ପନ୍ଦର ଦିନ ଭିତରେ ମ ରାମ୍ ପୁର୍ କୁ ଏନ୍ ଏ ସି ଘୋଷଣା ନ କଲେ ଅଖ ଚକ ବନ୍ଦ, ଆନ୍ଦୋଳନ କୁ ଓହ୍ଲାଇବ 'ନର୍ଲା ନିର୍ବାଚନ ମଣ୍ଡଳୀର ବିକାଶ୍ ମଞ୍ଚ '
ପନ୍ଦର ଦିନ ଭିତରେ ମ ରାମ୍ ପୁର୍ କୁ ଏନ୍ ଏ ସି ଘୋଷଣା ନ କଲେ ଅଖ ଚକ ବନ୍ଦ୍, ଆନ୍ଦୋଳନ କୁ ଓହ୍ଲାଇବ 'ନର୍ଲା ନିର୍ବାଚନ ମଣ୍ଡଳୀର ବିକାଶ୍ ମଞ୍ଚ ',
ଶୁଭମ ବାର୍ତ୍ତା :- ରାଜ୍ୟ ସରକାର ସ୍ୱାୟତ୍ତ ଶାସନ ଦିବସ ଅବସର ରେ ରାଜ୍ୟରେ ୭ ଟି ମୁନ୍ସିପାଲିଟି ସହ ୧୬ ଟି ଏନ୍ ଏ ସି ଘୋଷଣା କରିଛନ୍ତି ।ଏହି ତାଲିକା ରେ କଳାହାଣ୍ଡି ଜିଲ୍ଲାର ଜୟପାଟଣା ଓ ନର୍ଲା ସହର ଥିବା ବେଳେ ମ ରାମ୍ ପୁର୍ ସହର ବାଦ୍ ପଡିଛି। ନର୍ଲା ଓ ଜୟପାଟଣା ଅଞ୍ଚଳ ବାସୀ ଖୁସିରେ ମିଠା ବାଣ୍ଟୁ ଥିବା ବେଳେ ମ ରାମ୍ ପୁର୍ ଅଞ୍ଚଳ ବାସୀ ଅସନ୍ତୁଷ୍ଟ ହେବା ସହିତ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ନଜର୍ କୁ ଆସିଛି। ଠିକ୍ ସେହି ଭଳି ନର୍ଲା ନିର୍ବାଚନ ମଣ୍ଡଳୀ ବିକାଶ୍ ମଞ୍ଚ ମଧ୍ୟ ଆଜି ସନ୍ଧ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆଗାମୀ ୧୫ ଦିନ ଭିତରେ ମ ରାମ୍ ପୁର୍ କୁ ଏନ୍ ଏ ସି ଘୋଷଣା ନ କଲେ ଅଖ ଚକ ବନ୍ଦ୍ କରି ଆନ୍ଦୋଳନ କାରିବ ବୋଲି ସୂଚନା ଦେଇଛନ୍ତି ମଞ୍ଚ ର ସଭାପତି ରୋମାଞ୍ଚ ସାହୁ ଓ ନର୍ଲା ବିଧାୟିକା ମନୋରମା ମହାନ୍ତି। ଏହି ସାମ୍ବାଦିକ ସମ୍ମିଳନୀ ରୁପ୍ରାରୋଡ ରେ ଅନୁଷ୍ଟିତ ହୋଇଥିବା ବେଳେ ଉକ୍ତ ସାମ୍ବାଦିକ ସମ୍ମିଳନୀ ଟି ନର୍ଲା ବିଜେଡି ର ଯୁବ ନେତା ଗୋବିନ୍ଦ ତାଣ୍ଡି ଙ୍କ ତତ୍ବାବଧାନରେ ଆୟୋଜିତ ହୋଇଥିଲା।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?