ରାଧା କମିଟି ନର୍ଲା ପକ୍ଷରୁ ଶୈବ ମନ୍ଦିର ଠାରେ ହନୁମାନ ମୂର୍ତ୍ତି ସ୍ଥାପନ କାର୍ଯ୍ୟକ୍ରମ,
ରାଧା କମିଟି ନର୍ଲା ପକ୍ଷରୁ ଶୈବ ମନ୍ଦିର ଠାରେ ହନୁମାନ ମୂର୍ତ୍ତି ସ୍ଥାପନ କାର୍ଯ୍ୟକ୍ରମ,
ଶୁଭମ ବାର୍ତ୍ତା (ଅଜିତ ମାଝୀ ):-ନର୍ଲା ସ୍ଥିତ ଶ୍ରୀ ଶ୍ରୀ ବଳଭଦ୍ରେଶ୍ୱର ଶୈବ ପୀଠ ରେ ରବିବାର ଦିନ ଅକ୍ଷୟ ତୃତୀୟା ତିଥି ଅବସରରେ ରାଧା କମିଟି ଙ୍କ ଉଦ୍ୟମରେ ଓ ଯୁବ ଗୋଷ୍ଟି ଙ୍କ ସହଯୋଗ କ୍ରମେ ହନୁମାନ ମୂର୍ତ୍ତି ସ୍ଥାପନ କାର୍ଯକ୍ରମ ମହା ଆଡ଼ମ୍ବରରେ ପାଳିତ ହୋଇଥଲା ସୂଚନା ଯୋଗ୍ୟ ଗତ ଶନିବାର ଦିନ ସନ୍ଧ୍ୟା ଛଅ ଘଣ୍ଟା ସମୟରେ ଆୟୋଜକ ରାଧା କମିଟି ପକ୍ଷରୁ ଶହ ଶହ ମହିଳା ଯୁବତୀ ସମୂହ ଉପସ୍ଥିତ ରହିଥିଲେ କଳସ ଯାତ୍ରା ରେ ଯୋଗ ଦେଇଥିଲେ ବାଦ୍ୟ ଯନ୍ତ୍ର କୀର୍ତ୍ତନ ସାହାଯ୍ୟରେ କଳସ ସ୍ଥାପନ କରାଯାଇଥିଲା । ଶୈବ ପୀଠ ରେ ଶ୍ରୀ ରାମ ଲକ୍ଷ୍ମଣ ସୀତା ଙ୍କ ପ୍ରତିମୂର୍ତ୍ତି ସହିତ ହନୁମାନ ମୂର୍ତ୍ତି ଙ୍କୁ ପୌରହିତ ସୁନାସିର ମିଶ୍ର ଓ ତାଙ୍କ ସୂପୁତ୍ର ଙ୍କ ଦ୍ଵାରା ପୂଜାଚର୍ନା କରାଯାଇଥିଲା ଓ ନର୍ଲା ସହର ନଗର ପରିକ୍ରମା କରିବା ପରେ ହନୁମାନ ମୂର୍ତ୍ତି ସ୍ଥାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଧା କମିଟି ର ସମସ୍ତ ସଦସ୍ୟ ସଦସ୍ୟା ଓ ଯୁବ ଗୋଷ୍ଟି କର୍ମକର୍ତ୍ତା ସହିତ ଗାଁ ର ସମସ୍ତ ଶ୍ରଦ୍ଧାଳୁ ଭକ୍ତମାନେ ଉପସ୍ଥିତ ରହିଥିଲେ ।
What's Your Reaction?