ନର୍ଲା ବ୍ଳକ ଯାଦବ ସମିତି ପକ୍ଷରୁ ନୂତନ କର୍ମ କର୍ତ୍ତା ଚୟନ,
ନର୍ଲା ବ୍ଳକ ଯାଦବ ସମିତି ପକ୍ଷରୁ ନୂତନ କର୍ମ କର୍ତ୍ତା ଚୟନ,
ଶୁଭମ ବାର୍ତ୍ତା :- ନର୍ଲା ବ୍ଲକ ଯାଦବ ସମିତି ପକ୍ଷରୁ ନୂତନ କମିଟି ଗଠନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି। ନର୍ଲା ସହର ଉପକଣ୍ଠ ରେ ଥିବା ଯାଦବ ଭବନ୍ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ କୁ ନର୍ଲା ବ୍ଳକ୍ ଯାଦବ ସମିତି ସଭାପତି ଯୁଧିଷ୍ଠିର ଗଉଡ ଅଧ୍ୟକ୍ଷତା କରିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମର ରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଅଭ୍ୟର୍ଥନା କମିଟି ର ସଭାପତି ଶ୍ରୀ ଗିରିଧାରୀ ଗଉଡ୍ ଓ ସାଧାରଣ ସମ୍ପାଦକ ଶ୍ରୀ ତ୍ରିପୁରା ଗଉଡ୍, ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲା ଅଭ୍ୟର୍ଥନା କମିଟିର ମାଧବ ଲହଜଲ୍ ଓ ଅରଖିତ ଭଇଁସାଲ୍ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ଶ୍ରୀ ନୃପରାଜ ଯାଦବ୍ ,ସମ୍ମାନିତ ଅତିଥି ଭାବେ ଭବାନୀପାଟଣା ଯାଦବ ସମିତିର ଶ୍ରୀ ସତ୍ୟ ନାରାୟଣ ବିଶି ଓ ନଳିନୀକାନ୍ତ ରାଉତ୍, କେସିଙ୍ଗା ବ୍ଲକ୍ ଯାଦବ ସମିତିର ଜଗନ୍ନାଥ ବାଗ୍ ଓ ମହିପାଳ ନାଏକ୍, ଧର୍ମଗଡ଼ ଏନ୍ ଏସି ଯାଦବ ସମିତିର ଅନିରୁଦ୍ଧ ଲହଜାଲ୍ ଶିକ୍ଷାବିତ୍ ପ୍ରଶୁନ୍ନ କୁମାର ଜାଲ୍, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ଉପ ସଭାପତି ଦୁଲ୍ଲଭ ମାହାର୍, ବରିଷ୍ଠ ଯାଦବ ନେତା ହୃଷିକେଶ୍ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଭାଗବତିଆ କବି ମଧୁସୂଦନ ରାଉତ୍ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଲିଙ୍ଗରାଜ କରୁଆଁ, ନର୍ଲା ବ୍ଲକ ଯାଦବ ସମିତିର ନୂତନ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବରେ ଦୁଲ୍ଲଭ ମାହାର୍ ସୁନୀଲ କୁମାର୍ ଧଙ୍ଗଡାମାଝୀ ଓ ମାର୍କଣ୍ଡ ଜାଲ୍, ସାଧାରଣ ସମ୍ପାଦକ ଭାବେ ମଧୁସୂଦନ ରାଉତ୍, ଯୁଗ୍ମ ସମ୍ପାଦକ ଭାବରେ ଅଜିତ୍ କରୁଆଁ, କୋଷାଧ୍ୟକ୍ଷ ଭାବେ ଗିରିଧାରୀ ଗଉଡ୍, ବ୍ଲକ୍ ଯୁବ ଯାଦବ ସଭାପତି ଭାବେ ପ୍ରଶୁନ୍ନ କୁମାର ଜାଲ୍ ନିର୍ବାଚିତ ହୋଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ୨୫ ଗୋଟି ଆଞ୍ଚଳିକ ଯାଦବ ସମିତିର କର୍ମକର୍ତ୍ତାଙ୍କ ସମେତ ଶତାଧିକ ଯାଦବ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?