ଟୋଲ୍ ବ୍ରାହ୍ମଣୀ ଗାଁ ର ମହିମା ଆଶ୍ରମ ରେ" 'ନୂଆଁଖାଇ ' ପର୍ବ ପାଳିତ
ଟୋଲ୍ ବ୍ରାହ୍ମଣୀ ଗାଁ ର ମହିମା ଆଶ୍ରମ ରେ" 'ନୂଆଁଖାଇ ' ପର୍ବ ପାଳିତ,
ଶୁଭମ ବାର୍ତ୍ତା :- ଆଜି ଠାରୁ ଶ୍ରାବଣ ମାସ କୁ ବିଦାୟ ଦେଇ ଭାଦ୍ରବ ମାସ ପ୍ରବେଶ କରିଛି, ଏହି ମାସରେ ପଶ୍ଚିମ ଓଡ଼ିଶା ରେ "ନୂଆଁଖାଇ "ପର୍ବ କୁ ଗଣ ପର୍ବ ଭାବେ ପାଳନ କରାଯାଏ, ସେଥିପାଇଁ ଗାଁ ଠୁ ସହର ଉତ୍ସବ ମୁଖର ହୋଇ ଥାଏ। ଉକ୍ତ ପର୍ବ କୁ ବିଭିନ୍ନ ସମ୍ପ୍ରଦାୟ ର ଲୋକେ ଭିନ୍ନ ଭିନ୍ନ ତିଥି ରେ ପାଳନ କରିଥାନ୍ତି। ସମଗ୍ର ପଶ୍ଚିମ ଓଡ଼ିଶାରେ ଅଗ୍ରପୂଜ୍ୟ ଗଣେଶ ଙ୍କ ପୂଜା ପରେ ପଞ୍ଚମୀ ଦିନ ରେ "ନୂଆଁଖାଇ" ପର୍ବ ପାଳନ ହେଉ ଥିବା ବେଳେ କଳାହାଣ୍ଡି ଜିଲ୍ଲା ର ଟୋଲ୍ ବ୍ରାହ୍ମଣୀ ଗାଁ ରେ ଥିବା ମହିମା ପୀଠ ରେ ଭାଦ୍ରବ ମାସ ର ପ୍ରଥମ ଦିନରେ ହିଁ "ନୂଆଁଖାଇ"ପର୍ବ କୁ ପାଳନ କରି ନବାନ୍ନ ଭକ୍ଷଣ କରିଥାନ୍ତି। ଏହି ପର୍ବ କୁ ପାଳନ କରିବା ପାଇଁ ଆଖ ପାଖ ଅଞ୍ଚଳ ର ଶହ ଶହ ମହିମା ଧର୍ମୀ ମହିଳା ଓ ପୁରୁଷ ପୀଠ ରେ ଏକତ୍ରିତ ହୋଇ ପ୍ରଥମେ ଶୂନ୍ୟ ବ୍ରହ୍ମ କୁ ନବାନ୍ନ ଅର୍ପଣ କଲାପରେ ସାମୁହିକ ନବାନ୍ନ ଭକ୍ଷଣ କରିଥିଲେ। ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳ ରେ ସ୍ୱଳ୍ପ ବୃଷ୍ଟି ପାତ ଯୋଗୁଁ ଚାଷୀଙ୍କ ଚାଷ କାମ ଆଗେଇ ପାରୁ ନ ଥିବାରୁ ଚାଷୀ ଙ୍କ ମୁଁହ ରେ ହସ ନାହିଁ ସେଥିପାଇଁ ନୂଆଁଖାଇ ପର୍ବ ଟିକେ ଫିକା, ଫିକା ପରି ମନେ ହେଉଛି।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?