ରାଣୀ ବନ୍ଧ ପୋଖରୀ ପଙ୍କ ଉଦ୍ଧାର ଓ ସୌନ୍ଦର୍ଯ୍ୟ କାରଣ ପ୍ରସଙ୍ଗ.... ଜନକଲ୍ୟାଣ ପାଇଁ ଅଣ୍ଟା ଭିଡ଼ିଲେ ଆଦିକନ୍ଦ ସମାଜ ର କର୍ମକର୍ତ୍ତା !

Apr 24, 2026 - 20:19
 0  81
ରାଣୀ ବନ୍ଧ ପୋଖରୀ ପଙ୍କ ଉଦ୍ଧାର ଓ ସୌନ୍ଦର୍ଯ୍ୟ କାରଣ ପ୍ରସଙ୍ଗ.... ଜନକଲ୍ୟାଣ ପାଇଁ ଅଣ୍ଟା ଭିଡ଼ିଲେ ଆଦିକନ୍ଦ ସମାଜ ର କର୍ମକର୍ତ୍ତା !

ରାଣୀ ବନ୍ଧ ପୋଖରୀ ପଙ୍କ ଉଦ୍ଧାର ଓ ସୌନ୍ଦର୍ଯ୍ୟ କାରଣ ପ୍ରସଙ୍ଗ....

ଜନକଲ୍ୟାଣ ପାଇଁ ଅଣ୍ଟା ଭିଡ଼ିଲେ ଆଦିକନ୍ଦ ସମାଜ ର କର୍ମକର୍ତ୍ତା !

