ରୁକଚନ୍ ମାଝୀ ଙ୍କ ସହାୟତା ରେ ୧ ବର୍ଷ ପାଇଁ ମୋଟଗଣ୍ଡା ଗ୍ରାମରେ ମାଗଣା ଶିକ୍ଷାଦାନ ଆରମ୍ଭ,

Feb 26, 2026 - 20:03
 0  7
ରୁକଚନ୍ ମାଝୀ ଙ୍କ ସହାୟତା ରେ ୧ ବର୍ଷ ପାଇଁ ମୋଟଗଣ୍ଡା ଗ୍ରାମରେ ମାଗଣା ଶିକ୍ଷାଦାନ ଆରମ୍ଭ,

ରୁକଚନ୍ ମାଝୀ ଙ୍କ ସହାୟତା ରେ ୧ ବର୍ଷ ପାଇଁ ମୋଟଗଣ୍ଡା ଗ୍ରାମରେ ମାଗଣା ଶିକ୍ଷାଦାନ ଆରମ୍ଭ,

କଳାହାଣ୍ଡି, ୨୬/୦୨(ଜଗନ୍ନାଥ ନାଏକ), ଶୁଭମ ବାର୍ତ୍ତା : ପ୍ରାଥମିକ ଶିକ୍ଷା କୁ ଆହୁରି ଗୁଣାତ୍ମକ କରିବା ପାଇଁ ମାଗଣା ଶିକ୍ଷା ଦାନ ପାଇଁ ଆଗେଇ ଆସିଛନ୍ତି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବୋକ୍ରାସିଲ ଗ୍ରାମ ର ଯୁବ କବି ତଥା ସମାଜ ସେବୀ ଓ ଯୁବ ସାମ୍ବାଦିକ ଶ୍ରୀ ମାନ୍ ରୁକଚନ୍ ମାଝୀ ଏକ ନିଆରା ପଦକ୍ଷେପ ନେଇଛନ୍ତି। ଯେହେତୁ ମଦନପୁର ରାମପୁର ବ୍ଳକ ମୋଟଗଣ୍ଡା ଗ୍ରାମ ଏକ ଉପାନ୍ତ ଅଞ୍ଚଳରେ ଅବସ୍ଥିତ ସେଥିପାଇଁ ରୁକଚନ୍ ମାଝୀ ଙ୍କ ସହାୟତାରେ ୧ ବର୍ଷ ପାଇଁ ପ୍ରଥମ ଶ୍ରେଣୀ ରୁ ସପ୍ତମ ଶ୍ରେଣୀ ର ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ଶିକ୍ଷା ଦାନ ଦିଆଯିବ ବୋଲି ମାଝୀ ପଦକ୍ଷେପ ନେଇଛନ୍ତି ।ସେହି ଗ୍ରାମର ଝିଅ ପୁଷ୍ପାଞ୍ଜଳି ହାତୀ ଙ୍କୁ ଏହି ଶିକ୍ଷା ଦାନ ପାଇଁ ଦାୟିତ୍ୱ ଦିଆ ଯାଇଥିବା କହିଛନ୍ତି ରୁକଚନ୍ ,ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ରେ ପାଠ ପଢାଇବା କୁ ,ଏହି ମାଗଣା ଶିକ୍ଷା କେନ୍ଦ୍ର ଟି ମୋଟଗଣ୍ଡା ଗ୍ରାମରେ ଆରମ୍ଭ ହୋଇଯାଇଛି। ତା - ୧୭,୦୨,୨୦୨୬ ରିଖ ଠାରୁ ପାଠ ପଢା ଚାଲିଛି । ସେ ଗାଁ ପାଖ ତଥା ଅଞ୍ଚଳରେ ଥିବା ସମସ୍ତ ଛାତ୍ରଛାତ୍ରୀ ଙ୍କୁ ମାଗଣାରେ ଶିକ୍ଷା ଦାନ ନେବା କୁ ଅନୁରୋଧ କରୁଛନ୍ତି ରୁକଚନ୍ ମାଝୀ ।ଗୋଟିଏ ବର୍ଷ ପାଇଁ ଚାଲିବ ମାଗଣା ଶିକ୍ଷା ଦାନ କାହା ଠାରୁ ମଧ୍ୟ ଟଙ୍କା ଟେ ବି ନିଆ ଯିବ ନାହିଁ ମାଗଣାରେ ପାଠ ପଢ଼ି ପାରିବେ। ପିଲା ମାନଙ୍କ ସାମାଜିକ ଓ ନୈତିକ ଜ୍ଞାନ ବିକାଶ ପାଇଁ ଆରମ୍ଭ କରିଥିବା ମାଗଣା ଶିକ୍ଷା ଦାନ ନିଶ୍ଚିତ ଭାବରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସହାୟକ ହେବ ବୋଲି ସମସ୍ତ ବୃଦ୍ଧିଜୀବୀ ତଥା ଗ୍ରାମର ଭଦ୍ର ବ୍ୟକ୍ତି ମାନେ ଆଲୋଚନା କରୁଛନ୍ତି।

What's Your Reaction?

like

dislike

love

funny

angry

sad

wow