ଗୋଲାମୁଣ୍ଡା ବ୍ଲକ ରେ ଠିକାଦାର ଙ୍କ ପାଇଁ ଆଇଟିଡିଏ ସାଜିଛି ସୁନା ଅଣ୍ଡା ଦିଆ କୁକୁଡ଼ା,
ଗୋଲାମୁଣ୍ଡା ବ୍ଲକ ରେ ଠିକାଦାର ଙ୍କ ପାଇଁ ଆଇଟିଡିଏ ସାଜିଛି ସୁନା ଅଣ୍ଡା ଦିଆ କୁକୁଡ଼ା
ନିର୍ଦ୍ଧିଷ୍ଟ ଠିକାଦାର ପ୍ରତି ଅନୁକମ୍ଫା
ଗୋଲାମୁଣ୍ଡା,୨୮/୦୭ (ଶୁଭମ ବାର୍ତ୍ତା): ଆଦିବାସୀ ଅଧ୍ୟୁସିତ କଳାହାଣ୍ଡି ଜିଲ୍ଲାର ଆଦିବାସୀଙ୍କ ବିକାଶ ଓ ହିତ ପାଇଁ ବିପୁଳ ଅର୍ଥ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) କୁ ସରକାର ଯୋଗାଇ ଦେଉଛନ୍ତି । ଏହି ସଂସ୍ଥା ମାଧ୍ୟମରେ ଗ୍ରାମାଞ୍ଚଳ ର ଆଦିବାସୀ ମାନଙ୍କ ଗମନାଗମନ ନିମନ୍ତେ କଳାହାଣ୍ଡି ଜିଲ୍ଲା ଆଇଟିଡିଏ ଥୁଆମୁଲରାମପୁର ଭବାନୀପାଟଣା ତରଫରୁ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଣ୍ଡାମେର ପଞ୍ଚାୟତ ରେ ବିଭିନ୍ନ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇଅଛି । ଗଣ୍ଡାମେର ପଞ୍ଚାୟତ ର ସର୍ଗିଗୁଡା ଆରଡ଼ି ରାସ୍ତା ଠାରୁ ବାମନିମରା ରାସ୍ତା ର କଂକ୍ରିଟ ସହ ଗାର୍ଡୱେଲ ନିର୍ମାଣ ପାଇଁ ରାଜ୍ୟସଭା ସାଂସଦ ପାଣ୍ଠି ରେ ୧୦ଲକ୍ଷ ଟଙ୍କା ଅଟକଳ ପରିମାଣ ରେ ରାସ୍ତା କାର୍ଯ୍ୟ ହୋଇଥିବା ନେଇ ସୂଚନାଫଳକ ରେ ଦର୍ଶାଯାଇଛି । ହେଲେ ସୂଚନା ଫଳକ ଅନୁସାରେ ରାସ୍ତା ସହ ଗାର୍ଡୱେଲ ନିର୍ମାଣ ହେବା ପରିବର୍ତେ କେବଳ ରାସ୍ତା ନିର୍ମାଣ କରି ଏତିକି ରେ କାମ ସାରିଦେଇଛନ୍ତି । ସେହିପରି ଉକ୍ତ ପଞ୍ଚାୟତ ରେ ଆର୍ଥିକ ବର୍ଷ ୨୦୨୫-୨୬ ଅନୁସାରେ ସର୍ଗିଗୁଡା ଆରଡ଼ି ରାସ୍ତା ଠାରୁ କରାଡ଼ଙ୍ଗରି ରାସ୍ତାର କଂକ୍ରିଟ ସହ ଗାର୍ଡୱେଲ ନିର୍ମାଣ କାର୍ଯ୍ୟ ପାଇଁ ୧୦ଲକ୍ଷ ଟଙ୍କା ,ସର୍ଗିଗୁଡା ଆରଡ଼ି ଛକ ଠାରୁ ବନ୍ଧପଡା ରାସ୍ତାର କଂକ୍ରିଟ କରଣ ନିମନ୍ତେ ୧୦ଲକ୍ଷ ଟଙ୍କା,ସର୍ଗିଗୁଡା