ପ୍ରତି ୟୁରିଆ ବସ୍ତାରେ ନାନୋ ୟୁରିଆ ଟ୍ୟାଗ । ଅଭିଯୋଗ ଆଣିଲେ ଚାଷୀ ।
ପ୍ରତି ୟୁରିଆ ବସ୍ତାରେ ନାନୋ ୟୁରିଆ ଟ୍ୟାଗ । ଅଭିଯୋଗ ଆଣିଲେ ଚାଷୀ ।
ଗୋଲାମୁଣ୍ଡା଼ ୦୫.୯(ଶୁଭମ ବାର୍ତ୍ତା)କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ତାରିଣୀ ଟ୍ରେଡ଼ର୍ସ ରାସାୟନିକ ସାର ଦୋକାନ ଖଲିଆକାନୀ ଠାରେ ପ୍ରତି ୟୁରିଆ ବସ୍ତାରେ ଗୋଟିଏ ନାନୋ ୟୁରିଆ ଟ୍ୟାଗ ହୋଇଥିବା ଚାଷୀଙ୍କ ଅଭିଯୋଗ ହୋଇଛି। ଗତକଛିଦିନ ହେବ ୟୁରିଆ ସାର ଅଭାବ ଯୋଗୁଁ ଚାଷ କାର୍ଯ୍ୟ ଠିକ ରୂପେ ହୋଇପାରୁନଥିବା ବେଳେ କଳାହାଣ୍ଡି ଜିଲ୍ଲା ରେ ମଧ୍ଯ ୟୁରିଆ ସାର ଅଭାବ ଥିଲା । ଗୋଲାମଣ୍ଡା ବ୍ଲକର ରାସାୟନିକ ସାର ହୋଲସେଲର ଘନଶ୍ୟାମ ମେହେରଙ୍କ ନାମରେ ଥିବା ବେଳେ ତାଙ୍କର ଆଉ ଏକ ତାରିଣୀ ଟ୍ରେଡର୍ସ ସାର ଦୋକାନ ଅଛି । ତାରିଣୀ ଟ୍ରେଡର୍ସ ଖଲିଆକାନୀରେ ଆଜି ୟୁରିଆ ସାର ପାଇଁ ପ୍ରବଳ ଜନସମାଗମ ହୋଇଥିଲା । ଗତ କାଲି ଠାରୁ ଲୋକେ ସାର୍ ପାଇଁ ଲମ୍ବା ଧାଡି ଲାଗି ଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ନିରୀହ ଚାଷୀ ମାନଙ୍କୁ ଗୋଟିଏ ବସ୍ତା ୟୁରିଆ ସାର ଓ ଗୋଟିଏ ଏକସ୍ପାରି ନାନୋ ୟୁରିଆ ବାଧ୍ୟତା ମୂଳକ ଭାବେ ଦେଇ ୫୦୦ ଟଙ୍କା ନେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ସରକାରୀ ଧାର୍ଯ୍ୟ ଅନୁସାରେ ୫୦ କେଜି ୟୁରିଆ ସାରର ମୁଲ୍ୟ ୨୬୬ ଟଙ୍କା ଅଛି। ହେଲେ ଏଠାରେ ଏକ ବସ୍ତା ପ୍ରତି ଚାଷୀ ମାନଙ୍କ ଠାରୁ ୨୮୦ ଟଙ୍କା ନେଇ ତା ସହିତ ଏକ୍ସପ୍ୟାରୀ ଡେଟ ଯାଇଥିବା ନାନୋ ୟୁରିଆ ଟ୍ୟାଗ କରି ବାଧ୍ୟତାମୂଳ ଭାବେ ୫୦୦ ଟଙ୍କା ଚାଷୀଙ୍କମାନଙ୍କ ଠାରୁ ଶୋଷଣ କରାଯାଉଛି। ସାର ଚଢା ଦରରେ ବିକ୍ରୀହେଉଥିବା ଖବର ପାଇ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚି ପଚାରିବାରୁ ନିଜେ ଘନଶ୍ୟାମ ମେହେର ତୁମ୍ଭର ଦମ ଅଛି ଦୁଇ ଟ୍ରକ ୟୁରିଆ ଆଣି ଚାଷୀଙ୍କୁ ଯୋଗାଇ ଦିଅ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ଓଲଟା ଧମକ ଦେଇଥିଲେ। ଏ ନେଇ ଗୋଲାମୁଣ୍ଡା ଗୋଷ୍ଠୀ କୃଷି ଅଧିକାରୀ ନୌକେଶ୍ଵର ନାଗ ଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲା। ଖବର ପାଇ କୃଷି ଅଧିକାରୀ ଖଲିଆକାନୀ ତାରିଣୀ ଟ୍ରେଡର୍ସ ସାର ଦୋକାନରେ ପହଞ୍ଚି ସମସ୍ତ କାଗଜ ପତ୍ର ଯାଞ୍ଚ କରିଥିଲେ। ଗୋଟିଏ ୟୁରିଆ ବସ୍ତାରେ ନାନୋ ୟୁରିଆ ଟ୍ୟାଗ ନ କରି ପ୍ରତି ୟୁରିଆ ବସ୍ତା ସରକାରୀ ଧାର୍ଯ୍ୟମୁତାବକ ବିକ୍ରି କରିବାକୁ ତାରିଣୀ ଟ୍ରେଡ଼ର୍ସ ମାଲିକ ମୁରଲୀ ଧର ମେହେରଙ୍କୁ ତାଗିଦ କରିଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କୁ ଧମକ ଚମକ ଦେବା କଥା ନିଜେ କୃଷି ଅଧିକାରୀ ସ୍ୱୀକାର କରିଥିବା ବେଳେ ଏହା ଏକ ନିନ୍ଦନୀୟ ଘଟଣା ବୋଲି ପ୍ରକାଶ କରିଥିଲେ। ଏ ଉପରେ ଶ୍ରୀ ନାଗ ଘନଶ୍ୟାମ ମେହେର ଓ ତାଙ୍କ ପୁଅ ମୁରଲୀଧର ମେହେରଙ୍କୁ ତାଗିଦ କରିଵା ସହ ଦରକାର ପଡିଲେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଥିଲେ।
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?