ୍ଗ ହୋଇପାରିନାହିଁ । ପଞ୍ଚାୟତ ଗୋଦମରେ ଚାଉଳ ଷ୍ଟକ୍ ନାହିଁ। ଯାହାଦ୍ବାରା ଖାଉଟି ହିତାଧୀକାରୀ ମାନେ ବାରମ୍ବାର ଗ୍ରାମପଞ୍ଚାୟତ କୁ ଆସି ଚାଉଳ ନ ପାଇଁ ନିରାଶ ହୋଇ ଘରକୁ ଫେରୁଛନ୍ତି ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଜିଲ୍ଲା ର ସମସ୍ତ ଗ୍ରାମପଞ୍ଚାୟତ କାର୍ଯ୍ୟରତ ଯୋଗାଣ ସହାୟକ ମାନଙ୍କୁ ହିତାଧୀକାରୀ ମାନେ ଝଗଡ଼ା ଝାଟି , ଗଣ୍ଡଗୋଳ କରୁଥିବା ଦେଖିବକୁ ମିଳିଛି। ଯାହାଦ୍ବାରା ଜିଲ୍ଲାର କାର୍ଯ୍ୟରତ ଯୋଗାଣ ସହାୟକ ମାନେ ଜିଲ୍ଲା ଯୋଗାଣ ଅଧିକାରୀ ଓ ବ୍ଳକ୍ ଯୋଗାଣ ଅଧିକାରୀ ଙ୍କ ଚାପ ପ୍ରୟୋଗ ବଶବର୍ତ୍ତୀ ହୋଇ ଶାରୀରିକ ମାନସିକ ଚାପରେ ରହିଛନ୍ତି । ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ ମଲ୍ଲିକ ଙ୍କ ନିର୍ଦେଶ ଅନୁଯାୟୀ ସେପ୍ଟେମ୍ବର ଓ ଅକ୍ଟୋବର ମାସର ଚାଉଳ ବଣ୍ଟନ କରିବା ପାଇଁ ଚାପ ପ୍ରୟୋଗ କରୁଥିବା ଯୋଗାଣ ସହାୟକ ଗୋଷ୍ଟିରେ ଚର୍ଚ୍ଚା ହେଉଛି। ଗୋଟିଏ ପଟେ ଲିଫଟିଙ୍ଗ ଓ ପରିଚାଳନାରେ ଅବହେଳା ଅନ୍ୟପଟେ ଜୁଲାଇ ଅଗଷ୍ଟ ମାସର ଚାଉଳ ବଣ୍ଟନରେ ଚାଉଳ ଷ୍ଟକ୍ ନ ଥିବା ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହେଉଛି ବୋଲି ସାଧାରଣରେ ଚର୍ଚ୍ଚା ହୋଇଥିବା ବେଳେ ଏ ନେଇ କଳାହାଣ୍ଡି ଜିଲ୍ଲାପାଳ ହସ୍ତକ୍ଷେପ କରିବା ପାଇଁ ସାଧାରଣରେ ଅଭିଯୋଗ ହେଉଛି।
What's Your Reaction?