ନର୍ଲା ବିଡିଓ,ସରପଞ୍ଚ ,ପି ଇ ଓ ଙ୍କ ନାମରେ ଲୋକଅଦାଲତ ଠାରେ ଅଭିଯୋଗ କରିଥିବା ସୂଚନା,

ଶୁଭମ ବାର୍ତ୍ତା :-( ଅଜିତ ମାଝୀ )ନର୍ଲା,ଦୀର୍ଘ ବର୍ଷ ଧରି ନର୍ଲା ସହର ମଧ୍ୟରେ ପୂର୍ବ ପୁରୁସା ରୁ ନିର୍ମାଣ ହୋଇଥିବା ରାଣିବନ୍ଧ ପୋଖରୀ ନର୍ଲା ଅଞ୍ଚଳ ପାଇଁ ଅମୂଲ୍ୟ ବରଦାନ ଅଟେ । ବାସ୍ତବରେ ଆଜକୁ ତିନି ବର୍ଷ ହେବାକୁ ଯାଉଛି ରାଣୀବନ୍ଧ ପୋଖରୀ ପଙ୍କ ଉଦ୍ଧାର ଓ ସୌନ୍ଦର୍ଯ୍ୟ କରଣ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରୁନାହିଁ । ଯାହା ଫଳରେ ନିକଟସ୍ଥ ଧାନ ଚୁଡ଼ା ମିଲ୍ ରୁ ନିର୍ଗତ ହେଉଥିବା ବିଷାକ୍ତ ପାଣି ସହିତ ଛୋଟ ଛୋଟ ଧାନ କଳା ଗୁଣ୍ଡ ପୋଖରୀ ଠାରେ ପ୍ରଵେଶ କରୁଛି ଓ ବସ୍ତି ବାସିନ୍ଦାଙ୍କ ମଇଳା ଆବର୍ଜନା ପାଣି ପୋଖରୀ ଠାରେ ମିଶ୍ରଣ ହେବା ଦ୍ଵାରା ପୋଖରୀ ଦୂଷିତ ପାଣି ଉପରେ ନିର୍ଭର କରୁଥିବା ଲୋକ ମାନଙ୍କୁ ବିଭିନ୍ନ ପ୍ରକାର କାଛୁ କୁଣ୍ଡିଆ ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏଵଂ ବିଭିନ୍ନ ଅଂଚଳରୁ ଆସୁଥିବା ପଶୁ ପକ୍ଷୀ ମାନେ ମଧ୍ୟ ଏହାର ଶିକାର ହେଉଛନ୍ତି । ଉକ୍ତ ଅସୁବିଧା ହେବାପରେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଭୂପିନ୍ଦର ସିଂ ଅନୁଦାନ ପ୍ରଦାନ କରିଥିଲେ କିନ୍ତୁ 2024 ନିର୍ବାଚନ ପରେ ପରେ ନର୍ଲା ବ୍ଳକ୍ ତଥା ଜିଲ୍ଲା ସ୍ଥରରେ ମହାନ ତଥା ଆଗ ଧାଡିର ନେତା ଭାବେ ପରିଚୟ ଦେଉଥିବା ନିର୍ବାଚିତ ପ୍ରତିନିଧି ମାନଙ୍କ ଆନ୍ତରିକତା ଅଭାବ ସହିତ ଜିଲ୍ଲା ଓ ବ୍ଳକ୍ ସ୍ତରରେ ସରକାର ଙ୍କ ଠାରୁ ଲକ୍ଷାଧିକ ଦରମା ନେଇ ସରକାର ଙ୍କ ଜନ ମଙ୍ଗଳ କାର୍ଯ୍ୟରେ ବାଧକ ସାଜିଥିବା ଅଧିକାରୀ ଙ୍କ ଅବହେଳା ଯୋଗୁଁ ପଙ୍କ ଉଦ୍ଧାର କାର୍ଯ୍ୟ ବର୍ଷ ବର୍ଷ ଧରି ବିଳମ୍ୱ ହେଉଥିଲା। ଏ ନେଇ ଆଦିସ୍କାନ୍ଦ ସମାଜ ର କର୍ମକର୍ତ୍ତା ମାନେ ଏକତ୍ରିତ ହୋଇ ନର୍ଲା ବିଡ଼ିଓ,ସରପଞ୍ଚ, ଜିଲ୍ଲାପାଳ,ଉପ ଜିଲ୍ଲାପାଳ ନେତା ମନ୍ତ୍ରୀ ଙ୍କୁ ବାରମ୍ୱାର ଭେଟି ପୋଖରୀ ପଙ୍କ ଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଅନୁରୋଧ କରିଥିଲେ । ମଧ୍ୟ କର୍ଣ୍ଣପାତ କରିନଥିଲେ। ଜିଲ୍ଲା ITDA ପକ୍ଷରୁ ପୋଖରୀ କାର୍ଯ୍ୟ ପାଇଁ ପ୍ରାୟ ୫୦ ଲକ୍ଷ୍ୟ ଟଙ୍କା ବ୍ୟୟ ବରାଦ କରାଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ଧିମା ଯୋଗୁଁ ଅଗ୍ରଗତି ନାହିଁ। ଏହାର ଉଚିତ୍ ସମାଧାନ ପାଇଁ ନର୍ଲା ଆଦିକନ୍ଦ ସମାଜ ର ଘନଶ୍ୟାମ ମାଝୀ, ଟଙ୍କଧର ମାଝୀ, ମଙ୍ଗୁଲୁ ମାଝୀ, ପ୍ରବୀଣ ମାଝୀ, ବଟ କୃଷ୍ଣ ଧଙ୍ଗଡା ମାଝୀ, କୃତିବାସ ମାଝୀ ମିଶି ଗତ ୮ ତାରିଖ ଦିନ ଜିଲ୍ଲା ଲୋକ ଅଦାଲତ ଠାରେ ଦ୍ୟାରସ୍ତ ହୋଇ ନର୍ଲା ବିଡିଓ ,ସରପଞ୍ଚ, ପି ଇ ଓ ଙ୍କ ନାମରେ ଅଭିଯୋଗ କରିଛନ୍ତି ବୋଲି ସୂଚନା ମିଳିଛି । ନର୍ଲା ଗୋଷ୍ଟୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ ଓ ସରପଞ୍ଚ ତନୁଜା ହରିପାଲ ଙ୍କ ଖାମ ଖିଆଲି ନୀତି ଯୋଗୁଁ ବିଭିନ୍ନ କାର୍ଯ୍ୟରେ ବିଳମ୍ୱ ହୋଇଛି ଏବଂ ବିଜେପି ସରକାର ଙ୍କ ଜନହିତକର କାର୍ଯ୍ୟ କୁ ଜାଣିଶୁଣି ଅବହେଳା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଆଗମୀ ଦିନରେ ବ୍ଳକ୍ କାର୍ଯ୍ୟଳୟ ଠାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ନିମ୍ନ ମାନର କାର୍ଯ୍ୟ ହେଉଛି ଓ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ଙ୍କ ମିଳି ଭଗତ ଭାବରେ ନର୍ଲା ବ୍ଳକ୍ ରେ ଲୁଟ୍ ଚାଲିଛି ଏହି ଦୁର୍ନୀତି କୁ ପ୍ରଶୟ ଦେଉଥିବା ବିଡିଓ ଓ ଯନ୍ତ୍ରୀ ଙ୍କ ନାମରେ ଭିଜିଲାନ୍ସ ତଦନ୍ତ କରିବା ପାଇଁ ଆଦିକନ୍ଦ ସମାଜ କର୍ମକର୍ତ୍ତା ଜିଲ୍ଲାପାଳ ଙ୍କ ଦ୍ୟ।ରସ୍ତ ହେବା ସହିତ ମୋହନ ସରକାର ଙ୍କ ଠାରେ ଫେରାଦ ହେବା ପାଇଁ ସଜବାଜ ହେଉଥିବା ସୂଚନା ମିଳିଛି।

What's Your Reaction?

like

dislike

love

funny

angry

sad

wow