ରୁପ୍ରାରୋଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ତାଲା ମାରିଲେ ସ୍କୁଲ୍ ଛାତ୍ର ଛାତ୍ରୀ।

Jul 28, 2025 - 18:51
Jul 28, 2025 - 18:52
 0  11
ରୁପ୍ରାରୋଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ତାଲା ମାରିଲେ ସ୍କୁଲ୍ ଛାତ୍ର ଛାତ୍ରୀ।

 ରୁପ୍ରାରୋଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ତାଲା ମାରିଲେ ସ୍କୁଲ୍ ଛାତ୍ର ଛାତ୍ରୀ।

ଶୁଭମ ବାର୍ତ୍ତା :- ନର୍ଲା ବ୍ଲକ ରେ ଥିବା ଗାଁ ଗଣ୍ଡା ମାନଙ୍କରେ କାର୍ଯ୍ୟରତ ଶିକ୍ଷକ ମାନଙ୍କୁ ଅନ୍ୟତ୍ର ବଦଳି ସଧାରଣ ରେ ଚର୍ଚ୍ଚା ହେଉଛି । ଜିଲ୍ଲା ଓ ବ୍ଳକ୍ ଶିକ୍ଷା ବିଭାଗ ଦ୍ଵାରା ବଦଳି କରାଯାଇଥିବା ଘଟଣାକୁ ନେଇ ଅଭିଭାବକ ତଥା ଛାତ୍ର ଛାତ୍ରୀ ମାନେ ଗତ ଶୁକ୍ରବାର ଓ ଶନିବାର ଦିନ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସୂଚନା ଯୋଗ୍ୟ ଗତ ନୋଟି ଫିକେସନ୍ ନମ୍ବର ୧୩୪୫୩/ତା ୧୪/୦୫/୨୫ ଅନୁଯାୟୀ ସ୍ଥାନୀୟ ବିଜେଡି ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି,କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀମତୀ ମାଳବିକା ଦେବୀ କଳାହାଣ୍ଡି ରାଜ୍ୟସଭା ସାଂସଦ ସୁଜିତ୍ କୁମାର୍ ସେଠ୍ ଙ୍କ ଅନୁମୋଦନ କ୍ରମେ ରଜ୍ୟ ଶିକ୍ଷା ବିଭାଗ କମିଟି ଲେଟର ନମ୍ୱର୍ ୧୬୬୭୩/ତା ୦୧/୦୭/୨୫ ଅନୁଯାୟୀ ନର୍ଲା ବ୍ଲକ ରେ ବିଭିନ୍ନ ସ୍କୁଲ୍ ରେ କାର୍ଯ୍ୟରତ ଆଠ ଜଣ ନୀରିହ ଶିକ୍ଷକ ଙ୍କୁ ଜିଲ୍ଲା ଶିକ୍ଷା ବିଭାଗ ଙ୍କ ଅନୁମୋଦନ କ୍ରମେ ଅନ୍ୟତ୍ର ବଦଳି ତାଲିକା ପ୍ରକାଶ ପାଇଥିଲା ଏହି ତାଲିକା ରେ ନର୍ଲା ବ୍ଲକ ରୁପ୍ରା ରୋଡ ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ତ୍ରିପାଠୀ ଙ୍କୁ କୋକସରା ବ୍ଲକ କୁ ବଦଳି ହୋଇଥିବା ଯୋଗୁଁ ଉକ୍ତ ସ୍କୁଲ୍ ରେ ଅଧ୍ୟୟନ କରିଥିବା ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ତଥା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ବିଚଳିତ କରିଥିଲା । ନୀରିହ ଶିକ୍ଷକ ଙ୍କୁ ଆକ୍ରୋଶ ମୂଳକ ଭାବେ ନର୍ଲା ବିଧାୟିକ। କଳାହାଣ୍ଡି ଲୋକସଭା ସାଂସଦ ଓ ରାଜ୍ୟସଭା ସାଂସଦ ଙ୍କ ମିଳିତ ଉଦ୍ୟମରେ ଅନ୍ୟତ୍ର ବଦଳି କରିଥିବା ସାଧାରଣ ରେ ଚର୍ଚ୍ଚା ହେଉଛି । ଏହା କୁ ବିରୋଧ କରି ରୁପ୍ରାରୋଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଅଭିଭାବକ ମାନେ ଏକତ୍ରିତ ହୋଇ ଗତ ଗୁରୁବାର ଓ ଶୁକ୍ରବାର ଦିନ ସ୍କୁଲ୍ ଗେଟ୍ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଓ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଯୋଗୁଁ ଆଜି ସୋମବାର ଦିନ ସକାଳ ଦଶ ଘଣ୍ଟା ସମୟରେ ସ୍କୁଲ୍ କମିଟି ଅଭିଭାବକ ଓ ଛାତ୍ର ଛାତ୍ରୀ ମାନେ ଏକତ୍ରିତ ହୋଇ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ତ୍ରିପାଠୀ ଙ୍କୁ ପୁନର୍ବାର ସ୍କୁଲ୍ କୁ ଫେରସ୍ତ କରିବା ପାଇଁ ସ୍କୁଲ୍ ଗେଟ୍ କୁ ତାଲା ଦେଇ ଧାରଣା ରେ ବସିଛନ୍ତି। ଏ ନେଇ ବ୍ଳକ୍ ଶିକ୍ଷା ବିଭାଗ ଅଧିକାରୀ ଙ୍କୁ ପଚାରିବା ପରେ ସ୍କୁଲ ର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ତ୍ରିପାଠୀ ଙ୍କୁ ବଦଳି କରଯାଇଥିବା ଆମ ହାତରେ ନାହିଁ ବୋଲି ସୁଚନା ଦେଇଥିଲେ ।

ରୁପ୍ରା ରୋଡ ରୁ ନର୍ତ୍ତମ ପାୟାସିଂ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow