କର୍ଲାମୁଣ୍ଡା ରେ ସରକାରୀ ଆଇ ଟି ଆଇ କଲେଜ ଦାବି ।।
କର୍ଲାମୁଣ୍ଡା ରେ ସରକାରୀ ଆଇ ଟି ଆଇ କଲେଜ ଦାବି ।।
ଶୁଭମବାର୍ତ୍ତା :(ତପୀନ୍ଦ୍ର ସାହୁ )କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେ ସରକାରୀ ଆଇ ଟି ଆଇ କଲେଜ ପାଇଁ ଅଂଚଳ ରେ ଦାବି ହେଉଛି । ଭବାନୀପାଟଣା, ଧର୍ମଗଡ଼, ବ୍ଲକ ରେ ସରକାରି ଆଇ ଟି ଆଇ କଲେଜ ୬୫ କିମି ଦୂରରେ ରହିଥିବାରୁ କର୍ଲାମୁଣ୍ଡା, ନର୍ଲା, ମ ରାମପୁର, କେସିଙ୍ଗା, ଅଂଚଳ ପାଖରେ କଲେଜ ନହିଁ।ଲୋକଙ୍କୁ ଯିବା ଆସିବାରେ ଅସୁବିଧା ହେଉଥିବାରୁ କର୍ଲାମୁଣ୍ଡା ବ୍ଲକ ରେ ଗୁଟିଏ ସରକାରୀ ଆଇ ଟି ଆଇ କଲେଜ ପାଇଁ କର୍ଲାମୁଣ୍ଡା ବ୍ଲକ ସରଗୁଲ ମାଲପଡା ଗ୍ରାମର ଯୁବରାଜ ସାହୁ ଏବଂ ପ୍ରଶାନ୍ତ ସାହୁ ଗତ ତା ୧୮/୦୧/୨୫ ରିଖ ଶନିବାର ଦିନ ଭବାନୀପାଟଣା ସ୍ଥିତ ଜିଲ୍ଲାପରିଷଦ ମିଟିଙ୍ଗହଲ ଠାରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କୁ ଲେଟର ଦେଇଥିଲେ । ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନଥିବାରୁ ସରକାର ଙ୍କୁ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଯୁବରାଜ ସାହୁ ଏବଂ କଣ୍ଡରେଇ ଗ୍ରାମ ର ତପୀନ୍ଦ୍ର ସାହୁ ଗଣମାଧ୍ୟମ ରେ ପ୍ରକାଶ କରିଛନ୍ତି ।
What's Your Reaction?