ବନ୍ଧପଡା ରାସ୍ତା ଠାରୁ ସ୍କୁଲ ରାସ୍ତା ର କଂକ୍ରିଟ କରଣ ନିମନ୍ତେ ୧୦ଲକ୍ଷ ଟଙ୍କା,ସର୍ଗିଗୁଡା ବନ୍ଧପଡା ରାସ୍ତା ଠାରୁ ଟେଙ୍କ ରାସ୍ତାର ଉନ୍ନତି କରଣ ନିମନ୍ତେ ୧୦ଲକ୍ଷ ଟଙ୍କା ଏଭଳି ଗୋଟିଏ ଗାଁ ରେ ଆଠ ଗୋଟି ପ୍ରକଳ୍ପ ବାବଦକୁ ୮୦ଲକ୍ଷ ଟଙ୍କା ବିନିମୟରେ କେବଳ ରାସ୍ତା କାର୍ଯ୍ୟ ନିର୍ମାଣ ହୋଇଅଛି। ସୂଚନା ଫଳକ ଅନୁଯାୟୀ ଗାର୍ଡୱେଲ ନିର୍ମାଣ କରିବାର ନିୟମ ରହିଥିବା ବେଳେ ଜୈନିକ ଠିକାଦାର ଜଣକ ରାସ୍ତା ତିଆରି କରି କାମ ସାରି ଦେଇଥିବା ଜଣାପଡିଛି । ଅନ୍ୟପଟେ ଗୋଲାମୁଣ୍ଡା ବ୍ଲକ ରେ ଅନେକାଂଶ ଆଦିବାସୀ ଅଧ୍ୟୁଷିତ ଗ୍ରାମପଞ୍ଚାୟତ ରହିଛି । କିନ୍ତୁ ଗୋଟିଏ ନିର୍ଦିଷ୍ଟ ପଞ୍ଚାୟତ ର ନିର୍ଦିଷ୍ଟ ଗ୍ରାମରେ ଜଣେ ନିର୍ଦିଷ୍ଟ ଠିକାଦାର ପ୍ରତି ଅନୁକମ୍ପା ସମସ୍ତ ଙ୍କୁ ଚକିତ କରିଛି । ଏହାକୁ ନେଇ ଠିକାଦାର ଙ୍କ ପାଇଁ ଉକ୍ତ ବିଭାଗ ସୁନା ଅଣ୍ଡା ଦିଆ କୁକୁଡ଼ା ଭଳି ମନେ ହେଉଛି । ପୂର୍ବରୁ ମଧ୍ୟ ଆଇଟିଡିଏ ଥୁଆମୁଲ ରାମପୁର ଭବାନୀପାଟଣା ତରଫରୁ ଗୋଲାମୁଣ୍ଡା ବ୍ଲକ ର ଅନେକ ଗୁଡିଏ କାର୍ଯ୍ୟ ନିମ୍ନମାନର ହୋଇଥିବା ନଜର ରହିଛି । ବର୍ତ୍ତମାନ ମଧ୍ୟ ଜୈନିକ ଠିକାଦାର ଙ୍କୁ ସୁହାଇଲା ଭଳି କାର୍ଯ୍ୟ କୁ ନେଇ ଏବେ ଉକ୍ତ ବିଭାଗ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ଆଇଟିଡିଏ ର କନିଷ୍ଠ ଯନ୍ତ୍ରୀ ଇଂ.ପ୍ରକାଶ ଭୋଇ ଙ୍କୁ ପଚାରିବାରୁ ରାଜ୍ୟସଭା ସାଂସଦ ପାଣ୍ଠିରୁ ଜୈନିକ ଠିକାଦାର ଜଣକ ଆର୍ଥିକ ଅନୁଦାନ ଆଣୁଛନ୍ତି ତେଣୁ ଗୋଟିଏ ଗାଁ ରେ କାର୍ଯ୍ୟ ହୋଇଅଛି ଓ ଗାର୍ଡୱେଲ ନିର୍ମାଣ ପାଇଁ ଜାଗା ନଥିବାରୁ ଗୁଣବତ୍ତା ରଖି ରାସ୍ତା କାର୍ଯ୍ୟ କରାଯାଇଛି ବୋଲି କହିଥିଲେ ।
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?