କରଞ୍ଜକୋଟଠାରେ କଂଗ୍ରେସ ଦଳର ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sep 5, 2025 - 19:40
Sep 5, 2025 - 19:41
 0  13
କରଞ୍ଜକୋଟଠାରେ କଂଗ୍ରେସ ଦଳର ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

କରଞ୍ଜକୋଟଠାରେ କଂଗ୍ରେସ ଦଳର ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୋଲାମୁଣ୍ଡା,ତା.୫ା୯(ଶୁଭମ ବାର୍ତ୍ତା) - ଆଜି ଗୋଲାମୁଣ୍ଡା ବ୍ଲକ କରଞ୍ଜକୋଟଠାରେ କଂଗ୍ରେସ ଦଳର ସଂଗଠନ ସୃଜନ ଅଭିଯାନକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ନଉକେଶ୍ୱର ପୁଟେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ଶଖେ ମସ୍ତାନ ଅଲ୍ଲୀ,ସମ୍ମାନିତ ଅତିଥି ଭାବେ ପିସିସି ପର୍ଯ୍ୟବେକ୍ଷକ ଫକିର ଜଗତ,ଜିଲ୍ଲା ସଂଯୋଜକ ଜଳନ୍ଧର ନାଏକ ପ୍ରମୁଖ ଉପସ୍ଥିତ ରହି କଂଗ୍ରେସ ଦଳର ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ବିଷୟର ଉପସ୍ଥିତ କଂଗ୍ରେସ କର୍ମୀମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ସିଦ୍ଧାର୍ଥ ନାୟକ,ସଦର ବ୍ଲକ ସଭାପତି ସୁବାସ ଚନ୍ଦ୍ର ପ୍ରଧାନ,ନରହରି ବାଗ,ସାଉଲ ମଙ୍ଗରାଜ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର କୋଣ ଅନୁକୋଣରୁ ଶତାଧିକ କଂଗ୍ରେସ ନେତା ଉପସ୍ଥିତ ରହିଥିଲେ ।

ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow